Malaika And Arbaaz: ବହୁତ ସୁନ୍ଦର ମଲାଇକା ଓ ଅରବାଜଙ୍କ ଲଭଷ୍ଟୋରୀ, ବିବାହ ବିଚ୍ଛେଦ ପରେ ବି ତୁଟିନି ସମ୍ପର୍କର ଡୋରୀ
Advertisement
Article Detail0/zeeodisha/odisha1482769

Malaika And Arbaaz: ବହୁତ ସୁନ୍ଦର ମଲାଇକା ଓ ଅରବାଜଙ୍କ ଲଭଷ୍ଟୋରୀ, ବିବାହ ବିଚ୍ଛେଦ ପରେ ବି ତୁଟିନି ସମ୍ପର୍କର ଡୋରୀ

Malaika And Arbaaz: ଯଦି ଜୀବନରେ ପ୍ରେମ ଥାଏ ତେବେ ବିବାଦ ମଧ୍ୟ ଥାଏ । କିନ୍ତୁ ବେଳେବେଳେ ଏହି ବିବାଦ ଏତେ ଗଭୀର ହୋଇଯାଏ ,ତିକ୍ତତାରେ ପରିଣତ ହୁଏ । ଯାହା ସମ୍ପର୍କ ଭାଙ୍ଗିବାର କାରଣ ହୋଇଯାଏ । ପ୍ରେମ, ବିବାହ ଏବଂ ତାପରେ ଛାଡପତ୍ର ... କିଛି ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସଂପୂର୍ଣ୍ଣ ଭାଙ୍ଗେ ନାହିଁ । ସମ୍ପର୍କର ଗୁରୁତ୍ୱ ରହିଥାଏ । ସେହିଭଳି କିଛି ହେଉଛି ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ପ୍ରେମ କାହାଣୀ ।

ସୌଜନ୍ୟ : ସୋସିଆଲ ମିଡିଆ

Malaika And Arbaaz: ଯଦି ଜୀବନରେ ପ୍ରେମ ଥାଏ ତେବେ ବିବାଦ ମଧ୍ୟ ଥାଏ । କିନ୍ତୁ ବେଳେବେଳେ ଏହି ବିବାଦ ଏତେ ଗଭୀର ହୋଇଯାଏ ,ତିକ୍ତତାରେ ପରିଣତ ହୁଏ । ଯାହା ସମ୍ପର୍କ ଭାଙ୍ଗିବାର କାରଣ ହୋଇଯାଏ । ପ୍ରେମ, ବିବାହ ଏବଂ ତାପରେ ଛାଡପତ୍ର ... କିଛି ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସଂପୂର୍ଣ୍ଣ ଭାଙ୍ଗେ ନାହିଁ । ସମ୍ପର୍କର ଗୁରୁତ୍ୱ ରହିଥାଏ । ସେହିଭଳି କିଛି ହେଉଛି ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ପ୍ରେମ କାହାଣୀ  । ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଅରବାଜ ଖାନ ଏବଂ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆଜି ଏକାଠି ନ ଥାଇ ପାରନ୍ତି । କିନ୍ତୁ ସେମାନଙ୍କ ପ୍ରେମ କାହାଣୀ ଆଜିବି ଚର୍ଚ୍ଚାରେ ରହିଛି । ଏହାର କାରଣ ହେଉଛି ଆଜି ମଧ୍ୟ ଉଭୟ ପରସ୍ପରକୁ ସମ୍ମାନ କରନ୍ତି ଏବଂ ସାଙ୍ଗମାନଙ୍କ ରୁହନ୍ତି । ଆଜି ଦୁହେଁ ଏକାଠି ଥାଇ ନ ପାରନ୍ତି । କିନ୍ତୁ ଆଜି ହେଉଛି ସେମାନଙ୍କର ୨୪ ତମ ବିବାହ ବାର୍ଷିକୀ । ଏହି ଅବସରରେ, ଆସନ୍ତୁ ଆପଣଙ୍କୁ ଜଣାଇବା ଯେ ଅରବାଜ ଏବଂ ମଲାଇକାଙ୍କ ପ୍ରେମ କିପରି ଆରମ୍ଭ ହୋଇଥିଲା। 

ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ପ୍ରେମ କାହାଣୀ ଏକ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ବଲିଉଡ ଅଭିନେତା ଅରବାଜ ଖାନ ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରଥମ ସାକ୍ଷାତ ଏକ ବିଜ୍ଞାପନରୁ ହୋଇଥିଲା। କଫି ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନର ସୁଟିଂ ସମୟରେ ଦୁହିଙ୍କ ସାକ୍ଷାତ ହୋଇଥିଲେ। ଏହି ବିଜ୍ଞାପନଟି ବହୁତ ବୋଲ୍ଡ ଥିଲା ଏବଂ ବିବାଦ ମଧ୍ୟ ଥିଲା । ଏହି ସାକ୍ଷାତ ସମୟରେ ମଲାଇକା ପ୍ରଥମ ଥର ପାଇଁ ଅରବାଜଙ୍କୁ ଦେଖି ହୃଦୟ ଦେଇ ବସିଥିଲେ।  ପ୍ରଥମ ଦେଖାରେ ମଲାଇକା ଅରବାଜଙ୍କ ପ୍ରେମରେ ପଡିଥିଲେ।

ବିଜ୍ଞାପନର ସୁଟିଂ ପରେ ଦୁହେଁ ପରସ୍ପରକୁ ଭେଟିବା ଆରମ୍ଭ କରିଦେଲେ ଏବଂ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା। ଏହା ପରେ ଦୁହେଁ ଅନେକ ପ୍ରୋଜେକ୍ଟରେ ଏକାଠି କାମ କଲେ, ଯେଉଁଥିପାଇଁ ଦୁହେଁ ପରସ୍ପର ସହିତ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ। ମଲାଇକା ଏବଂ ଅରବାଜ ପରସ୍ପରକୁ ପାଞ୍ଚ ବର୍ଷ ପାଇଁ ଡେଟ କରିଥିବା କୁହାଯାଉଛି।
୧୯୯୮ ମସିହାରେ ମଲାଇକା ଏବଂ ଅରବାଜଙ୍କ ବିବାହ ହୋଇଥିଲା।  ସେତେବେଳେ ମଲାଇକା ବଲିଉଡରେ ନୂଆ କରି ପାଦ ଥାପିଥିଲେ । କିନ୍ତୁ ସେ ନିଜ କ୍ୟାରିୟର ଅପେକ୍ଷା ପରିବାରକୁ ଅଧିକ ସମୟ ଦେଉଥିଲେ। 

ସେହି ସମୟରେ ଦୁହେଁ ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ଥିଲେ। କିନ୍ତୁ ୧୯ ବର୍ଷ ବିବାହ ପରେ ଅର୍ଥାତ ୨୦୧୭ରେ ମଲାଇକା ଅରବାଜଙ୍କ ଠାରୁ ଛାଡପତ୍ର ନେଇଥିଲେ। ଅରବାଜ ଏବଂ ମଲାଇକାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ନ ଥିଲେ, କିନ୍ତୁ ମଲାଇକା ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି, ଯିଏ ମଲାଇକା ସହ ରୁହନ୍ତି। ଦୁହେଁ ଅଲଗା ରହୁଛନ୍ତି ସତ କିନ୍ତୁ ନିଜ ପୁଅ ପାଇଁ ସେମାନେ ସାଙ୍ଗ ହୋଇ ସବୁବେଳେ ଛିଡା ହୁଅନ୍ତି । ବର୍ତ୍ତମାନ ଉଭୟ ମଲାଇକା ଏବଂ ଅରବାଜ ନିଜ ଜୀବନରେ ଆଗକୁ ବଢିଛନ୍ତି । ମଲାଇକା ବର୍ତ୍ତମାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି।

ଏହାବି ପଢନ୍ତୁ : Urfi Javed: ଖୁବଶିଘ୍ର ବନ୍ଧା ହୋଇପାରନ୍ତି ଉର୍ଫି ଜାଭେଦ, ଜାଣନ୍ତୁ କାରଣ