Pushpa 2, ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ’ବକ୍ସ ଅଫିସରେ ଜବରସ୍ତ ହିଟ୍‌ ସାବ୍ୟସ୍ତ ହେବା ସହିତ ଅନେକ ପ୍ରଶଂସା ସାଉଁଟି ଥିଲା । ଅଲ୍ଲୁ ଅର୍ଜୁନ(Allu Arjun) ଏବଂ ରଶ୍ମିକା ମନ୍ଦାନା (Rashmika Mandanna)ଅଭିନୀତ  ଏବଂ ସୁକୁମାର ବ୍ୟାଣ୍ଡ୍ରେଡି ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର “ପୁଷ୍ପା : ଦି ରାଇଜ୍” ଘରୋଇ ତଥା ଆନ୍ତର୍ଜାତୀୟ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଥିଲା । ‘ପୁଷ୍ପା ଦ ରାଇଜ’ ରିଲିଜ୍ ହେବା ପରେ ଲୋକମାନେ ପୁଷ୍ପରାଜଙ୍କ କାର୍ଯ୍ୟ, ସଂଳାପ ଏବଂ ଶୈଳୀ ଦେଖି ପାଗଳ ହୋଇଗଲେ । "ମେ ଝୁକେଗା ନେହିଁ "ଡାଇଲଗ ଆଜିବି ଦର୍ଶକଙ୍କ ମନରେ ବସା ବାନ୍ଧି ରହିଛି । ତେବେ ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର । ପୁଷ୍ପା ୨ ଚଳଚ୍ଚିତ୍ରର ସୁଟିଂ ଆଉ ଅଳ୍ପ ଦିନ ଭିତରେ ଆରମ୍ଭ ହେବା ନେଇ ସୂଚନା ମିଳିଥିବାବେଳେ ଖୁବ୍ ଶୀଘ୍ର ଏହା ପ୍ରେକ୍ଷାଳୟରେ ଧମାଲ କରିବା ଆଶା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ଫିଲ୍ମଟି ରିଲିଜ୍ ହେବା ପରଠାରୁ ଦର୍ଶକ ଏହାର ପାର୍ଟ-୨କୁ ଅପେକ୍ଷା କରିଛନ୍ତି । ତେବେ ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିବା ପାଇଁ ଏକ ପୂଜାର ଆୟୋଜନ କରାଯାଇଥିଲା । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଭାଗର ନାମ ‘ପୁଷ୍ପା ଦ ରାଇଜ’ ରହିଥିବା ବେଳେ ଦ୍ୱିତୀୟ ପାର୍ଟର ନାମ ‘ପୁଷ୍ପା ଦ ରୁଲ୍‌’ ରହିବ। ଇନଷ୍ଟାଗ୍ରାମରେ ଏ ନେଇ ସୂଚନା ଦିଆଯାଇଛି । ଫିଲ୍ମଟି  ଆସନ୍ତାବର୍ଷ ରିଲିଜ ହେବ। ଫିଲ୍ମର ଷ୍ଟାରକାଷ୍ଟ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ରିପୋର୍ଟ ସାମ୍ନାକୁ ଆସିଛି ।


ଇନଷ୍ଟାଗ୍ରାମର ଏକ ପୋଷ୍ଟରୁ ଏହା ମଧ୍ୟ ଜଣାପଡିଛି ଯେ, ଅଲ୍ଲୁ  ଅୁର୍ଜନ ଫିଲ୍ମ ପାଇଁ ୧୨୫ କୋଟି ଟଙ୍କା ନେଇଛନ୍ତି । ସେହିପରି ସୁକୁମାର ୫୦ କୋଟି , ରଶ୍ମିକା ମନ୍ଦାନା ୫ କୋଟି ଟଙ୍କା ନେଇଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସ ଏବଂ ଫଲୋଅର୍ସ ଏହି ପୋଷ୍ଟକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଅଧିକାଂଶ ଫ୍ୟାନ୍ସ ଫିଲ୍ମକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟ ମୁତାବକ, ଚଳିତ ବର୍ଷ ସେପ୍ଟେମ୍ବରର ତୃତୀୟ ସପ୍ତାହରୁ ପୁଷ୍ପା ୨ର ସୁଟିଂ ଆରମ୍ଭ ହେବ। ସୁଟିଂ ହେବାର କିଛି ସମୟ ବ୍ୟବଧାନରେ ରଶ୍ମିକା ମନ୍ଦାନା ସୁଟିଂ ସେଟ୍ ରେ ଯୋଗଦେବେ ।  ଫିଲ୍ମ ‘ପୁଷ୍ପା ଦ ରାଇଜ’ ବକ୍ସ ଅଫସିରେ ଧମାଲ କରିଥିଲା। ଏହାର ଡାଇଲଗ, କାହାଣୀ ଏବଂ ଗୀତ ଲୋକଙ୍କ ମନ ବେଶ୍‌ ମୋହିଥିଲା ।


