Pushpa 2: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜିକାଲି ନିଜର ଆଗାମୀ ଫିଲ୍ମ 'ପୁଷ୍ପା ୨'କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏଭଳି ସ୍ଥିତିରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଏବେ ସାମ୍ନାକୁ ଆସିଛି ଯେ ଅଲ୍ଲୁ ଅର୍ଜୁନ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ ପକେଟକୁ ଜବରଦସ୍ତ ପ୍ରଭାବ ପକାଇଛନ୍ତି ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରିଛନ୍ତି । ଏହା ସହିତ ଏହି ଅଭିନେତା ଭାରତର ସବୁଠାରୁ ଅଧିକ ଫିସ୍ ପାଉଥିବା ଅଭିନେତା ପାଲଟିଯାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସବୁଠାରୁ ଅଧିକ ଦରମା ପାଉଥିବା ଅଭିନେତା
ଟ୍ରାକ୍ ଟଲିଉଡର ସଦ୍ୟତମ ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨'(Pushpa 2) ପାଇଁ ୩୦୦ କୋଟି ଟଙ୍କା ନେଇଛନ୍ତି। ଏହା ସହିତ ସେ ଦେଶର ନୂଆ ସର୍ବାଧିକ ଆୟ କାରୀ ଅଭିନେତାଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି । ଏହି ରେକର୍ଡ ପରେ ଅଲ୍ଲୁ କେବଳ ଟଲିଉଡ୍ ନୁହେଁ, ବଲିଉଡ୍ ତାରକାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସାଉଥ୍ ସୁପରଷ୍ଟାର ତଲପତି ବିଜୟ ଶୀର୍ଷରେ ଥିଲେ, ଯାହାଙ୍କ ଫି ୨୭୫ କୋଟି ଟଙ୍କା ଥିଲା। ଏବେ ଅଲ୍ଲୁ ଅର୍ଜୁନ ଶୀର୍ଷରେ ରହିଛନ୍ତି।


ଫିଲ୍ମର ବଜେଟ ୫୦୦ କୋଟି ଟଙ୍କା 
ସୂଚନା ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କ(Actor Allu Arjun) ଫିଲ୍ମର ବଜେଟ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁ କୁମାର ଏବଂ ଫୱାଦ ଫାସିଲ ଖଳନାୟକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବିଗ୍ ବଜେଟ୍ ସହିତ ଫିଲ୍ମକୁ ନେଇ ମଧ୍ୟ ଆଶା ଅଧିକ ରହିଛି। ଆଜ୍ଞା ହଁ, 'ପୁଷ୍ପା-୨' ରିଲିଜ୍ ହେବାର ପ୍ରଥମ ଦିନ ଅର୍ଥାତ୍ ଓପନିଂ ଡେ'ରେ ଧମାକା କରି ଅନେକ ରେକର୍ଡ ଭାଙ୍ଗିବା ସହ ଅନେକ ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି।


ରିଲିଜ୍ ପୂର୍ବରୁ ୧୦୮୫ କୋଟିର ଆୟ
ଏହା ସହ ରିପୋର୍ଟକୁ ଦେଖିଲେ କୁହାଯାଉଛି ଯେ ଫିଲ୍ମ ରିଲିଜ ପୂର୍ବରୁ ୧୦୮୫ କୋଟି ର ବ୍ୟବସାୟ କରିସାରିଛି ପୁଷ୍ପା-2 । ସାଟେଲାଇଟ୍, ଓଟିଟି ଏବଂ ଥିଏଟର ରାଇଟ୍ସରୁ ଏହି ଆୟ କରିଛି ଏହି ଫିଲ୍ମ । ଏହାସହ ଯଦି ଆପଣ ଏହାର ରିଲିଜ ବିଷୟରେ କହିବାକୁ ଚାହୁଁଛନ୍ତି ତେବେ ଏଥିରେ ଅଧିକ ସମୟ ବାକି ନାହିଁ । ଫିଲ୍ମଟି ଆସନ୍ତା ମାସରେ ଅର୍ଥାତ୍ ଡିସେମ୍ବର ୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।


ଶ୍ରୀଲୀଲାଙ୍କ ଆଇଟମ୍ ଗୀତ
ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଙ୍କୁ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଆଇଟମ୍ ନମ୍ବରର ଲୁକ୍ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଏଥର ଅଭିନେତ୍ରୀ ଶ୍ରୀଲୀଲା ଅଭିନୟ କରିଛନ୍ତି। 'ପୁଷ୍ପା-୨'ରେ ପ୍ରଥମ ପାର୍ଟରେ ଅଭିନେତ୍ରୀ ସାମନ୍ଥା ନିଜର ଜଲୱା ଦେଖାଇଥିଲେ। ଆଉ ଏଥିପାଇଁ ସେ ପାଖାପାଖି ୫ କୋଟି ଟଙ୍କା ନେଇଥିଲେ। ଆଉ ଏବେ ଚର୍ଚ୍ଚା ଧରିଛି ଯେ, ଅଭିନେତ୍ରୀ ଶ୍ରୀ ଲୀଲା ୨କୋଟି ଟଙ୍କା ଚାର୍ଜ କରିଛନ୍ତି। 


Also Read: Weekly Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ ସାପ୍ତାହିକ ରାଶିଫଳ


Also See Video: Dehradun Video: ଭୟଙ୍କର ସଡକ ଦୁର୍ଘଟଣା ପଛରେ ଦାୟୀ ନିଶାଦ୍ରବ୍ୟ, ଭାଇରାଲ ହେଲା ଭିଡିଓ