Tejasswi Prakash Break Up Video: ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ଛୋଟ ପରଦାର ଏକ ବଡ ନାଁ । ତେଜସ୍ୱୀ ପ୍ରକାଶ ବିଗବସ୍ ୧୫ର ବିଜେତା । ତେଜସ୍ୱୀ ବର୍ତ୍ତମାନ ନିଜ ପ୍ରେମିକ କରନ୍ କୁନ୍ଦ୍ରା (Karan Kundra)ଙ୍କୁ ବିବାହ କରିବା ନେଇ ଖବର ଚର୍ଚ୍ଚା ହେଉଛି । ଏହି ଲବବାର୍ଡଙ୍କୁ ଏକାଠି ଅନେକ ଇଭେଣ୍ଟରେ ଦେଖିବାକୁ ମିଳେ।
Trending Photos
Tejasswi Prakash Break Up Video: ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ଛୋଟ ପରଦାର ଏକ ବଡ ନାଁ । ତେଜସ୍ୱୀ ପ୍ରକାଶ ବିଗବସ୍ ୧୫ର ବିଜେତା । ତେଜସ୍ୱୀ ବର୍ତ୍ତମାନ ନିଜ ପ୍ରେମିକ କରନ୍ କୁନ୍ଦ୍ରା (Karan Kundra)ଙ୍କୁ ବିବାହ କରିବା ନେଇ ଖବର ଚର୍ଚ୍ଚା ହେଉଛି । ଏହି ଲବବାର୍ଡଙ୍କୁ ଏକାଠି ଅନେକ ଇଭେଣ୍ଟରେ ଦେଖିବାକୁ ମିଳେ। ଏପରିକି ଉଭୟ ନିଜ ରିଲେସନସିପକୁ ନେଇ ଖୁବ୍ ସିରିୟସ ମଧ୍ୟ ଅଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ତେଜଶ୍ବୀ ପ୍ରକାଶ ବ୍ରେକଅଫ ଘୋଷଣା କରିଛନ୍ତି ।
ବ୍ରେକଅଫ ଭିଡିଓ ଜାରି କଲେ ତେଜସ୍ୱୀ :
ନିକଟରେ ତେଜସ୍ୱୀ ନିଜର ଏକ ବ୍ରେକଅଫ୍ ଭିଡିଓ ଜାରି କରିଛନ୍ତି। ଏପରି ପରିସ୍ଥିତିରେ, ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ, ଏବେ ଏବେ ହି ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । ହେଲେ ଏତେ ଜଲଦି ବ୍ରେକଅଫ କିପରି ହେଲା ? ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଚିନ୍ତା କରିବାର କୌଣସି କାରଣ ନାହିଁ । କାହିଁକିନା ଏହି ବ୍ରେକଅପ୍ ଭିଡିଓଟି କରଣ କୁନ୍ଦ୍ରାଙ୍କ ପାଇଁ ନୁହେଁ । ତେଜଶ୍ବୀ ଏହି ଭିଡିଓରେ କହିଛନ୍ତି ଯେ ହଁ, ମୋର ନିକଟରେ ଏକ ବ୍ରେକଅପ୍ ହୋଇଛି, ଏହା ପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ 'ମୋତେ ପିମ୍ପଲ୍ ବହୁତ ଅସୁବିଧାରେ ପକାଇଥିଲା। ଏଭଳି ପରିସ୍ଥିତିରେ ଏ ସମସ୍ୟା ଆଉ ରହିବ ନାହିଁ ।' ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ତେଜସ୍ୱୀ ଏକ ସ୍କିନ୍ କେୟାର ବ୍ରାଣ୍ତର ପ୍ରମୋସନ ସମୟରେ ଏପରି କହିଛନ୍ତି । ପ୍ରଶଂସକମାନେ ନିରାଶ ହେବା ଉଚିତ୍ ନୁହେଁ, ତେଜସ୍ୱୀ ଓ କରଣଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଅଛି। ଉଭୟ ନିଜ କାର୍ଯ୍ୟରେ ଯେତେ ବ୍ୟସ୍ତ ଥାଉ ନା କାହିଁକି, ସେମାନେ ପରସ୍ପର ସହିତ ସମୟ ବିତାଇବାକୁ ଭୁଲନ୍ତି ନାହିଁ । ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନରେ ବନ୍ଧି ହେବାକୁ ଯାଉଛନ୍ତି ।
ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ ର ବିଜିୟିନୀ । ବିଗ୍ ବସ୍ ୧୫ର ଟ୍ରଫି ଜିତିବା ପରେ ତେଜସ୍ୱୀ କଲର୍ସ ସୋ ‘ସ୍ୱରାଗିଣୀ’ରେ ଲିଡ ରୋଲ ପ୍ଲେ କରୁଥିଲେ । ଏହି ସିରିଏଲ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ଏହାପରେ ରୋହତ ସେଟ୍ଟିଙ୍କ ସୋ’ ‘ଖତରୋ କେ ଖିଲାଡି ସିଜିନ ୧୦’ରେ ନଜର ଆସିଥିଲେ । ସୋ’ରେ ତାଙ୍କର ପରଫରମାନ୍ସ ବହୁତ ଭଲ ଥିଲା । କିନ୍ତୁ ୱିନର ହେବାରୁ ବଞ୍ଚିତ ହୋଇଯାଇଥିଲେ । ହେଲେ ଏହା ପରେ ବିଗ୍ ବସ୍ ରେ ତାଙ୍କର ବିଜୟ ତାଙ୍କ ପ୍ରଶଂସଙ୍କୁ ଖୁସି କରିଦେଇଛି ।
ଏହାବି ପଢନ୍ତୁ : Vidya Balan: ଓ୍ବେଡିଂ ପାର୍ଟିରେ କିଏ ଟାଣିଲା ବିଦ୍ୟାଙ୍କ ଶାଢୀର କାନି ? ଆଉ ତା ପରେ...