ନୂଆଦିଲ୍ଲୀ: Sidhu Moose Wala Murder Case: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା (Punjabi singer Sidhu Moose Wala) ଙ୍କ ହତ୍ୟା ପରେ ସାରା ଦେଶ ଦୁନିଆରେ ଶୋକର ଲହରୀ ଖେଳିଯାଇଛି । ବର୍ତ୍ତମାନ ଖବର ଆସୁଛି ଯେ, ସେ ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ । ଗାୟକ ସିଦ୍ଧୁ ମୁସେୱାଲା (Sidhu Moose Wala) ଙ୍କ ନିର୍ବନ୍ଧ ସଙ୍ଗରୁର ସାଙ୍ଗ୍ରେଡ଼ି ଗାଁର ଜଣେ ଯୁବତୀଙ୍କ ସହିତ ହୋଇଥିଲା । ଅକାଳୀ ଦଳର ଜଣେ ବରିଷ୍ଠ ନେତାଙ୍କ ଭାଣିଜୀଙ୍କ ସହିତ ମୁସେୱାଲାଙ୍କ ସମ୍ପର୍କ ସ୍ଥିର ହୋଇଥିଲା । ମୁସେୱାଲାଙ୍କ ବିବାହ ପୂର୍ବରୁ ଏହି ବର୍ଷର ଆରମ୍ଭରେ ହେବାର ଥିଲା । ତେବେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଯୋଗୁଁ ସେ ଏହାର ତାରିଖକୁ ଘୁଞ୍ଚାଇ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା (Sidhu Moose Wala) ନିଜ ରିଲେଶନସିପ୍ ପାର୍ଟନର ଓ ବିବାହ କଥାକୁ ଗୁପ୍ତ ରଖିଥିଲେ । ମୁସୱାଲାଙ୍କ ପରିବାର ମଧ୍ୟ ଏହାକୁ ଏକ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲା । ତେବେ ମୁସେୱାଲାଙ୍କ ହତ୍ୟା ପରେ ଝିଅର ଗ୍ରାମବାସୀ ଏହା ବିଷୟରେ କହିଛନ୍ତି । ସିଦ୍ଧୁଙ୍କ ଦୁଃଖଦ ମୃତ୍ୟୁ ତାଙ୍କ ପରିବାରରେ ଏକ ବଡ଼ ଖାଲି ସ୍ଥାନ ସୃଷ୍ଟି କରିଛି । ତାଙ୍କ ହତ୍ୟା ପରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ତାଙ୍କ ପ୍ରଶଂସକମାନେ ବହୁତ ଚକିତ ଓ ଦୁଃଖିତ ଅଛନ୍ତି ।


୨୮ ବର୍ଷ ବୟସ୍କ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ । ପଞ୍ଜାବର ମାନସା ଜିଲ୍ଲାର ଜବାହରକେ ଗ୍ରାମରେ ରବିବାର ମେ' ୨୯ରେ ତାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିଲେ । ଆହୁରି ଦୁଃଖଦ ବିଷୟ ହେଉଛି ଯେ ତାଙ୍କ ହତ୍ୟା ଏପରି ସମୟରେ ହୋଇଛି, ଯେତେବେଳେ କି ତାଙ୍କ ବିବାହ ହେବାର ଥିଲା ।


ସୂଚନାନୁସାରେ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଚଳିତ ବର୍ଷ ପ୍ରାରମ୍ଭରେ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଥିଲେ । କିନ୍ତୁ ମାର୍ଚ୍ଚରେ ପଞ୍ଜାବ ବିଧାନସଭା ନିର୍ବାଚନ ଯୋଗୁଁ ବିବାହ ସ୍ଥଗିତ ରଖାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାୟକ ମୁସେୱାଲାଙ୍କ ବିବାହ ସଙ୍ଗରୁର ସାଙ୍ଗ୍ରେଡ଼ି ଗାଁର ଜଣେ ଯୁବତୀ ଅମନଦୀପ କୌର (Amandeep Kaur) ହେବାର ଥିଲା । ଅମନଦୀପ କୌର କାନାଡାରେ ରୁହନ୍ତି ଓ PR କାର୍ଯ୍ୟ କରନ୍ତି । ପ୍ରାୟ ଦୁଇ ବର୍ଷ ପୂର୍ବେ ଦୁହେଁଙ୍କ ନିର୍ବନ୍ଧ ସରିଥିଲା ।


ଏଠାରେ କହି ରଖୁଛୁ ଯେ, ସିଦ୍ଧୁ ମୁସେୱାଲା (ଶୁଭଦୀପ ସିଂ) ଙ୍କ ବାପା ବଲକୌର ସିଂ ମାନଙ୍କୁ ଏକ ଚିଠି ଲେଖି ସିବିଆଇ, ଏନଆଇଏ କିମ୍ବା ବର୍ତ୍ତମାନର ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବର ଡିଜିପି କ୍ଷମା ମାଗନ୍ତୁ ବୋଲି ସେ ଭଗବନ୍ତ ମାନଙ୍କ ଠାରୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଡିଜିପି ତାଙ୍କ ପୁଅର ହତ୍ୟାକୁ ଗ୍ୟାଙ୍ଗ ୱାର ପରିଣାମ ବୋଲି କହିଛନ୍ତି, ଯେଉଁଥି ପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ୍ । ବର୍ତ୍ତମାନ ମୁସେୱାଲା ହତ୍ୟା ମାମଲାରେ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି ।


ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା


ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ


ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଝାଡ଼ଖଣ୍ଡର ସୋରେନ ସରକାର!


ଆଇପିସିର ଧାରା 302, 307, ଏବଂ 341 ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଆର୍ମସ୍ ଆକ୍ଟରର ଧାରାଗୁଡିକ ମଧ୍ୟ ଯୋଡା ଯାଇଛି । ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବର୍ତ୍ତମାନ ଆଖପାଖର ସିସିଟିଭି ଫୁଟେଜ ସ୍କାନ କରୁଛି । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ କାରକୁ ଦୁଇଟି କାର ପଛରେ ଗୋଡ଼ାଇଥିବାର ନଜର ଆସିଥିବା ଭିଡିଓ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । ସୂଚନାଯୋଗ୍ୟ, ଶନିବାର ହିଁ ଭଗବନ୍ତ ମାନ ସରକାର ପଞ୍ଜାବର ବହୁ ସଂଖ୍ୟକ ଭିଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ଏଭଳି ପରିସ୍ଥିତିରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ମାନ ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।