Kangana Ranaut: କଙ୍ଗନାଙ୍କ ପୁଣି ବିବାଦୀୟ ବୟାନ: ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାକୁ ନେଇ କହିଲେ ଏଭଳି କଥା
Advertisement
Article Detail0/zeeodisha/odisha1342690

Kangana Ranaut: କଙ୍ଗନାଙ୍କ ପୁଣି ବିବାଦୀୟ ବୟାନ: ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାକୁ ନେଇ କହିଲେ ଏଭଳି କଥା

Kangana Controversial Statement: ଅଭିନେତ୍ରୀ କଙ୍ଗନା ରାଣାୱତ (Kangana Ranaut) ଦେଶର ସ୍ବାଧୀନତା ଏବଂ ସ୍ବାଧୀନତା ସହ ଜଡିତ ପ୍ରମୁଖ ଗତିବିଧି ଉପରେ ବୟାନ ଦେଇ ଅନେକ ସମୟରେ ବିବାଦ ସୃଷ୍ଟି କରିଥାନ୍ତି।

ସାଂକେତିକ ଫଟୋ

Kangana Controversial Statement: ଅଭିନେତ୍ରୀ କଙ୍ଗନା ରାଣାୱତ (Kangana Ranaut) ଦେଶର ସ୍ବାଧୀନତା ଏବଂ ସ୍ବାଧୀନତା ସହ ଜଡିତ ପ୍ରମୁଖ ଗତିବିଧି ଉପରେ ବୟାନ ଦେଇ ଅନେକ ସମୟରେ ବିବାଦ ସୃଷ୍ଟି କରିଥାନ୍ତି। 'କର୍ତ୍ତବ୍ୟ ପଥ' କାର୍ଯ୍ୟକ୍ରମରେ ପହଞ୍ଚିଥିବା କଙ୍ଗନା ରାଣାୱତ ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ, ଦାଣ୍ଡି ଯାତ୍ରା (Dandi Yatra) ଏବଂ ଉପାସ ଅନଶନ ନେଇ ବିବାଦୀୟ ମନ୍ତବ୍ୟ (Controversial Statement) ଦେଇଛନ୍ତି। ତେବେ କଙ୍ଗନା ଏଭଳି ବୟାନ ଦେବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅଭିନେତ୍ରୀ କଙ୍ଗନା ସ୍ୱାଧୀନତାକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ।

କଙ୍ଗନା ରାନାୱତ କହିଛନ୍ତି ଯେ, ଆମେ କେବଳ ଯେ ଦାଣ୍ଡି ଯାତ୍ରା କିମ୍ବା ଅନଶନ ଦ୍ବାରା ଯେ ସ୍ୱାଧୀନତା ପାଇଛୁ ତାହା ନୁହେଁ। ସ୍ୱାଧୀନତା ସମୟରେ ନେତାଜୀ ଏବଂ ସାବରକର ଜୀଙ୍କ ସଂଗ୍ରାମକୁ ଅଲଗା କରିଦିଆଯାଇଥିଲା। 

ଉଲ୍ଲେଖନୀୟ କଥା ଯେ, ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ 'ରାଜପଥ'ର ନାମ ବଦଳାଇ କର୍ତ୍ତବ୍ୟ ପଥରେ ପରିବର୍ତ୍ତିତ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚର ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ 'କର୍ତ୍ତବ୍ୟ ପଥ' ଉଦଘାଟନ କରିଛନ୍ତି।

ସ୍ୱାଧୀନତା ଆନ୍ଦୋଳନକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ଏହା ପ୍ରଥମ ଥର ନୁହେଁ। ଗତ ବର୍ଷ ନଭେମ୍ବରରେ ଏହି ଅଭିନେତ୍ରୀ କହିଥିଲେ ଯେ, ଭାରତକୁ ପ୍ରକୃତ ସ୍ୱାଧୀନତା ୨୦୧୪ରେ ହିଁ ମିଳିଥିଲା, ଯେତେବେଳେ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଥିଲେ। ୧୯୪୭ ମସିହାରେ ଦେଶ ପାଇଥିବା ସ୍ୱାଧୀନତା ଭିକ୍ଷାରେ ମିଳିଛି।

କଙ୍ଗନା ରଣାୱତଙ୍କ ଏହି ବିବୃତ୍ତି ପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ନିଲମ୍ବିତ କରିଦିଆଯାଇଥିଲା। ଯାହାପରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ, ମୁଁ ସ୍ପଷ୍ଟ ଭାବରେ କହିଛି ଯେ ୧୮୫୭ର ବିପ୍ଳବ ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଯାହାକୁ ଦବାଇ ଦିଆଯାଇଥିଲା ଓ ଏହାର ଫଳ ସ୍ୱରୂପ ବ୍ରିଟିଶ ମାନଙ୍କ ଅତ୍ୟାଚାର ଏବଂ କ୍ରୁରତା ବୃଦ୍ଧି ପାଇଲା ଏବଂ ପ୍ରାୟ ଏକ ଶତାବ୍ଦୀ ପରେ ଆମକୁ ଗାନ୍ଧିଜୀଙ୍କ ଭିକ୍ଷା କଟୋରୀରେ ସ୍ୱାଧୀନତା ଦିଆଯାଇଥିଲା।