Rajinikanth Thalaivar 170: ତଲାଏବା ରଜନୀକାନ୍ତଙ୍କ ଫିଲ୍ମ ଜେଲରକୁ ନେଇ ଚର୍ଚ୍ଚା କମିନଥିବା ବେଳେ ଏବେ ଫ୍ୟାନ୍ସଙ୍କ ପାଇଁ ନୂଆ ଫିଲ୍ମର ଭେଟି ଦେବାକୁ ଯାଉଛନ୍ତି ସୁପରଷ୍ଟାର । ଆଉ ଏହି ଫିଲ୍ମକୁ ଚାତକ ପରି ଚାହିଁରହିଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ। ଯେତେବର୍ଷର ବ୍ୟବଧାନ ହେଉ ନା କାହିଁକି ଯେବେ ବି ରଜନୀକାନ୍ତଙ୍କ ଫିଲ୍ମ ରିଲିଜ ହୁଏ ସେହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗେ ହି ଭାଙ୍ଗେ । ତେବେ ସବୁଠାରୁ ବଡ଼ କଥା ହେଲା ଜେଲର ଫିଲ୍ମର ବ୍ଲକ୍ ବଷ୍ଟର ହିଟ୍ ପରେ ଏବେ ନୂଆ ଫିଲ୍ମର ରିଲିଜ ଅପେକ୍ଷାରେ ଫିଲ୍ମର ପୂରା ଟିମ୍ । ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ତଲାଇବାର ୧୭୦ (Thalaivar 170) ରେ ନିଜର ଜଲୱା  ଦେଖାଇବାକୁ ଯାଉଛନ୍ତି । ସେପଟେ ସୁପରଷ୍ଟାରଙ୍କ ଏହି ଫିଲ୍ମରେ ସାଉଥ ଅଭିନେତା ସୂରିୟାଙ୍କୁ କ୍ୟାମିଓ ରୋଲରେ ଦେଖିବାକୁ ପାଇବେ ଦର୍ଶକ । 


COMMERCIAL BREAK
SCROLL TO CONTINUE READING

ମିଡିଆ ରିପୋର୍ଟସ ଅନୁଯାୟୀ, ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ତଲାଇବାର ୧୭୦ (Thalaivar 170) ରେ ଟଲିଉଡର ଦିଗଜ ଅଭିନେତା ସୂରିୟା କ୍ୟାମିଓ ଭାବେ ନଜର ଆସିବେ। ଏଠାରେ କହିରଖୁଛୁ ଯେ, ଏହି ଫିଲ୍ମରେ ୧୫ ମିନିଟର ରୋଲ୍ ରେ ନଜର ଆସିବେ ସୂରିୟା । ସୂରିୟାଙ୍କ ଏଣ୍ଟ୍ରିର ଖବର ଜାଣିବା ପରେ ଏହି ଫିଲ୍ମକୁ ଅନାଇ ବସିଛନ୍ତି ଫ୍ୟାନ୍ସ । ହେଲେ ଏକଥା ସତ ଯେ, ରିଲିଜ ହେବାକୁ ଥିବା ତଲାଇବାର ୧୭୦ (Thalaivar 170) ଫିଲ୍ମରେ ସୂରିୟାଙ୍କ କେଉଁ ଭୂମିକା ମିଳିବ ସେନେଇ ଡାଇରେକ୍ଟର କିଛି ଠୋସ୍ ଜବାବ ଦେଇନାହାଁନ୍ତି। 


ତେବେ ଏହି ଫିଲ୍ମର କାହାଣୀକୁ ନେଇ କିଛି ଖୁଲାସା କରିଛନ୍ତି ଟିମ୍ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି। ଫିଲ୍ମରେ ରଜନୀକାନ୍ତ ଜଣେ ରାଇଟ୍ ସିକର ରୋଲରେ ଅଭିନୟ କରୁଥିବାର ନଜର ଆସିବେ। ରଜନୀକାନ୍ତଙ୍କ ଏହି ଫିଲ୍ମର ପ୍ରଡକ୍ସନର ଦାୟିତ୍ୱରେ ରହିଛି ଲାଇକା ପ୍ରଡକ୍ସନ । ସେହିପରି ଜେଲରେ ମୁଭିରେ ମ୍ୟୁଜିକ ଦେଇଥିବା ରବିଚନ୍ଦର ଏହି ଫିଲ୍ମରେ ମ୍ୟୁଜିକ୍ ଦେବେ ବୋଲି କୁହାଯାଉଛି। ରିପୋର୍ଟ ମୁତାବିକ, ଏହି ଫିଲ୍ମକୁ ବର୍ଷ ୨୦୨୪ ରେ ୱାର୍ଲଡ ୱାଇଡ ସ୍ତରରେ ରିଲିଜ କରିବାକୁ ଟାର୍ଗେଟ ରଖିଛନ୍ତି ମେକର୍ସ। ଫିଲ୍ମକୁ ନେଇ ଏହି ଗୁଜବ ମଧ୍ୟ ରହିଛି ଯେ, ରଜନୀକାନ୍ତ ଏହି ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିବେ।


ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ରଜନୀକାନ୍ତ ସିରିୟସ ଥିବା ବେଳେ ଥିଏଟରରେ ଏବେ ବି କମିନି ଜେଲରର କ୍ରିଜେ । ସେପଟେ ଏହି ଫିଲ୍ମ (Thalaivar 170) ଟି ୬୦୦ କୋଟି ବଜେଟ୍ ରେ ହେବାକୁ ଥିବା ବେଳେ ସୁପରଷ୍ଟାର ରଜନୀକାନ୍ତ ପାଖାପାଖି ୧୫୦ କୋଟି ଚାର୍ଜ କରିବେ ବୋଲି ଆଶା କରାଯାଉଛି। 


Also Read: Kili Paul Dance: ସମ୍ବଲପୁରୀ ଗୀତରେ କିଲ୍ଲି ଓ ନିମା ପଲ୍ ଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ


Also Read: ଭାଲୁ ଭାଇନାଙ୍କ ଗୀତ ଭାଇରାଲ, 'ହେ ନବୀନ ଦେଖା ଦେ ନ ହେଲେ ଜବାବ ଦେ'