South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ
Advertisement
Article Detail0/zeeodisha/odisha1484947

South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ

South Celebs Bollywood Debut in 2022 : ଆଉ କିଛି ଦିନ ପରେ ଶେଷ ହେବ ପୁରୁଣା ବର୍ଷ । ଆସିବ ନୂଆବର୍ଷ । କୋରୋନା ମହାମାରୀ ପରଠାରୁ ବଲିଉଡ ମଧ୍ୟ ଦୁର୍ଦ୍ଦିନ ଦେଇ ଗତି କରୁଛି । ତେବେ, ଏହାରି ଭିତରେ ମଧ୍ୟ ଲୋକଙ୍କ ପସନ୍ଦ ନା ପସନ୍ଦ ବଦଳିଛି ।

ସୌଜନ୍ୟ : ସୋସିଆଲ ମିଡିଆ

South Celebs Bollywood Debut in 2022 :  ଆଉ କିଛି ଦିନ ପରେ ଶେଷ ହେବ ପୁରୁଣା ବର୍ଷ । ଆସିବ ନୂଆବର୍ଷ । କୋରୋନା ମହାମାରୀ ପରଠାରୁ ବଲିଉଡ ମଧ୍ୟ ଦୁର୍ଦ୍ଦିନ ଦେଇ ଗତି କରୁଛି । ତେବେ, ଏହାରି ଭିତରେ ମଧ୍ୟ ଲୋକଙ୍କ ପସନ୍ଦ ନା ପସନ୍ଦ ବଦଳିଛି । ବଲିଉଡ ଅପେକ୍ଷା ଲୋକେ ସାଉଥ ଫିଲ୍ମକୁ ଅଧିକ ଭଲପାଇବା ଦେଉଛନ୍ତି । ସାଉଥ ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ନାଁ କମେଇବା ସହ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଛି । ତେବେ, ସାଉଥ ଇଣ୍ତଷ୍ଟ୍ରିର କିଛି ନାମୀଦାମୀ ସେଲିବ୍ରେଟି ମଧ୍ୟ ବଲିଉଡରେ ଏହି ବର୍ଷ ଡେବ୍ୟୁ କରିଛନ୍ତି । ତେବେ, ଆସନ୍ତୁ ସେହି ତାଲିକା ଉପରେ ନଜର ପକାଇବା । 

ରଶ୍ମିକା ମନ୍ଦନା: ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଶ୍ମିକା ମନ୍ଦନା  । ୨୦୨୨ ମସିହାରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ' ଗୁଡବାଏ'ରେ ବଲିଉଡରେ ଡେବ୍ୟୁ କରିଛନ୍ତି।  ' ଗୁଡବାଏ' ପରେ ରଶ୍ମିକା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ମିଶନ୍ ମଜନୁ'ରେ ମଧ୍ୟ ନଜର ଆସିବେ। ସୁପରହିଟ୍ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର 'ପୁଷ୍ପା'ରେ ଜବଦରସ୍ତ ଅଭିନୟ କରିଥିବା ରଶ୍ମିକା ମନ୍ଦନା। ତେବେ ସେ ନ୍ୟାସନାଲ କ୍ରସ ନାମରେ ମଧ୍ୟ ଜଣାଶୁଣା। ଏହି କାରଣରୁ ବଲିଉଡରେ ଡେବ୍ୟୁ ହେବା ନେଇ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା କରାଯାଉଥିଲା।

 

 
 
 
 

 
 
 
 
 
 
 
 
 
 
 

A post shared by Rashmika Mandanna (@rashmika_mandanna)

ବିଜୟ ଦେବରାକୋଣ୍ଡା : ସାଉଥ ଇଣ୍ଡଷ୍ଟ୍ରିର ନାଁ କରା ଅଭିନେତା ହେଉଛନ୍ତି ବିଜୟ ଦେବରାକୋଣ୍ଡା।  ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର 'ଡିୟର କୋମରାଡେ' (Dear Comrade) ବକ୍ସ ଅଫିସରେ ହିଟ୍ ହୋଇଥିଲା । ସାଉଥରେ ଅଭିନୟର ଯାଦୁ ଦେଖାଇବା ପରେ ବଲିଉଡରେ ନିଜର ଜଲଓ୍ବା ମଧ୍ୟ ଦେଖାଇଥିଲେ । ପରେ ବିଜୟ ଦେବରାକୋଣ୍ଡା ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲିଗର' ରେ ୨୦୨୨ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ବିଜୟ ଦେବରାକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏହି ଚଳଚ୍ଚିତ୍ରର ଲିଡ୍ ରୋଲରେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ବିଶେଷ ସଫଳତା ପାଇ ନ ଥିଲା । 

 

ନାଗା ଚୈତନ୍ୟ : ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ । ନାଗା ୨୦୨୨ ମସିହାରେ ଆମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଡ୍ଡା 'ରେ ବଲିଉଡରେ  ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟ ଜଣେ ଭାରତୀୟ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିଥିଲେ। ନାଗା ଚୈତନ୍ୟ ଏହି ଫିଲ୍ମରେ ଦମଦାର ଅଭିନୟ କରିଥିଲେ କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ହିଟ ହୋଇ ପାରିଲା ନାହିଁ । 

ଏହାବି ପଢନ୍ତୁ : Boldest Pics of Kiara Advani: ବୋଲ୍ଡ ଅନ୍ଦାଜରେ ନଜର ଆସିଲେ କିଆରା