Pushpa 2 teaser: ବର୍ତ୍ତମାନ ବଲିଉଡ଼ଠାରୁ ସାଉଥ ପର୍ଯ୍ୟନ୍ତ ଅନେକ ବଡ଼ ଚଳଚ୍ଚିତ୍ର ବିଷୟରେ ଆଲୋଚନା ହେଉଛି । ଅନେକ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଆଉ କେତେକ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ(Allu Arjun) ଫିଲ୍ମ 'ପୁଷ୍ପା ୨'(Pushpa 2)। ନିକଟରେ 'ପୁଷ୍ପା- ୨’ର ଟିଜର ରିଲିଜ(Pushpa 2 teaser release) ହୋଇଛି। ଏକ ସସପେନ୍ସ ସହିତ ଏହି ଟିଜରକୁ ରିଲିଜ୍ କରାଯାଇଛି ।  ତେବେ ଏହ ଟିଜରଟି ରିଲିଜ ହେବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ତେବେ ରିଲିଜ ହୋଇଥିବା ଏହି ଟିଜରରେ ଧମାକେଦାର ଆକ୍ସନ ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିଛି ।


COMMERCIAL BREAK
SCROLL TO CONTINUE READING

ପୁଷ୍ପା ନିର୍ମାତାମାନେ ବୁଧବାର ଦିନ 'ପୁଷ୍ପା- ୨’ର ଟିଜର ରିଲିଜ କରିଛନ୍ତି । ଟିଜରରେ ଦେଖାଯାଉଛି ଯେ ପୁଷ୍ପା କୌଣସି ସ୍ଥାନରେ ନିଖୋଜ ଅଛନ୍ତି ଓ ସହରର ସବୁଆଡେ ଜୋରଦାର ବିରୋଧ ଚାଲିଛି। ପୋଲିସ ଲାଠି ଚାର୍ଜ କରୁଛି ସହ ହାଇ-ହାଇ ସ୍ଲୋଗାନ ଦିଆଯାଉଛି ଓ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓ ଶେଷରେ ପୁଷ୍ପାଙ୍କ ନାମ ଦେଖିବାକୁ ମିଳୁଛି ଏହା ସହିତ ଏକ ପ୍ରଶ୍ନ ଆସୁଛି ଯେ 'ପୁଷ୍ପା କେଉଁଠାରେ?' 'ପୁଷ୍ପା' ନିର୍ମାତାମାନେ ବୁଧବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ମାତ୍ର ୨୦ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଭିଡ଼ିଓଟି ଛୋଟ ହୋଇଥିଲେ ମଧ୍ୟ ଏହା ଦର୍ଶକଙ୍କ ମନକୁ ଛୁଇଁବା ପାଇଁ ଯଥେଷ୍ଟ । ପୁଷ୍ପା-୨ରେ(Pushpa 2) ମଧ୍ଯ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ(Rashmika Mandanna) ଦେଖିବାକୁ ମିଳିବ।


ଏହି ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ


ଏହା ମଧ୍ଯ ପଢନ୍ତୁ-Kapil Sharma: ଦିନେ ବାପାଙ୍କ ଚିକିତ୍ସା ପାଇଁ ନଥିଲା ଟଙ୍କା, ଏବେ ଏତିକି କୋଟିର ମାଲିକ କପିଲ ଶର୍ମା


ଏହି ଟିଜର ପ୍ରଶଂସକଙ୍କ ଉତ୍ସାହକୁ ବଢାଇଛି । ତେବେ 'ପୁଷ୍ପା ୨'ରେ ଟ୍ୱିଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି । ଟିଜର ରିଲିଜ କରିବା ସହ ନିର୍ମାତାମାନେ ଆଉ ଏକ ବଡ଼ ଘୋଷଣା ମଧ୍ଯ କରିଛନ୍ତି । ଫିଲ୍ମର ଟ୍ରେଲର ଏପ୍ରିଲ ୭ ତାରିଖ ଅପରାହ୍ନ ୪ଟାରେ ମୁକ୍ତିଲାଭ କରିବା ନେଇ ମେର୍କରସଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଟ୍ରେଲର ରିଲିଜ ପରେ 'ପୁଷ୍ପା କେଉଁଠାରେ?' ସେ ସେସ୍ସପେନ୍ସ ଉପରୁ ପରଦା ହଟିପାରେ ଏହା ସହ ଫିଲ୍ମ ରିଲିଜ ନେଇ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି। ସୁକୁମାରଙ୍କ ନିର୍ଦ୍ଦେଶିତ(sukumar directed movies) 'ପୁଷ୍ପା': 'ଦ ରାଇଜ' ୨୦୨୧ ଡିସେମ୍ବର ମାସ ୧୭ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ(Allu Arjun) ବେଶ୍ ପ୍ରଶଂସା ସାଉଁଟିଥିଲା। ତେବେ ଏହି ଫିଲ୍ମର ଗୀତ ଓ ଡ଼ାଇଲଗକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।


ଏହାମଧ୍ଯ ପଢନ୍ତୁ-Rashmika Mandanna: କାହିଁକି ସବୁଦିନ ନିଜ ଚାକରାଣୀଙ୍କ ପାଦ ଛୁଅଁନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା, ଜାଣନ୍ତୁ କାରଣ


ଏହାମଧ୍ଯ ପଢନ୍ତୁ-Sonali bendre: ବଲିଉଡ଼ ସୁନ୍ଦରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଏହି ପାକିସ୍ତନୀ କ୍ରିକେଟର, ମନିପର୍ସରେ ରଖିଥିଲେ ନାୟିକାଙ୍କ ଫଟୋ


ଏହାମଧ୍ଯ ପଢନ୍ତୁ-Delivery Boy: ‘ଡେଲିଭରୀ ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର


ଏହାମଧ୍ଯ ପଢନ୍ତୁ-Salman Khan: ବଲିଉଡ଼ରୁ କମିଲାଣି କ୍ରେଜ୍,ସାଉଥ ଷ୍ଟାରଙ୍କୁ ଫଲୋ କଲେଣି ସଲମାନ୍ !