Rashmika Mandanna : ଫିଲ୍ମ ‘ଗୁଡବାଏ’(Goodbye)ରେ ରଶ୍ମିକା ମନ୍ଦନା ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ। ବିଗ୍ ବି ଙ୍କ ସହ ପ୍ରଥମ ଥର ନିଜର ଆସିବେ ସାଉଥ୍ ଅଭିନେତ୍ରୀ ରଶ୍ମିକା । ସାଉଥ ଫିଲ୍ମରୁ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ରଶ୍ମିକାଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି । ନିକଟରେ ସେ ନିଜ ଇନଷ୍ଟାରେ ଗୁଡବାଏ ଫିଲ୍ମ ମେକିଂ ସମୟର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ,ରଶ୍ମିକା ଗୁଡବାଏ ଫିଲ୍ମର କ୍ରିଉ ମେମ୍ବରଙ୍କ ସହ ମନଭରି ଡ୍ୟାନ୍ସ କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ, ଏ ଗ୍ରୃପ ଡ୍ୟାନ୍ସରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ମଧ୍ୟ ରଶ୍ମିକାଙ୍କ ସହ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ରଶ୍ମିକା ଏକ ବ୍ଲାକ କର୍ଲର ଟି ସାର୍ଟ ପିନ୍ଧିଥିବା ବେଳେ ଏକ ବ୍ଲାକ ହର୍ଟ ପ୍ୟାଣ୍ଟ ପିନ୍ଧି ଥିବା ମଧ୍ୟ ଦେଖିବାକୁ ମିଳିଛି। କ୍ରିଉ ମେମ୍ବରଙ୍କ ସହ ରଶ୍ମିକାଙ୍କ ଏ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ, ଏ ଭିଡିଓରେ ଫ୍ୟାନ୍ସଙ୍କ କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ରଶ୍ମିକା ମନ୍ଦନାଙ୍କୁ ଶେଷଥର ପାଇଁ ସୀତାରମଣ (Sita Ramam) ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ରଶ୍ମିତାଙ୍କୁ ହାତରେ ଫିଲ୍ମ ଗୁଡବାଏ ବ୍ୟତିତ  ଏକାଧିକ ପ୍ରୋଜେକ୍ଟ ରହିଛି ।  ସେ ମିଶନ୍ ମଞ୍ଚୁ, ପୁଷ୍ପା ୨ ଓ ଆନିମଲ ଫିଲ୍ମରେ ନଜର ଆସିବେ। 


ଏହାବି ପଢନ୍ତୁ : Pathan Dubbing : ପଠାନ୍ ଫିଲ୍ମକୁ ନେଇ ଏମିତି କିଛି କହିଲେ ଦୀପିକା


 



ମିଶନ ମଞ୍ଚୁରେ ସେ ସିଦ୍ଦାର୍ଥ ମଲହୋତ୍ରାଙ୍କ ସହ ଲିଡ ରୋଲରେ ନଜର ଆସିବାକୁ ଥିବା ବେଳେ ପୁଷ୍ପା ୨ରେ ଅଲୁ ଅର୍ଜୁନଙ୍କ ବିପକ୍ଷରେ ନାୟିକା ସାଜିବେ । ସେହିପରି ଫିଲ୍ମ ଆନିମଲରେ ମଧ୍ୟ ରଣବୀର କପୁରଙ୍କ ସହ ସ୍କ୍ରିନ୍ ସେୟାର କରିବେ ରଶ୍ମିକା । ଗୁଡବାଏ ଫିଲ୍ମଟି ଆସନ୍ତା ମାସରେ ରିଲିଜ୍ ହେବାକୁ ସ୍ଥିର ହୋଇଥିବା ବେଳେ ଫିଲ୍ମର ଗୀତ ଗୁଡିକ ମଧ୍ୟ ଦମଦାର ହୋଇଛି। ଗୁଡବାଏ ଫିଲ୍ମର ଲିଡ ରୋଲରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ,ରଶ୍ମିକା ମନ୍ଦନା, ନୀନା ଗୁପ୍ତା,ସୁନୀଲ ଗ୍ରୋଭର ଓ ସିଭିନ୍ ନାରଙ୍ଗ । ଗଡବାଏ ମୁଭିଟି ଆସନ୍ତା ମାସ ୭ତାରିଖରେ ପରଦାକୁ ଆସିବ। 


ରଶ୍ମିକାଙ୍କ ଅଭିନୀତ ଫିଲ୍ମ (Pushpa) ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ,  ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ ।