Rashmika Mandanna Revelations: ସାଉଥ ସୁପରଷ୍ଟାର  ଅଲ୍ଲୁ ଅର୍ଜୁନଙ୍କ ସହ  ଫିଲ୍ମ  ‘ପୁଷ୍ପା ’ରେ ଅଭିନୟ କରିଥିବା ରଶ୍ମିକା ଏବେ ପୁଣି ଥରେ ଚର୍ଚ୍ଚାରେ । ବିଶେଷକରି ଫିଲ୍ମ‘ପୁଷ୍ପା ’ ହିଟ ହେବା ପରେ ତାଙ୍କର ଲୋକପ୍ରିୟତା ଆହୁରୀ ବଢି ଯାଇଥିଲା। ଏପରିକି ସେ ନ୍ୟାସନାଲ କ୍ରସ ଭାବେ ମଧ୍ୟ ଜଣାଶୁଣା। ବର୍ତ୍ତମାନ ଅଭିନେତ୍ରୀଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ମଧ୍ୟ ରହିଛି । ସାଉଥ ଫିଲ୍ମ ସହିତ ସେ ବଲିଉଡରେ ଡେବ୍ୟୁ ମଧ୍ୟ କରି ସାରିଲେଣୀ । ଏସବୁ ମଧ୍ୟରେ ବିବାଦ ଏବଂ ସୋସିଆଲ ମିଡିଆ ଟ୍ରୋଲ ହେତୁ ଅଭିନେତ୍ରୀ ଅଧିକାଂଶ ସମୟରେ ଚର୍ଚ୍ଚାର ମଧ୍ୟ ରୁହନ୍ତି । ଅନ୍ୟପକ୍ଷରେ,ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ତାଙ୍କର ଜୀବନ ସହ ଜଡିତ ଥିବା ବିବାଦ ଏବଂ ଆଗାମୀ ଚଳଚ୍ଚିତ୍ର ବିଷୟରେ ଅନେକ ପ୍ରସଙ୍ଗ ଉପରେ କହିଥିଲେ।


COMMERCIAL BREAK
SCROLL TO CONTINUE READING

ରଶ୍ମିକା କାହିଁକି ତାଙ୍କ ସଫଳତାକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ?
ସାକ୍ଷାତକାରରେ ରଶ୍ମିକା ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ସଫଳତାକୁ କଦାପି ଗମ୍ଭୀରତାର ସହ ନେଇ ନାହାଁନ୍ତି। ରଶ୍ମିକା ମନ୍ଦାନାଙ୍କ ଅନୁଯାୟୀ, ସେ ଏହା କେବେବି ଭାବି ନାହାଁନ୍ତି ସେ ସଫଳତାର ଶିର୍ଷରେ ପହଞ୍ଚିଛନ୍ତି  । ତାଙ୍କ  ବନ୍ଧୁମାନେ ତାଙ୍କୁ ପଚାରିଥିଲେ ଯେ, ସେ ତାଙ୍କ ଅଭିନୟ କ୍ୟାରିୟରରେ ସନ୍ତୁଷ୍ଟ ଅନୁଭବ କରୁଛନ୍ତି କି? ଅଭିନେତ୍ରୀ ଜଣକ ଜବାବ ନାଁ ବୋଲି କହିଥିଲେ, ଏପର୍ଯ୍ୟନ୍ତ ସେ ନିଜ ଅଭିନୟ କ୍ୟାରିୟରରେ ସନ୍ତୁଷ୍ଟ ନୁହେଁ । ରଶ୍ମିକା  ଏହି ସାକ୍ଷାତକାରରେ କହିଛନ୍ତି ଯେ, ସେ ଅନୁଭବ କରୁଛନ୍ତି ଯେ ତାଙ୍କୁ ଆହୁରୀ ଅଭିନୟ କ୍ଷେତ୍ରରେ ବହୁତ ବାଟ ଯିବାକୁ ଅଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଏହାକ କେବଳ ଆରମ୍ଭ, ଆଗକୁ ଅନେକ ଲମ୍ବା ରାସ୍ତା ପଡିଛି । ରଶ୍ମିକା ବିଶ୍ବାସ କରନ୍ତି ଯେ, ସଫଳତା ଅନୁଭବ ନ କରିବା ଭଲ,କାହିଁକିନା ଏହା ମୋତେ ଆଗକୁ ନେବାରେ ସହାୟକ ହେବ । 


ରଶ୍ମିକା ମନ୍ଦାନା ତାଙ୍କ ଅଭିନୟରେ ଖୁସି ନୁହଁନ୍ତି:
ରଶ୍ମିକା ମନ୍ଦାନା  ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଅଭିନୟରେ କେବେ ବି ଖୁସି ନୁହଁନ୍ତି। ନିଜର ଚଳଚ୍ଚିତ୍ର ଦେଖିବା ପରେ ଅଭିନେତ୍ରୀ ସର୍ବଦା ଅନୁଭବ କରନ୍ତି ଯେ, ସେ ତାଙ୍କ ଭୂମିକାରେ ଆହୁରୀ ଭଲ ଅଭିନୟ କରିପାରିଥାନ୍ତେ । ଯେତେବେଳେ ସେ ଅଭିନୟ କରିଥିବା ଫିଲ୍ମ ଦେଖିନ୍ତି, ସେତେବେଳେ ତାଙ୍କୁ ଅନୁଭବ ହୁଏ ଯେ,ଏଥିରେ ସେ ଆହୁରୀ ଭଲ ଅଭିନୟ କରିପାରି ଥାନ୍ତା । ଏବଂ ସେତେବେଳେ ତାଙ୍କୁ ଦୋଷୀ ଅନୁଭବ ମଧ୍ୟ ହୋଇଥାଏ ।


