Satish Kaushik Death Case: ଆଉ ନାହାଁନ୍ତି ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ (Satish Kaushik Death Case)। ହୃଦଘାତର ତାଙ୍କର ମୃତ୍ୟୁ ହୋଇଛି (Satish Kaushik Death) । କିନ୍ତୁ ତାଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । ପ୍ରଥମେ ତାଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା କୁହାଯାଉଛି। ସତୀଶଙ୍କ ବ୍ୟବସାୟୀ ବନ୍ଧୁ ବିକାଶ ମାଲୁ ୧୫କୋଟି ନଦେବା ପାଇଁ ତାଙ୍କ ଭୁଲ ଔଷଧ ଦେଇ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବିକାଶଙ୍କ ପତ୍ନୀ ସାନବୀ। ସେ ଦିଲ୍ଲୀ ପୋଲିସକୁ ଏ-ନେଇ ଚିଠି ଲେଖି ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଅଗଷ୍ଟ ୨୩, ୨୦୨୨ରେ ବିକାଶ ମାଲୁଙ୍କ ପୁଅର ଜନ୍ମଦିନ ପାର୍ଟି ଦୁବାଇରେ ହୋଇଥିବା ବେଳେ ସେଠ‌ାକୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁଅ ଅନସ (dawood son) ଆସିଥିଲା। ଏ-କଥା ବିକାଶ ତାଙ୍କୁ କହିଥିଲେ ବୋଲି ସାନବୀ ପୋଲିସକୁ କହିଛନ୍ତି। ଏହି ପାର୍ଟିରେ ସତୀଶ କୌଶିକ ମଧ୍ୟ ଯୋଗ ଦେଇଥିଲେ। ପାର୍ଟି ପୂର୍ବରୁ ୧୫କୋଟି ଟଙ୍କାକୁ ନେଇ ସତୀଶ ଓ ବିକାଶଙ୍କ ମଧ୍ୟରେ(Satish Kaushik vikas malu) ଝଗଡ଼ା ହୋଇଥିଲା ବୋଲି ବିକାଶଙ୍କ ପତ୍ନୀ କହିଛନ୍ତି। ଏବେ ପାର୍ଟିର ଫଟୋ ଭାଇରାଲ(Satish Kaushik dubai party) ହେଉଥିବା ବେଳେ ସତୀଶଙ୍କ ମୃତ୍ୟୁ ସହ ଦାଉଦ ପୁଅର(Dawood Ibrahims son) ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପୋଲିସ ସାନବୀଙ୍କ ଚିଠି ପାଇବା ପରେ ସବୁ ଦିଗକୁ ନେଇ ତଦନ୍ତ କରୁଥିବା କହିଛି। ସାନବୀଙ୍କ ଚିଠି ସତୀଶଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ବଢ଼ାଇଥିବା ବେଳେ ପ୍ରକୃତ ସତ ଖୋଜିବାରେ ଲାଗିପଡ଼ିଛି ପୋଲିସ।


Also Read : Crime News: ଏକ ତରଫା ପ୍ରେମ ନେଲା ଜୀବନ! ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ କାଟି ଖଣ୍ତଖଣ୍ତ କଲା...


Also Read : Satish Kaushik Death: ମହିଳାଙ୍କ ଚାଞ୍ଚଲ୍ୟକର ବୟାନ, ୧୫ କୋଟି ପାଇଁ ସତୀଶ କୌଶିକଙ୍କୁ ମାରିଛନ୍ତି ମୋ ସ୍ବାମୀ!


ସତୀଶ କୌଶିକ ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ । ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ । ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି । ୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ।