Bollywood News  : ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ହେଉଛନ୍ତି ଦୀପିକା(Deepika Padukone) ଓ ରଣବୀର ସିଂ(Ranveer Singh) ।  ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ରିଲ୍ ଲାଇଫରେ ଉଭୟଙ୍କ କେମେଷ୍ଚ୍ରି ଯେମିତି ଜବରଦସ୍ତ, ରିଏଲ ଲାଇଫରେ ବି ଉଭୟଙ୍କ ଭଲପାଇବା ସେମିତି । ହେଲେ ଉଭୟଙ୍କ ସମ୍ପର୍କକୁ ନେଇ ଏବେ ସୋସିଆଲ ମିଡିଆରେ ଏମିତି କିଛି ଖବର ଭାଇରାଲ ହେଉଛି । ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଯାଇଛନ୍ତି। ବିବାହର ଦିର୍ଘ ୪ ବର୍ଷ ପରେ ଦୀପିକା ଓ ରଣଭୀରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଚାଲି ନାହିଁ ବୋଲି ଏକ ଟ୍ୱିଟ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ବଲିଉଡର ଦମଦାର ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପ୍ରଶଂସକମାନେ ଖୁବ୍‌ ଭଲ ପାଆନ୍ତି । ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ବର୍ତ୍ତମାନ ଏହି ଦମ୍ପତି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି, ଯେଉଁ କାରଣରୁ ପ୍ରଶଂସକମାନେ ବି ଚିନ୍ତାରେ ପଡିଯାଇଛନ୍ତି । ତେବେ ଏହି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ଅଭିନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 


COMMERCIAL BREAK
SCROLL TO CONTINUE READING


ନିକଟରେ ଏକ ସାକ୍ଷାତକାର ସମୟରେ ରଣଭୀର ସିଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ସମ୍ପର୍କକୁ ମୁହଁ ଖୋଲିଛନ୍ତି । ଯାହାକୁ ଶୁଣିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଟ୍ୱିଟ ପ୍ରଶଂସକଙ୍କ ଚିନ୍ତା ବଢାଇଦେଇଥିଲା, ଯାହା ରଣଭୀର ସିଂଙ୍କ ବୟାନ ପରେ ଦୂର ହୋଇଯାଇଛି। ବର୍ତ୍ତମାନ ରଣଭୀର ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତା କହୁଛନ୍ତି ଯେ, 'ଟଚବୁଡ୍ ... ଆମେ ଦୁହେଁ ୨୦୧୨ ରେ ସାକ୍ଷାତ ହୋଇ ଡେଟିଂ ଆରମ୍ଭ କରିଥିଲୁ । ମୁଁ ଓ ଦୀପିକା ୧୦ ବର୍ଷ ଧରି ଏକାଠି ଅଛୁ ।' ନିକଟରେ ରଣଭୀର ସିଂ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିବା ସମୟରେ କହିଥିଲେ, 'ମୋର ସଫଳତାର ରହସ୍ୟ ମୋର ପତ୍ନୀ ଏବଂ ମୁଁ ତାଙ୍କଠାରୁ କିଛି କରିବାକୁ ଶକ୍ତି ପାଏ । 


 ଏହାବି ପଢନ୍ତୁ : Vikram Vedha : ହ୍ରିତିକଙ୍କ ପାଇଁ ଏମିତି କିଛି ପୋଷ୍ଟ କଲେ Pashmina Roshan



ଦୀପିକା ଏବଂ ରଣଭୀରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ଉଭୟଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ରଣଭୀର ସିଂ ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସର୍କସ'ରେ ନଜର ଆସିବେ ଏବଂ ସେ କରଣ ଜୋହରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି'(Rocky Aur Rani Ki Prem Kahani)ର ସୁଟିଂ ଶେଷ କରିସାରିଛନ୍ତି । ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିବ । ସେହିପରି ଦୀପିକା ପାଦୁକୋନ ଫିଲ୍ମ 'ପଠାନ'ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ସହ ' ଫାଇଟର୍' ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ ଦୀପିକା ପ୍ରୋଜେକ୍ଟ କେ (K) ଉପରେ ମଧ୍ୟ କାମ କରୁଛନ୍ତି ।