Navya Naveli Nanda: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା । କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ଲଭ୍ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । 
ନିକଟରେ ଚଳଚ୍ଚିତ୍ର ନିର୍ମାତା ଅମୃତପାଲ ସିଂ ବିନ୍ଦ୍ରଙ୍କ ବାର୍ଥ ଡେ ପାର୍ଟି ହୋଇଥିଲା। କିନ୍ତୁ ଏହି ବାର୍ଥ ଡେ ପାର୍ଟିରେ ବଲିଉଡର ବହୁ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ପାର୍ଟିରେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଗୋଟିଏ କାରରେ ଯାଉଥିବାର ନଜର ଆସିଥିଲେ। ଏହା ପରେ ସେମାନଙ୍କ ସମ୍ପର୍କର ଖବର ପୁଣି ଥରେ ବିଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ,କିନ୍ତୁ କ୍ୟାମେରା ଆଗରେ ନିଜ ପ୍ରେମ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି ଅଭିନେତା ।


COMMERCIAL BREAK
SCROLL TO CONTINUE READING

ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ନବ୍ୟା ନବେଲୀ ନନ୍ଦା ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନାହାଁନ୍ତି:
ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ନବ୍ୟା ନବେଲୀ ନନ୍ଦା ଏ-ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିନାହାଁନ୍ତି କିନ୍ତୁ ଦିର୍ଘ ସମୟ ଧରି ପରପ୍ପରକୁ ଡେଟ କରିବା ପରେ ଦୁହେଁ ଏବେ ଏକାଠି ନଜର ଆସୁଛନ୍ତି । ଉଭୟେ ଏକ କାରରେ ପାର୍ଟିରୁ ଫେରୁଥିବାର ନଜର ଆସିଥିଲା। କିନ୍ତୁ ମୁଖ୍ୟ କଥା ହେଉଛି, ଉଭୟ ଏହି ପାର୍ଟୀରେ ଦୁଇଟି ଅଲଗା କାରରେ ପହଞ୍ଚି ଥିଲେ। କିନ୍ତୁ ଉଭୟେ ପାର୍ଟିରୁ ଏକାଠି ଫେରୁଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।  ତେବେ, ଏହା ପୂର୍ବରୁ ସେ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଫିଲ୍ମ ବାର୍ଥ ଡେ ପାର୍ଟିରେ ଦୁହେଁ ନଜର ଆସିଥିଲେ। ଏହାପରେ ଉଭୟଙ୍କ ସମ୍ପର୍କର ଖବର ଏକ ଗୁଜବ ବୋଲି କୁହାଯାଇଥିଲା । ସିଦ୍ଧାନ୍ତ ଚତୁର୍ବେଦୀ ପୂର୍ବରୁ 'ଇନସାଇଡ୍ ଏଜ୍' ନାମକ ଏକ ୱେବ୍ ସିରିଜରେ ଅଭିନୟ କରିଥିଲେ। ସେଠାରେ ସେ ଗୁଲି ବଏରେ ଏମସି ଶେର୍ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 


 



ତେବେ, ଏହି ପାର୍ଟିରେ ଅନେକ ସେଲିବ୍ରେଟି ପହଞ୍ଚି ଥିବାର ନଜର ଆସିଥିଲେ । ଏଥିରେ ଶାହରୁଖ ଖାନ, ତାଙ୍କ ପତ୍ନୀ ଗୌରୀ ଖାନ୍ ଏବଂ ପୁଅ ଆର୍ଯ୍ୟନ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା କୈଫ୍, ଅନନ୍ୟା ପାଣ୍ଡେ, ଶାନୟା କପୁର, ସନ୍ନି କୌଶଲ, ନୋରା ଫତେହି ଏବଂ କରଣ ଜୋହର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ମଧ୍ୟ ଏକାଠି ଚାଲିଥିବାର ନଜର ଆସିଥିଲେ।


ଏହାବି ପଢନ୍ତୁ : Malaika And Arbaaz: ବହୁତ ସୁନ୍ଦର ମଲାଇକା ଓ ଅରବାଜଙ୍କ ଲଭଷ୍ଟୋରୀ, ବିବାହ ବିଚ୍ଛେଦ ପରେ ବି ତୁଟିନି ସମ୍ପର୍କର ଡୋରୀ


ଏହାବି ପଢନ୍ତୁ : Ishan Kishan Love Story: ଫିଲ୍ଡରେ ହିରୋ ହେଲେ ଏହି ଯୁବତୀଙ୍କ ପ୍ରେମରେ କ୍ଲିନ ବୋଲ୍ଡ ଇଶାନ କିଷାନ


ଏହାବି ପଢନ୍ତୁ : Rajnikanth: କାହିଁକି 'ରୋବଟ' ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହୁଁ ନ ଥିଲେ ଥଲାଇଭା