Tunisha Sharma Suicide Case: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲା । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ଗତକାଲି(ଡିସେମ୍ବର ୨୯) ଦିନ ପୋଲିସ ମଧ୍ୟ ସେଟରେ ପହଞ୍ଚିଥିଲା। ଏହି ସମୟରେ ସେଟରେ ଥିବା ବହୁ କଳାକାର ଓ ଟେକନିସିଆନ୍ ମାନଙ୍କୁ ପଚାରାଉଚରା କରାଯାଇଥିଲା । ଏଭଳି ପରିସ୍ଥିତିରେ ପୋଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି । ସୂଚନା ମୁତାବକ, ଆତ୍ମହତ୍ୟା କରିଥିବା ସ୍ଥାନରୁ ପୋଲିସ ତିନୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି । ଏହି ଫୋନ୍ ମଧ୍ୟରୁ ଗୋଟିଏ ହେଉଛି ସିଜାନଙ୍କର  । 


COMMERCIAL BREAK
SCROLL TO CONTINUE READING

ପୋଲିସ ଘଟଣାସ୍ଥଳରୁ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି :


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ସ୍ଥାନରୁ ମିଳିଥିବା ତିନିଟି ମୋବାଇଲ୍ ମଧ୍ୟରୁ ଗୋଟିଏ ହେଉଛି ସିଜାନଙ୍କର। ଜବତ ହୋଇଥିବା ସିଜାନଙ୍କର ମୋବାଇଲ୍ ଫୋନର ହ୍ବାଟସପ ଚାର୍ଟ ମଧ୍ୟ ପୋଲିସ ହାତରେ ଲାଗିଛି । ସିଜାନ ତୁନିଶା ଓ ତାଙ୍କ ମାଆଙ୍କ ସହ ଓ୍ବାର୍ଟସପରେ କଣ ସବୁ ଚାର୍ଟ କରୁଥିଲା ତାହା ପୋଲିସ ଜାଣିବାକୁ ପାଇଛି । ତଦନ୍ତରେ ପୋଲିସ ମଧ୍ୟ ଜାଣିବାକୁ ପାଇଛି ଯେ ସିଜାନର ଆଉ ଏକ ଗାର୍ଲଫ୍ରେଣ୍ତ ମଧ୍ୟ ଥିଲା । ତୁନିଶାଙ୍କ ଆତ୍ମହତ୍ୟାର ପୂର୍ବଦିନ ସିଜାନ ତାଙ୍କ ସିକ୍ରେଟ ଗାର୍ଲଫ୍ରେଣ୍ତ ସହ ଦିର୍ଘ ୨ ଦୁଇ ଘଣ୍ଟା ଧରି ଫୋନରେ କଥା ହୋଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତରେ ଲାଗିଛି ।


 



ଏହାବି ପଢନ୍ତୁ : Bigg Boss 16: ଅଡ଼ୁଆରେ ସଲମାନ ! ରିୟାଲିଟି ସୋରେ ଜାତିଆଣ ଆକ୍ଷେପ ଅଭିଯୋଗ, ମେକର୍ସଙ୍କୁ ନୋଟିସ


ଏହାବି ପଢନ୍ତୁ : Elina Samantray: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଏଲିନା କାହିଁକି ଅଭିନୟ ଦୁନିଆରେ ଥାପିଥିଲେ ପାଦ...


ସିଜାନର ବୟାନ ରେକର୍ଡ :


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ତୁନିଶା କିଛି ଖାଉ ନ ଥିବା ପୋଲିସକୁ ବୟାନ ଦେଇଛି ସିଜାନ । ଯେଉଁ ଦିନ ତୁନିଶା ଆତ୍ମହତ୍ୟା କରିଥିଲେ, ସେଦିନ ସିଜାନ ତାଙ୍କୁ ଖୁଆଇ ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ଖାଇ ନଥିଲେ। ଅଭିନେତା କହିଛନ୍ତି ଯେ, ଏହା ପରେ ସେ ସେଠାରୁ ଚାଲିଗଲେ ତୁନିଶାଙ୍କୁ କହିଥିଲେ ଯେ 'ତୁ ଭି ଚଲ୍ ସେଟ ପର', ସିଜାନ କହିଛନ୍ତି ଯେ କିଛି ସମୟ ପରେ ସେ ଆସିବେ ବୋଲି ତୁନିଶା ତାଙ୍କୁ କହିଥିଲେ। ତା’ପରେ ସିଜାନ ତାଙ୍କ ସୁଟିଂରେ ବ୍ୟସ୍ତ ହେଲେ ଏବଂ ତୁନିଶା ଆଉ ଫେରି ନଥିଲେ। 


ସେ ପୁଣି ତୁନିଶାଙ୍କୁ ଡାକିବାକୁ ଯାଇଥିବା ବେଳେ ରୁମର କବାଟ ବନ୍ଦ ହୋଇଯାଇଥିଲା। ଯେତେବେଳେ ସେ କବାଟ ଖୋଲିବାକୁ ଅନ୍ୟ ଲୋକଙ୍କୁ ଡାକିଲେ, ଆଉ କବାଟ ଭାଙ୍ଗି ଦେଖିଲେ ଯେ,ତୁନିଶା  ଝୁଲିପଡିଥିଲେ । ତାଙ୍କୁ ସେଠାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।