TikTok Star Ali Dulin Passes Away: ଏମିତିବି ଆସେ ମୃତ୍ୟୁ, ୨୧ ବର୍ଷରେ ଆଖି ବୁଜିଲେ Ali Dulin
Advertisement

TikTok Star Ali Dulin Passes Away: ଏମିତିବି ଆସେ ମୃତ୍ୟୁ, ୨୧ ବର୍ଷରେ ଆଖି ବୁଜିଲେ Ali Dulin

TikTok Star Ali Dulin Passes Away: ଆଉ ନାହାଁନ୍ତି ଜଣାଶୁଣା ଟିକଟକ୍ ଷ୍ଟାର ଅଲି ଦୁଲିନ୍ । ଆମେରିକାରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ।

ସୌଜନ୍ୟ : ସୋସିଆଲ ମିଡିଆ

TikTok Star Ali Dulin Passes Away: ଆଉ ନାହାଁନ୍ତି ଜଣାଶୁଣା ଟିକଟକ୍ ଷ୍ଟାର ଅଲି ଦୁଲିନ୍ । ଆମେରିକାରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର । ଅଲି ଦୁଲିନ୍ ସୋସିଆଲ ମିଡିଆର ଏକ ଜଣାଶୁଣା ନାଁ । ତାଙ୍କର ଟିକଟକ୍ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ର ଭାଇରାଲ ହୋଇଥାଏ । 

ଅଲି ଦୁଲିନ୍ କିଏ ?

ଅଲି ଦୁଲିନ୍ ଜଣେ ସୋସିଆଲ ମିଡିଆ ଇନଫ୍ଲୋଏନସର (social media influencer ) । ଜିଏ ହୋଷ୍ଟରର୍ସ (Hooters)ରେ କାମ କରୁଥିଲେ। ଟିକଟକ(TikTok) ରେ ତାଙ୍କର ୨୦୦୦କେ ( 200k followers) ରୁ ଅଧିକ ଫଲୋର୍ସ ଥିଲେ।  ତାଙ୍କର ଟିକଟକ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରା ହଜାର ହଜାର ଲାଇକ୍ ଓ କମେଣ୍ଟ ମଧ୍ୟ ଆସିଥାଏ । ତାଙ୍କର ଅଧିକାଂଶ ଭିଡିଓ ଜୀବନର ସତ୍ୟ ଘଟଣା ଉପରେ ଆଧାରିତ ।  ଏବଂ  ଟିକଟକ ବ୍ୟତୀତ ଅଲି ଇନଷ୍ଟାଗ୍ରାମରେ ମଧ୍ୟ ସକ୍ରିୟ ଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିୟମିତ କିଛିନା କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ସେ ଟ୍ୱିଟ୍ ରେ ମଧ୍ୟ ବହୁତ ସକ୍ରିୟ ଥିଲେ ଏବଂ ବାରମ୍ବାର ଷ୍ଟ୍ରିମ୍ କରୁଥିଲେ । ତେବେ,ମୋଟାମୋଟି, ଭାବେ କହିବାକୁ ଗଲେ ଅଲି ଜଣେ ସୋସିଆଲ ମିଡିଆ ଏଣ୍ଟରଟେନର ଥିଲେ ।  

ଡିସେମ୍ବର ୧୨ ରେ ଅଲିଙ୍କ ମୃତ୍ୟୁ ଖବରକୁ ତାଙ୍କ ସାଙ୍ଗମାନେ ନିଶ୍ଚିତ କରିଥିଲେ। ଅଲିଙ୍କ ବନ୍ଧୁ ଆରିଏନ୍ ଆଭାଣ୍ଡି ଏକ ପୋଷ୍ଟରେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଯେଉଁଥିରେ ସେ  ଲେଖିଥିଲେ ଯେ,  "ବର୍ତ୍ତମାନ ମୁଁ କିପରି ଅନୁଭବ କରୁଛି ତାହା ବର୍ଣ୍ଣନା କରିବା ଆରମ୍ଭ କରେ ନାହିଁ ... ଅଲି ତୁମେ ଆଜିବି ଜୀବନ୍ତ, ପ୍ରକୃତରେ ତମ ଆତ୍ମା ସୁନ୍ଦର, ପ୍ରକୃତ, ଅନ୍ୟତମ। ପ୍ରେମ କରୁଥିବା ଆତ୍ମା।  ଆପଣ ଜଣେ ଉତ୍ତମ ବନ୍ଧୁ ଏବଂ ଜଣେ ଅବିଶ୍ୱସନୀୟ ଦକ୍ଷ ଏବଂ ଉତ୍ସାହୀ ମହିଳା । ତୁମେ ମୋ ଜୀବନରେ ଆସିଥିବାରୁ  ଏବଂ ଅନ୍ୟ ସମସ୍ତଙ୍କୁ ଦେଇଥିବା ଭଲ ପାଇବା ମୁଁ କେବେବି ଭୁଲି ପାରିବି ନାହିଁ !! ଏହି ସମୟରେ, ଅଲିଙ୍କ ଅନ୍ୟ ଜଣେ ବନ୍ଧୁ ଲେନ୍ ଫାରେଲ୍ ଲେଖିଛନ୍ତି, " ସତରେ ଏହାକୁ ବିଶ୍ବାସ କରିହେବ ନାହିଁ । ସେପଟେ, ଅଲିଙ୍କ ମାଆ ମଧ୍ୟ ତାଙ୍କର ଅନେକ ଫଟୋ  ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାବି ପଢନ୍ତୁ  : Tejasswi Prakash Break Up Video: କାହିଁକି ବ୍ରେକଅପ୍ କଲେ ତେଜସ୍ୱୀ ପ୍ରକାଶ ? ଭିଡିଓ ଜାରି କରି ଜଣାଇଲେ କାରଣ

ଏହାବି ପଢନ୍ତୁ  : Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...