SS Rajamouli RRR Vs Chhello Show: ଏସଏସ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆରଆରଆର' । ଦେଶରେ ନୁହେଁ ବିଦେଶରେ ମଧ୍ୟ ନାଁ କମାଇଛି । ବକ୍ସ ଅଫିସରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଛି ।  ଏପରିକି ଓସ୍କାର ରେସରେ ମଧ୍ୟ ଫିଲ୍ମଟି ଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ଓସ୍କାର ରେସରୁ ଫିଲ୍ମଟି ପଛରେ ପଡିଯାଇଛି । ଯାହାକୁ ନେଇ ରାଗିଯାଛନ୍ତି ଫିଲ୍ମ ନିର୍ଦ୍ଦେଶକ ଏସଏସ. ରାଜାମୌଳି ।  ନିକଟରେ ରାଜାମୌଳି ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ଫିଲ୍ମ ଫେଡେରେଶନକୁ ଟାର୍ଗେଟ କରିଛନ୍ତି। ଓଲିଉଡର ଜଣେ ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେବାବେଳେ 'ଆରଆରଆର' ନିର୍ଦ୍ଦେଶକ କହିଛନ୍ତି ଯେ 'ଚେଲୋ ସୋ' ଆନୁଷ୍ଠାନିକ ଭାବେ ଭାରତରୁ ପ୍ରବେଶ କିନ୍ତୁ 'ଆରଆରଆର'ରେ ଓସ୍କାର ଜିତିବାର ଅଧିକ ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ସାକ୍ଷାତକାରରେ ଏସ.ଏସ୍ ରାଜାମୌଳି ଏପରି କହିଛନ୍ତି: ଏସଏସ ରାଜାମୌଳି  ଏହି ଚଳଚ୍ଚିତ୍ରକୁ ନେଇ ଆମେରିକାର ରିପୋର୍ଟରଙ୍କ ସହ ଆନ୍ତର୍ଜାତୀୟ ସ୍ତରରେ 'ଆରଆରଆର' ର ଲୋକପ୍ରିୟତା ଏବଂ ପୁରସ୍କାର ବିଷୟରେ କଥା ହୋଇଛନ୍ତି । ସାକ୍ଷାତକାରରେ, ଯେତେବେଳେ ଏସଏସ ରାଜାମୌଳିଙ୍କୁ ଆରଆରଆର ଫିଲ୍ମଟି ବାଦ ପଡିବା ନେଇ ରୋପୋଟର୍ସମାନେ ପଚାରିଥିଲେ ଯେ,ଏହା ଆପଣଙ୍କ ପାଇଁ ନିରାଶାଜନକ କି ? ରାଜାମୌଳି ଏହାର ଉତ୍ତର ଦେଇ ହଁ ବୋଲି କହିଛନ୍ତି । ଏବଂ କହିଥିଲେ ଆମେ ଚୁପଚାପ ବସି ଆମେ ଏହି ଘଟଣାକୁ ଘଟାଇବାକୁ ଦେବୁ ନାହୁଁ । ଏସଏସ ରାଜାମୌଳି ଆହୁରୀ କହିଛନ୍ତି, ଯାହା ହେଉଛି ତାକୁ ହବାକୁ ଦିଅ,ଆମକୁ ଆଗକୁ ବଢିବାକୁ ପଡିବ ।  ମୁଁ ମଧ୍ୟ ଖୁସି ଯେ ଚେଲୋ ଶୋ' ଏକ ଭାରତୀୟ ଚଳଚ୍ଚିତ୍ର ଏବଂ ଏହା ଓସ୍କାର ପାଇଁ ମନୋନୀତ ହୋଇଛି କିନ୍ତୁ ମୁଁ ଅନୁଭବ କରୁଛି ଯେ 'ଆରଆରଆର' ଓସ୍କାର ଜିତିବାର ଅଧିକ ସମ୍ଭାବନା ଅଛି  । ରାଜା ମୌଳି ଏହା ମଧ୍ୟ କହିଛନ୍ତି ଯେ ଆମେରିକାର ସମସ୍ତେ ଏହିପରି ଅନୁଭବ କରୁଛନ୍ତି ...'


Also Read: Lionel Messi ଓ Cristiano Ronaldoଙ୍କୁ ଭେଟିଲେ Amitabh Bachchan, ଫ୍ୟାନ୍ସ କହିଲେ ଓ୍ବାଃ ଓ୍ବାଃ ଓ୍ବାଃ


ଓସ୍କାର ପାଇଁ ଏସଏସ ରାଜାମୌଳି ବହୁତ ଉତ୍ସାହିତ ଥିଲେ: 'ଆରଆରଆର' ଫିଲ୍ମର ଗୀତ 'ନାଟୁ-ନାଟୁ' ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ପାଇବା ପରେ ଏସ୍ ଏସ ରାଜାମୌଳି (ଏସଏସ ରାଜାମୌଳିଙ୍କ ଫିଲ୍ମ ଆରଆରଆର ଚଳଚ୍ଚିତ୍ର) ସମେତ ଫିଲ୍ମର ସମସ୍ତ ସଦସ୍ୟ ବହୁତ ଉତ୍ସାହିତ ଥିଲେ। ।  ତେବେ, ଏହି ଫିଲ୍ମଟି ଗତ ୨୪ ମାର୍ଚ୍ଚ ୨୦୨୨ରେ ସିନେମାଘରରେ ରିଲିଜ ହୋଇଥିଲା । ଆର୍‌ଆର୍‌ଆର୍‌ ଫିଲ୍ମ ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାମ ଭାଷାରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ. ଟି.ଆର୍‌.। ତାଙ୍କ ସହିତ ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିଛନ୍ତି। ଖୁବ୍ ଶୀଘ୍ର ଫିଲ୍ମର ସିକ୍ଵେଲ ଆସିବାକୁ ଯାଉଛି।