ତାଜ୍‌ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୨ ବଗିରେ ନିଆଁ
Advertisement
Article Detail0/zeeodisha/odisha2276532

ତାଜ୍‌ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୨ ବଗିରେ ନିଆଁ

ଅପରାହ୍ମ ୪ଟା ୨୪ ମିନିଟ ସମୟରେ ଅଗ୍ନିଶମ ବିଭାଗକୁ ତାଜ୍ ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ଏକ ଫୋନ କରାଯାଇଥିଲା । ଖବର ପାଇବା ମାତ୍ରେ ତୁରନ୍ତ ୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା

ତାଜ୍‌ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୨ ବଗିରେ ନିଆଁ

ନୂଆଦିଲ୍ଲୀ: ତାଜ୍ ଏକ୍ସପ୍ରେସର ୨ଟି ବଗିରେ ନିଆଁ ଲାଗିଛି । ତେବେ ନିଆଁ ଲାଗିବା ପରେ ତୁରନ୍ତ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି । ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତୋଗଲକାବାଦ୍‌-ଓଖଲା ରୁଟରେ ଏପରି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଅପରାହ୍ମ ୪ଟା ୨୪ ମିନିଟ ସମୟରେ ଅଗ୍ନିଶମ ବିଭାଗକୁ ତାଜ୍ ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ଏକ ଫୋନ କରାଯାଇଥିଲା । ଖବର ପାଇବା ମାତ୍ରେ ତୁରନ୍ତ ୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛି ଦମକଳ ବାହିନୀ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ଥିବା ସମୟରେ କ୍ଷୟକ୍ଷତି ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

Also Read- Heat Wave: କାଲି ଏହିସବୁ ଜିଲ୍ଲାରେ ୪୦ ପାର୍ କରିବ ତାପମାତ୍ରା

Also Read- ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କୁ NSA ର ଚେତାବନୀ: ସପ୍ତାହରେ ଥରେ ଏହି କାମ କରିବାକୁ ପରାମର୍ଶ