ରୂପା-ପିଣ୍ଟୁ ଅଭିନୀତ ନୂଆ ମ୍ୟୁଜିକ୍ ଭିଡ଼ିଓ `କଥା ଦେଲି ତୋ ମଥା ଛୁଇଁ` ମୁକ୍ତିଲାଭ
ନିରଞ୍ଜନ ପଣ୍ଡାଙ୍କ ରଚିତ ଗୀତକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୁଦ୍ରପ୍ରସାଦ ନାୟକ । ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନ୍ତରା ଚକ୍ରବର୍ତ୍ତୀ ଏହି ମ୍ୟୁଜିକ୍ ଭିଡ଼ିଓରେ କଣ୍ଠଦାନ କରିଛନ୍ତି ।
ଭୁବନେଶ୍ୱର: ରାଜେନ୍ଦ୍ର ମଥାନଙ୍କ ପ୍ରଯୋଜିତ ତଥା ଓମ୍ ସୋମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ନୂଆ ମ୍ୟୁଜିକ୍ ଭିଡ଼ିଓ "କଥା ଦେଲି ତୋ ମଥା ଛୁଇଁ" ମୁକ୍ତିଲାଭ କରିଛି । ମ୍ୟୁଜିକ୍ ଭିଡ଼ିଓ ଇଣ୍ଡଷ୍ଟ୍ରିର ସଫଳ ଯୋଡି ରୂପା ଓ ପିଣ୍ଟୁ ଙ୍କୁ ନେଇ ଏହି ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ ହୋଇଛି ।
ନିରଞ୍ଜନ ପଣ୍ଡାଙ୍କ ରଚିତ ଗୀତକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୁଦ୍ରପ୍ରସାଦ ନାୟକ । ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅନ୍ତରା ଚକ୍ରବର୍ତ୍ତୀ ଏହି ମ୍ୟୁଜିକ୍ ଭିଡ଼ିଓରେ କଣ୍ଠଦାନ କରିଛନ୍ତି । ନିର୍ଦ୍ଦେଶନା ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସାଜନ ଏବଂ ରୁଚିକା । ଚିତ୍ରତ୍ତୋଳନ ମୁନ୍ନା ଏବଂ ସମ୍ପାଦନା ରଞ୍ଜନ ଖଟେଇ କରିଛନ୍ତି । କଳା ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବରଦା ଏବଂ ସାଉଣ୍ଡ ଡିଜାଇନର ଅଛନ୍ତି ଦେବାଶିଷ ପୋଷ୍ଟର ଡିଜାଇନ୍ - ପୀୟୁଷ । ପୂର୍ବରୁ ଓମ୍ ସୋମ୍ ବ୍ୟାନର ପ୍ରେମ ହେଇଗଲା ରାତିରେ କାଲି, ନବମ ଶ୍ରେଣୀ, ଜୟ ଚନ୍ଦ୍ରଶେଖର, କଣ ହେଲାରେ, ଦିଲ୍ ଟା ନେଇଗଲା, ଜୀବନ ରେଖା ଭଳି ସୁପରହିଟ୍ ମ୍ୟୁଜିକ୍ ଭିଡ଼ିଓ ଓଡିଶା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ସମସ୍ତ ମ୍ୟୁଜିକ୍ ଭିଡ଼ିଓକୁ ଦର୍ଶକ ମଧ୍ୟ ଢେର ଭଲ ପାଇବା ଦେଇଛନ୍ତି ।
ଦର୍ଶକଙ୍କ ରୁଚିକୁ ଆଖିରେ ରଖି ପ୍ରଯୋଜକ ରାଜେନ୍ଦ୍ର ମଥାନ ଗୀତ ପସନ୍ଦ କରିଥାନ୍ତି ଏବଂ ଭିଜୁଆଲଜେସନ ଉପରେ ଗୁରୁତ୍ୱ ଦେଇଥାନ୍ତି । ଏହି ମ୍ୟୁଜିକ୍ ଭିଡିଓ ପାଇଁ ବଣ୍ଟିଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଛି । ଓମ୍ ସୋମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ରୁପା ପିଣ୍ଟୁ ଯୋଡିକୁ ଅଧିକ ମାତ୍ରାରେ ପସନ୍ଦ କରିବେ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ଭରତ ପ୍ରଧାନ ମତ ଦେଇଛନ୍ତି ।
Also Read- Flipkart Sale: ପୁଣି କମିଲା iPhone 15 ଦାମ୍, ଜାଣନ୍ତୁ କେତେ ହେଲା ଶସ୍ତା
Also Read- Top 10 News: ଖତ ଗଦାରୁ ବିଡ଼ାବିଡ଼ା ଟଙ୍କା ଜବତ ଖବର ସହ ଅନ୍ୟାନ୍ୟ ଅପଡେଟ୍