Happy Birthday Riteish Deshmukh: ରିତେଶ ଦେଶମୁଖ ବଲିଉଡର ଜଣାଶୁଣା ନାଁ । ଗତ ଦଶନ୍ଧି ଧରି ଅଭିନୟ କରି ଆସୁଛନ୍ତି ।  ସେ କେବଳ ହିନ୍ଦୀ ସିନେମାରେ ନୁହେଁ ମରାଠୀ ସିନେମାରେ ମଧ୍ୟ ତାଙ୍କର ଚମତ୍କାର ଅଭିନୟ ସହିତ ଲୋକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି । 'ତୁଜେ ମେରୀ କସମ୍' ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ ରିତେଶ । ଆଜି ରିତେଶଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ସାଥୀ କଳାକଳ ସହ ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ୧୯୭୮ରେ ଆଜିର ଦିନରେ ମହାରାଷ୍ଟ୍ରର ଲାଥୁରରେ ଜନ୍ମ ଗ୍ରହଣ କରିଥିଲେ ରିତେଶ । 


COMMERCIAL BREAK
SCROLL TO CONTINUE READING


ଜଣେ ଅଭିନେତା ସହ ରିତେଶ ମଧ୍ୟ ଜଣେ ଆର୍କିଟେକ୍(Architect) । ସେ ମୁମ୍ବାଇର କମଲା ରାହେଜା କଲେଜ ଅଫ୍ ଆର୍କିଟେକଚର(Kamla Raheja Vidyanidhi Institute of Architecture) ରୁ  ଆର୍କିଟେକର ଡିଗ୍ରୀ ହାସଲ କରିଛନ୍ତି। ତେବେ ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ରିତେଶ ମଧ୍ୟ ଏକ ସ୍ଥାପତ୍ୟ ଏବଂ ଇଣ୍ଟେରିୟର ଡିଜାଇନର ଫାର୍ମର ମାଲିକ । ବହୁତ କମ୍ ଲୋକ ଏହା ଜାଣନ୍ତି । ଜଣେ ଅଭିନେତା ଏବଂ ସ୍ଥପତି ହେବା ବ୍ୟତୀତ ସେ ଜଣେ ବିଶିଷ୍ଟ ନିର୍ମାତା ମଧ୍ୟ, ସେ ୨୦୧୩ ରେ ମୁମ୍ବାଇ ଫିଲ୍ମ କମ୍ପାନୀ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କରିଛନ୍ତି । ଯାହା ଅଧୀନରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।



ରିତେଶ ଦେଶମୁଖଙ୍କ ବ୍ୟତୀତ ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ରାଜନୀତିରେ ଜଡିତ ମଧ୍ୟ ଅଛନ୍ତି । ତାଙ୍କର ପିତା ଭିଲାସରାଓ ଦେଶମୁଖ (Vilasrao Deshmukh) ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ଏପରିକି ସେ ତାଙ୍କ ପିତା (Ministry of Heavy Industries and Public Enterprises) ହେଭି ଇଣ୍ଡଷ୍ଟ୍ରିଜ୍ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଅଭିନେତାଙ୍କ ଭାଇ ଧୀରଜ ଏବଂ ଅମିତ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ବହୁ ନାମ ଅର୍ଜନ କରୁଛନ୍ତି।



ରିତେଶ-ଜେନେଲିଆ ବି-ଟାଉନର ଏକ ଲୋକପ୍ରିୟ ଦମ୍ପତି । ୩ ଫେବୃଆରୀ ୨୦୧୨ ରେ ରିତେଶ ଜେନେଲିଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ଏହି ଦମ୍ପତିଙ୍କର ୨ଟି ସନ୍ତାନ ଅଛନ୍ତି । ପ୍ରାୟତଃ ଉଭୟଙ୍କୁ ଅଧିକାଂଶ ପାର୍ଟ ଓ ଶୋରେ ଦେଖିବାକୁ ମିଳେ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ଦିନ ପରେ ଏହି ଦମ୍ପତି ପୁଣି ଥରେ ସ୍କ୍ରିନ ସେୟାର କରିଛନ୍ତି । 'ମିଷ୍ଟର ମମ୍ମି'ରେ ଏମାନଙ୍କୁ ଦେଖିବାକୁ ମିଳିଛି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । 


ଏହାବି ପଢନ୍ତୁ : Malaika Arora on Khan Family: ଅର୍ଜୁନଙ୍କ ପ୍ରେମରେ ପଡିଲେ ଆଉ ବିଷ ଓଗାଳିଲେ


ଏହାବି ପଢନ୍ତୁ : Anubhav Mohanty Marriage: ଏଣେ ଘରୁ ବାହାରେ ବର୍ଷା, ସେପଟେ ଲୁଚାଛପାରେ ଅନୁଭବଙ୍କ ପଡ଼ିଲା ହାତଗଣ୍ଠି !