ନୂଆଦିଲ୍ଲୀ: ଚଳିତ ବର୍ଷ  ମେ ୮ ତାରିଖ ପ୍ରିୟଙ୍କା ଚୋପ୍ରା (Priyanka Chopra) ଆଉ ନିକ୍ ଜୋନସ (Nick Jonas)ଙ୍କ ପାଇଁ ବହୁତ ଖାସ୍ ଥିଲା । କାହିଁକି ନା ଏହି କପଲ୍ ୧୦୦ ଦିନ ପରେ ନିଜ ଝିଅକୁ ହସ୍ପିଟାଲରୁ ଆଣି ଘରକୁ ଆଣିଛନ୍ତି । ନିଜ ଝିଅର ଫଟୋ ସେୟାର କରିବା ସହ ଏହି ଖବର ନିଜ ବନ୍ଧୁ ଏବ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି  ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ।ଏଥିସହିତ  ପ୍ରିୟଙ୍କା ସୁନ୍ଦର ଆଉ ଖାସ୍  ନୋଟ୍ ମଧ୍ୟ ଲେଖିଛନ୍ତି  । ସେ ଲେଖିଛନ୍ତି NICUରେ ୧୦୦ରୁ ଅଧିକ ଦିନ ରହିବା ପରେ ତାଙ୍କ ପରୀ ତାଙ୍କ ଘରକୁ ଆସିଯାଇଛି । 


COMMERCIAL BREAK
SCROLL TO CONTINUE READING

ଝିଅର ପ୍ରଥମ ଝଲକ ସେୟାର କରିବା ସହ ପ୍ରିୟଙ୍କା ଲେଖିଛନ୍ତି ' ସବୁ ପରିବାରର ଯାତ୍ରା ଅଲଗା ହୋଇଥାଏ ,ସେଥିପାଇଁ ବିଶ୍ୱାସର ଆବଶ୍ୟକତା ଥାଏ । ଆମ ପାଇଁ ଗତ କିଛି ମାସ ବହୁତ କଠିନ ଥିଲା , ହେଲେ ପଛକୁ ଫେରି ଦେଖିଲେ ଲାଗୁଛ ପ୍ରତ୍ୟେକ ମୁହୁର୍ତ୍ତ କେତେ ମୂଲ୍ୟବାନ ଆଉ ପରଫେକ୍ଟ ଥିଲା । ଆମେ ବହୁତ ଖୁସି ଅଛୁ , ଆମ ଛୋଟ ପରୀ ଘରକୁ ଆସିଛି ' । ଏଥିସହିତ ପ୍ରିୟଙ୍କା ହସ୍ପିଟାଲର ସବୁ ଡାକ୍ତର , ନର୍ସ ଏବଂ ବିଶେଷଜ୍ଞକୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଜୀବନର ଆଗାମୀ ଚାପ୍ଟର ଏବେ ଆରମ୍ଭ ହେବାକୁ ଯାଉଥିବା ପ୍ରିୟଙ୍କା ଲେଖିଛନ୍ତି । ପ୍ରିୟଙ୍କା ଆହୁରି ଲେଖିଛନ୍ତି ' ଡାଡି ମମ୍ମି ତୁମକୁ ବହୁତ ଭଲ ପାଆନ୍ତି । ଓମ୍ ନମଃ ଶିବାୟ '


Also Read: ଟେନସନ୍‌ରେ ଜ୍ୟାକଲିନ୍: ପ୍ରଥମେ ସମ୍ପତ୍ତି ଏବେ ବଡ଼ ବଜେଟ୍‌ ଫିଲ୍ମ ବି ହାତରୁ ଗଲା, ଏବେ କରିବେ କ'ଣ...


 ପ୍ରିୟଙ୍କା ଚୋପ୍ରା ଆଉ ନିକ୍ ଜୋନସ ନିଜ ଝିଅର ନାମ ମାଲତୀ ମେରୀ ଚୋପ୍ରା ଜୋନସ (Malti Marie Chopra Jonas)ରଖିଛନ୍ତି । TMZରିପୋର୍ଟ ମୁତାବକ , ଏହି ଦମ୍ପତ୍ତି ନିଜ ଝିଅର ଜନ୍ମ ପ୍ରମାଣପତ୍ରରେ ମାଲତୀ ମେରୀ ଚେପ୍ରା ଜୋନସ (Malti Marie Chopra Jonas) ରଖିଛନ୍ତି । ଏହି ସାର୍ଟିଫିକେଟରେ ଲେଖା ହୋଇଛି ଯେ ମାଲତୀଙ୍କ ଜନ୍ମ ୧୫ ଜାନୁଆରୀରେ କାଲିଫର୍ଣ୍ଣିଆର ସେନ୍ ଡିଏଗୋରେ ରାତି ୮ଟା ପରେ ହୋଇଥିଲା । ପ୍ରିୟଙ୍କାଙ୍କ ଝିଅର ଜନ୍ମ ଡାକ୍ତର ଦେଇଥିବା ତାରିଖ ପୂର୍ବରୁ ହୋଇଯାଇଥିଲା ।


Also Read: କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ, ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍


ରିପୋର୍ଟସ ମୁତାବକ ଡାକ୍ତର  ପ୍ରିୟଙ୍କାଙ୍କ ଝିଅର ଜନ୍ମର ତାରିଖ ଅପ୍ରେଲ ମାସ ଦେଇଥିଲେ । ହେଲେ ଜାନୁଆରୀ ମାସରରେ ହିଁ ପ୍ରିୟଙ୍କାଙ୍କ ଝିଅଙ୍କ ଜନ୍ମ ହୋଇଥିଲା । ପ୍ରି-ମାଚ୍ୟୋର ଡେଲିଭରି ପାଇଁ ଝିଅର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ସେଥିପାଇଁ ନିକ୍-ପ୍ରିୟଙ୍କା ନିଷ୍ପତ୍ତି ନେଇଥିଲେ ଯେ ପର୍ଯ୍ୟନ୍ତ ତାଙ୍କ ଝିଅ ସୁସ୍ଥ ହୋଇନାହିଁ ସେପର୍ଯ୍ୟନ୍ତ ତାଙ୍କ ଝିଅଙ୍କୁ ହସ୍ପିଟାଲରେ ରଖିବେ । ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଉ ନିକ୍ ଜୋନସ ୨୦୧୮ ମସିହା ୨ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହିପରି କିଛି ଦିନ ତଳେ ପ୍ରିୟଙ୍କା ଚୋପ୍ରା (Priyanka Chopra) ଏବଂ ନିକ୍ ଜୋନସ(Nick Jonas)ଙ୍କ ଡିଭୋର୍ସ ହେଉଥିବା ନେଇ ଚର୍ଚ୍ଚା ହେଉଥିଲା । ବିବାହ ପରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ନିଜ ନାଁ ରେ ନିକଙ୍କ ସରନେମ୍ ଯୋଡ଼ି ପ୍ରିୟଙ୍କା ଚୋପ୍ରା ଜୋନସ ଲେଖିଥିଲେ । ହେଲେ ପରେ ସେ ନିଜ ନାଁରୁ ଜୋନସ ସରନେମ୍ ହଟାଇଦେଇଥିଲେ । ହେଲେ ପରେ ଏହି ଘଟଣାର ଖୁଲାସା କରିଥିଲେ ପ୍ରିୟଙ୍କା ।