Also Read: Kangana Ranaut: କଙ୍ଗନାଙ୍କ ପୁଣି ବିବାଦୀୟ ବୟାନ: ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାକୁ ନେଇ କହ


ତେବେ ଜାଣନ୍ତୁ କେଉଁମାନେ ମୁଖ୍ୟ ଭୂମିକାରେ ଏଥିରେ ଅଭିନୟ କରିବେ,ରିଲିଜ୍ ଡେଟ୍ ଏବଂ ଏହାର ବଜେଟ କଣ ରହିଛି !


ଆର୍ଟିକିଲ କ୍ୟାଟେଗୋରୀ : ଏଣ୍ଟରଟେନମେଣ୍ଟ
ଚଳଚ୍ଚିତ୍ର ନାମ  : ‘ପୁଷ୍ପା ଦ ରୁଲ୍‌’ (ପୁଷ୍ପା ୨) (Pushpa: The Rule)
ଭାଷା  : ହିନ୍ଦୀ, ତେଲୁଗୁ, ମାଲାୟାଲମ୍, ତାମିଲ, କନ୍ନଡ
ବ୍ୟାନର  : ମୁତାମସେଟ୍ଟି ମିଡିଆ
ବଜେଟ୍  : ୪୦୦ କୋଟି
କାଷ୍ଟ୍  : ଅଲ୍ଲୁ ଅର୍ଜୁନ, ଫାହାଦ୍ ଫାସିଲ୍ ଏବଂ ରଶ୍ମିକା ମନ୍ଦନା, ଦିଶା ପଟାନି
ନିର୍ଦ୍ଦେଶକ  : ସୁକୁମାର ବ୍ୟାଣ୍ଡ୍ରେଡି
ଫିଲ୍ମ ରିଲିଜ୍ ତାରିଖ  : ଜୁନ୍ ୨୦୨୩ (ଆଶା କରାଯାଏ)


ଭୂମିକାରେ ନଜର ଆସିବେ :-


ଅଲୁ ଅର୍ଜୁନ (Allu Arjun) - ପୁଷ୍ପାରାଜ (Pushpa Raj)
ରଶ୍ମିକା ମନ୍ଦନା (Rashmika Mandanna) - ଶ୍ରୀବଲ୍ଲୀ (Srivalli)
ଫାହାଦ୍ ଫାସିଲ୍ (Fahadh Faasil) - ଭାନୱର ସିଂ ଶେଖାଓ୍ୱତ (Bhanwar Singh Shekhawat IPS)
ଅନସୁୟା ଭରଦ୍ୱାଜ (Anasuya Bharadwaj) - ଦାକ୍ଷାୟିନୀ (Dakshayini)
ସାମନ୍ଥା ଋଥ୍ ପ୍ରଭୁ (Samantha Ruth Prabhu ) - ଆଇଟମ୍ ନମ୍ବର (Item Number)
ରମେଶ ରାଓ (Ramesh Rao) - ଭୁମିରେଡି ସିଦ୍ଦାପ୍ପା ନାଇଡୁ (Bhumireddy Siddappa Naidu MLA)


ସୂଚନା ଅନୁଯାୟୀ , ପୁଷ୍ପା ୨ର ସୁଟିଂ ଲୋକେସନ, ସ୍କାଉଟିଙ୍ଗ ଏବଂ ସ୍କ୍ରିପ୍ଟିଂ ଆରମ୍ଭ ହୋଇସାରିଛି ଏବଂ ଅତିଶୀଘ୍ର ଏହାର ସୁଟିଂ ଆରମ୍ଭ ହେବବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅଲ୍ଲୁ ଅର୍ଜୁନ କହିଛନ୍ତି ଯେ ସେ ଏହି ଫିଲ୍ମର ସୁଟିଂ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ଶୁଟିଂ ଶୀଘ୍ର ଶେଷ କରି ଦର୍ଶକଙ୍କ ସାମ୍ନାରେ ଆଣିବାକୁ ଚାହୁଁଛନ୍ତି । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇବାକୁ ପୁରା ଟିମ୍ ସଜାଗ ରହିଛି ।