Entertainment News: ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆଓ ନେକ୍ସଟ ୟା' ପୂର୍ବରୁ ଆନ୍ଥୋନୀ , କ୍ଲବ 69, ଫୋର, ଯାଯାବର, ଦଶମ ଭଳି ଅନେକ ୱେବ ସିରିଜ୍ ଓ ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେବା ପରେ  ପ୍ରଥମ ଥର ପାଇଁ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଏକ ମଜାଦାର କମେଡି କାହାଣୀ "ଆୟୁଷ୍ମାନ ମସ୍ତରାମ୍" ।


COMMERCIAL BREAK
SCROLL TO CONTINUE READING

କୌସ୍ତୁଭ ଡ୍ରିମୱାର୍କ୍ସ ଷ୍ଟୁଡିଓ ପ୍ରଯୋଜିତ ଆୟୁଷ୍ମାନ ମସ୍ତରାମ୍ ପହିଲି ରଜରେ ଷ୍ଟ୍ରିମିଙ୍ଗ ହୋଇଥିବା ବେଳେ ଗୋଟିଏ ସପ୍ତାହରେ ବେଶ ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଏହାର ସେଲିବ୍ରସନ ହୋଇଥିଲା । ଏହି ସେଲିବ୍ରେସନ ରେ ଆଓ ନେକ୍ସଟର ପ୍ରତିଷ୍ଠାତା କୌଶିକ ଦାସ, ନିର୍ଦ୍ଦେଶକ ଅଜୟ ରଥ, ଅଭିନେତା ବିରଞ୍ଚି ନାୟକ, ଅଭିନେତ୍ରୀ ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


ଏହି ୱେବ ସିରିଜ୍ ରେ ଅଭିନୟରେ ଅଭିନେତା ବିରଞ୍ଚି ନାୟକ, କେ.କେ, ଦିଲ୍ଲୀପ ଚୌଧୁରୀ, ସରୋଜ ଦାସ, ଫିଲୁ, ଅଭିନେତ୍ରୀ ପ୍ରିୟା ରୟ, ଦିବ୍ୟା, ରାଣୀ ପଣ୍ଡା ଏବଂ ମିଲି ପ୍ରମୁଖ ରହିଛନ୍ତି । ଏହାର ଡ଼ି.ଓ.ପି ଧୃବାନନ୍ଦ ପଣ୍ଡା, ସମ୍ପାଦକ ସରୋଜ ରାଉଳ, କଳା ନିର୍ଦ୍ଦେଶନାରେ ପାଣ୍ଡିଆ ଅଛନ୍ତି । 
କାହାଣୀ ଭୁବନେଶ୍ୱର ସହରରେ ଘଟୁଥିବା ଘଟଣାବଳିକୁ ନେଇ ଗଢ଼ା ହୋଇଛି । ଭୁବନେଶ୍ୱର ସହରକୁ ସମସ୍ତେ ନିଜର ସ୍ବପ୍ନ ପୂରଣ କରିବା ଆଶାରେ ଧାଇଁ ଆସିଥାନ୍ତି । ଆୟୁଷ୍ମାନ ମଧ୍ୟ ସଂଘର୍ଷ କରି ସ୍ବପ୍ନ ପୂରଣ ପାଇଁ ଅଣ୍ଟା ଭିଡିଛି । ସ୍ବପ୍ନ ତାର ଜଣେ ଲେଖକ ହେବ । ବାପା ମାଆ ତାକୁ ଇଞ୍ଜିନିଅର ହେବା ପାଇଁ ପାଠ ପଢ଼େଇଥିଲେ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ହେଲେ, ଆୟୁଷ୍ମାନ ଲେଖକ ହୋଇ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଜିଦ୍ଦି ରେ ଅଟଳ ଥିଲା । ଗୋଟିଏ ପବ୍ଲିକେସନ ହାଉସରୁ ଆଉ ଗୋଟିଏକୁ ଧୌଡି ଦୌଡ଼ି ସଫଳ ହୋଇପାରୁନଥିଲା । ଶେଷରେ ଭଗବାନ ତା ଡାକ ଶୁଣି ତା ସ୍ବପ୍ନ ପୂରଣ କରିଥିଲେ କି ନା ତା'ରି ଉପରେ ଆଧାରିତ । 


ଆଓ ନେକ୍ସଟକୁ ଦର୍ଶକ ଆଜି ପର୍ଯ୍ୟନ୍ତ ଢେର ଭଲ ପାଇବା ଦେଇଆସିଛନ୍ତି । ଆୟୁଷ୍ମାନ ମସ୍ତରାମ୍ କୁ ମଧ୍ୟ ସେଇ ଅନୁପାତରେ ଭଲ ପାଇବା ଦେବେ ବୋଲି ପ୍ରଯୋଜକ କୌଶିକ ଦାସ ଆଶା ରଖିଛନ୍ତି ।


Also Read- ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା


Also Read- ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