ଏହାବି ପଢନ୍ତୁ : Vijay Deverakonda: ବିବାଦରେ ଫସିବା ପରେ ଫ୍ୟାନ୍ସଙ୍କୁ ମନାଇବାକୁ ଟ୍ରିପରେ ପଠାଉଛନ୍ତି ଦେବେରକୋଣ୍ଡା


 




ପୁନିତ ରାଜକୁମାରଙ୍କ ସହ ଥିବା ଏକ ସ୍ବତନ୍ତ୍ର ସ୍ମୃତି ସେୟାର କରିଛନ୍ତି :
ରଶ୍ମିକା ମନ୍ଦନା ମଧ୍ୟ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ବିଷୟରେ ବଡ ଖୁଲାସା ମଧ୍ୟ କରିଛନ୍ତି । ସେ ସାକ୍ଷାତକାରରେ କହିଛନ୍ତି, ଯେ ୨୦୧୭ ମସିହାରେ ଫିଲ୍ମ(Anjani Putra) 'ଅଞ୍ଜନୀ ପୁତ୍ର'ରେ  ଅଭିନୟ କରିଥିଲେ।  ସେହି ଫିଲ୍ମରେ ପନୀତ ତାଙ୍କର କୋ-ଆଟିଷ୍ଟ ଥିଲେ । ସେହି ସେଟରେ ସେ ତାଙ୍କୁ ଗାଇଡ୍ କରିବା ସହ ଅନେକ କିଛି ମଧ୍ୟ ଶିଖାଇଛନ୍ତି । ରଶ୍ମିକା ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରସିଦ୍ଧ ତାରକା ପୁନିତ ରାଜକୁମାର ତାଙ୍କର ମାର୍ଗଦର୍ଶକ ଥିଲେ ।  ଏବଂ ଅମୂଲ୍ୟ ଉପଦେଶ ଦେଉଥିଲେ,ଯାହା ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାତ୍ରା କରିବାରେ ସାହାଯ୍ୟ କରିଥିଲା ​​। 


 


 



ରଶ୍ମିକା ମନ୍ଦାନା କାହିଁକି ବିବାଦରେ ଛନ୍ଦି ହୁଅନ୍ତି?
ଅଭିନେତ୍ରୀ ରଶ୍ମିକା ମନ୍ଦାନା  ଅନେକ ସମୟରେ ବିବାଦରେ ଫସି ରୁହନ୍ତି । ସେ ଏନେଇ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯେ,ସେ ନିଜର ଭାବନାକୁ ଠିକ୍ ଭାବରେ ପ୍ରକାଶ କରିବାରେ ଅସମର୍ଥ ଏବଂ ଏହି କାରଣରୁ ସେ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି। ରଶ୍ମିକା ମନ୍ଦନା ଅନୁଭବ କରନ୍ତି ଯେ ସେ ଅଧିକ ପ୍ରଶ୍ନର ଉତ୍ତର ସେ କିପରି ଶିଖିବେ  ? ଯୁବ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟତଃ ତାଙ୍କ ଶବ୍ଦର ଭୁଲ ବ୍ୟାଖ୍ୟା କରାଯାଇଥାଏ। ରଶ୍ମିକା ମନ୍ଦାନାଙ୍କ ଦକ୍ଷିଣ ଏବଂ ହିନ୍ଦୀ ଗୀତଗୁଡ଼ିକର ତୁଳନାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା। ଏଥିପାଇଁ ଅଭିନେତ୍ରୀ କହିଛନ୍ତି ଯେ ସେ କନ୍ନଡ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ କରିଥିବା ସମସ୍ତ ଗୀତକୁ ମଧ୍ୟ ସୁପରହିଟ୍ ହୋଇଥିଲା । ତେବେ ତାଙ୍କର ଭାଷଗତ ତ୍ରୃତିରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ସେ ତାଙ୍କର କଥା କହିବା(କମ୍ୟୁନିକେସନ) ଉପରେ ଧ୍ୟାନ ଦେଉଛନ୍ତି। 


 


'ପୁଷ୍ପା ୨ 'ରୁ ତାଙ୍କ ପରିବର୍ତ୍ତନ କରାଯାଇଥିବା ଖବର ଭିର୍ତ୍ତିହୀନ:
ଏହାସହ  ନିକଟରେ ଖବର ଆସିଥିଲା ଯେ, 'ପୁଷ୍ପା ୨'ରୁ ଅଭିନେତ୍ରୀଙ୍କୁ ରିପ୍ଲେସ କରାଯାଇଛି । ଏବଂ ତାଙ୍କ ସ୍ଥାନରେ ସାଇ ପଲ୍ଲବୀକୁ ନିଆଯାଇଛି । ଏହି ଖବରକୁ ଖଣ୍ତନ କରିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି ଯେ, ସେ ପୁଷ୍ପା ୨ର ଏକ ଅଂଶ । ଏବଂ ଖୁବ୍ ଶୀଘ୍ର ତାଙ୍କର ସୁଟିଂ ଆରମ୍ଭ ହେବ । ସେ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହି ଫିଲ୍ମକୁ ନେଇ ଖୁବଶିଘ୍ର ଏକ ବଡ ଅପଡେଟ୍ ସାମ୍ନାକୁ ଆସିବ।