Alia Bhatt: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ଆଲିଆ ଓ ରଣବୀର କପୁର ପିତାମାତା ହୋଇଛନ୍ତି । ଏପରିକି ସେ ନିଜ ଝିଅର ନାମକରଣ ମଧ୍ୟ କରି ସାରିଛନ୍ତି । ଏନେଇ ସାଥି କଳାକାର ଓ ଫ୍ୟାନ୍ସ ମଧ୍ୟ ତାଙ୍କୁ ବଧେଇ ଜଣାଇଛନ୍ତି । ନିକଟରେ ସାହିତ କପୁରଙ୍କ ପତ୍ନୀ ମୀରା ରାଜପୁତ  ସେ ନିଜର ବ୍ରେକଫାଷ୍ଟର ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଥିଲେ। ଏହି ଫଟୋକୁ ଅନେକ ଲୋକେ କମେଣ୍ଟ ଓ ଲାଇକ୍ ମଧ୍ୟ କରିଥିଲେ। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କମେଣ୍ଟ କରିଥିଲେ ।ଏବଂ ସେ ନିଜ କମେଣ୍ଟରେ ଲେଖିଥିଲେ ଯେ, ମୁଁ ବି ଏହା ଚାହେଁ ? ତେବେ ଏଥିରେ ମୀରା ରାଜପୁତ କମେଣ୍ଟ କରିଥିଲେ । ଏବଂ ସୋସିଆଲ ମିଡିଆରେ ତାଙ୍କୁ ଘରକୁ ବ୍ରେକଫାଷ୍ଟ ପାଇଁ ମଧ୍ୟ ନିମନ୍ତ୍ରଣ ମଧ୍ୟ କରିଛନ୍ତି । ତେବେ, ସୋସିଆଲ ମିଡିଆରେ ଉଭୟଙ୍କ ଏହି ଚାର୍ଟ ବେଶ ଭାଇରାଲ ହେବାରେ ଲାଗିଛି । 


COMMERCIAL BREAK
SCROLL TO CONTINUE READING

 



ତେବେ, ଆମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ହୋଇଥିଲା।  ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ। ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ହେବାର ଖବର ଦେଇଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ।  



ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ସେ  ମୁମ୍ବାଇ ସ୍ଥିତ ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ(HN Reliance Foundation Hospital )ରେ ନଭେମ୍ବର ୬ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଡେଲିଭରି ପାଇଁ ସେହିଦିନ ସକାଳୁ ଆଲିଆ ଓ ରଣବୀର ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ପହଞ୍ଚି ଥିଲେ। ଡାକ୍ତରଙ୍କ ଦେଇଥିବା ଡେଟ ଅନୁସାରେ, ସେ ହସପିଟାଲରେ ପହଞ୍ଚିଥିଲେ। ଗତ କିଛି ଦିନ ତଳେ ଆଲିଆଙ୍କ ଗୋଧଭରାଇ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।  ଏହା ପୂର୍ବରୁ ଖବର ଆସିଥିଲା ଯେ, ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବେ ।



‌ଆଲିଆ ଭଟ୍ଟ‌ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମହେଶ ଭଟ୍ଟଙ୍କର ଝିଅ । ଆଲିଆ ଜଣେ ଶିଶୁ କଳାକାର ଭାବରେ ୧୯୯୯ରେ ‌ସଙ୍ଘର୍ଷ‌ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ କରିଥିଲେ । ଏହା ପରେ ସେ ୨୦୧୨ରେ କରଣ ଜୋହରଙ୍କ ଚଳଚ୍ଚିତ୍ର ‌ଷ୍ଟୁଡେନ୍ଟ ଅଫ୍ ଦ ଇଅର‌ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମ‌ଫେୟାରରେ ମନୋନୀତ କରାଯାଇଥିଲା । ଆଲିଆଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ଟୁ ଷ୍ଟେଟସ୍, ହମ୍‌ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍‌ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲ୍ହନିଆ । ହାଇ ୱେ ଏବଂ ଉଡ଼୍‌ତା ପଞ୍ଜାବ ଭଳି ଚଳଚ୍ଚିତ୍ରରେ ଆଲିଆ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସମୀକ୍ଷକ ପୁରସ୍କାର ପାଇଥିଲେ । ଆଲିଆ ଭଟ୍ଟ ଅଭିନୟ କରିବା ସ‌ହ କିଛି ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।


ଏହାବି ପଢନ୍ତୁ : South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