Rajinikanth's Birthday Celebration: ନଭେମ୍ବର ୧୨ ଅର୍ଥାତ ସୋମବାର ଦିନ ସାଉଥ ସୁପରଷ୍ଟାର ରଜନୀକାନ୍ତ ୭୨ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରେ ରଜନୀକାନ୍ତଙ୍କୁ ବହୁ କଳାକାର ଓ ପ୍ରଶଂସକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ବେଙ୍ଗାଲୁରୁର ଏକ ସ୍କୁଲ ତରଫରୁ ଏକ ସରକାରୀ ସ୍କୁଲକୁ କିଛି ପୁସ୍ତକ ଓ କେକ୍ ମଧ୍ୟ ବଣ୍ଟାଯାଇଥିଲା। ରଜନୀକାନ୍ତଙ୍କ ପିଲାବେଳୁ ଗରିବ ଘରେ ଜନ୍ମ ହୋଇଥିବାରୁ ସେ ସରକାରୀ ସ୍କୁଲରେ ପାଠ ପଢୁଥିଲେ। ରଜନୀକାନ୍ତ ବେଙ୍ଗାଲୁରୁର ଗାଭିପୁରମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସୋମବାର ରଜନୀକାନ୍ତଙ୍କ ଜନ୍ମଦିନ ଥିବାରୁ ରଜନୀଜୀ ସେବା ସମିତି କର୍ଣ୍ଣାଟକ ରାଜ୍ୟ ସହ ମିଳିତ ହୋଇ ରଜନୀକାନ୍ତ ପଢୁଥିବା ସ୍କୁଲର ପିଲାମାନଙ୍କ ପାଇଁ ଏକ ବିରାଟ କେକ୍ ଆଣିଥିଲେ। ବିଦ୍ୟାଳୟର କର୍ତ୍ତୃପକ୍ଷମାନେ ସମିତି ସଦସ୍ୟଙ୍କ ସହ ମିଶି କେକ୍ କାଟି ଥିଲେ। ଏବଂ ରଜନୀଜୀ ସେବା ସମିତି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ  ନୋଟବୁକ୍ ଗୁଡିକୁ  ବାଣ୍ଟାଯାଇ ଥିଲା । ତେବେ ସହି କେକ୍ ଉପରେ ଲେଖାଥିଲା,ଶୁଭ ଜନ୍ମଦିନ ସୁପରଷ୍ଟାର ରଜନୀକାନ୍ତ ।


COMMERCIAL BREAK
SCROLL TO CONTINUE READING

ରଜନୀକାନ୍ତ ମଧ୍ୟ 'ଥଲାଇଭା' ନାମରେ ଜଣାଶୁଣା । ରଜନୀକାନ୍ତ ଦିର୍ଘ ପାଞ୍ଚ ଦଶନ୍ଧି ଧରି ଅଭିନୟ କରି ଆସୁଛନ୍ତି । ତାଙ୍କର ନିଖୁଣ ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ତାମିଲ, କନ୍ନଡ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଏବଂ ବଙ୍ଗାଳୀ ଫିଲ୍ମରେ  କାମ କରିଛନ୍ତି । ସେ ଏପର୍ଯ୍ୟନ୍ତ ପାଖାପାଖି ୧୬୦ ଟି ଚଳଚ୍ଚିତ୍ରରେ କାମ କରିଛନ୍ତି।



ଏହି ଅଭିନେତା ୧୨ ଡିସେମ୍ବର ୧୯୫୦ ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ।  ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ | ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ଏହି ଅଭିନେତା ୪ ବର୍ଷ ବୟସରେ ତାଙ୍କ ମା’ଙ୍କୁ ହରାଇଥିଲେ। ତାଙ୍କ ପିତାଙ୍କ ନାମ ଜିଜାବାଇ ଏବଂ ମାତାଙ୍କ ରାମୋଜି ରାଓ । ଭାଇଭଉଣୀଙ୍କ ମଧ୍ୟରେ ଶିବାଜୀ ସବୁଠାରୁ ସାନ‌ ଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଳ୍ପ ବୟସରେ କୁଲି ଓ କଣ୍ଡକ୍ଟର ଭାବେ କାମ କରିଥିଲେ । ବସ୍‌ରେ ଟିକେଟ୍ କାଟିବାର ନିଆରା ଷ୍ଟାଇଲ୍ ଯୋଗୁଁ ସେ ବେଶ୍ ଲୋକପ୍ରିୟ ହୋଇଥିଲେ।


ଏହାବି ପଢନ୍ତୁ : TikTok Star Ali Dulin Passes Away: ଏମିତିବି ଆସେ ମୃତ୍ୟୁ, ୨୧ ବର୍ଷରେ ଆଖି ବୁଜିଲେ Ali Dulin


ଏହାବି ପଢନ୍ତୁ : Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...


ଏହାବି ପଢନ୍ତୁ : Tejasswi Prakash Break Up Video: କାହିଁକି ବ୍ରେକଅପ୍ କଲେ ତେଜସ୍ୱୀ ପ୍ରକାଶ ? ଭିଡିଓ ଜାରି କରି ଜଣାଇଲେ କାରଣ


ଏହାବି ପଢନ୍ତୁ : Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...