ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା
Advertisement
Article Detail0/zeeodisha/odisha2303893

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

ଆକ୍ସନ ମୋଡରେ ବିଜେପି ସରକାର । ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଭୁଲକୁ ସୁଧାରିବାକୁ କରୁଛନ୍ତି ପ୍ରୟାସ ।

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ରୁ ଅଧିକ ନେତାଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି ସରକାରର ଉପଦେଷ୍ଟାମାନଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହି ଉପଦେଷ୍ଟାମାନଙ୍କ ଯୋଗୁ ସରକାରଙ୍କ କାର୍ଯ୍ୟକ୍ରମ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା କାରଣରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ବିଜେଡି ସରକାର ନିଜର ଦଳୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବାର ଅଭିଯୋଗ ରହିଛି । ଏ ସମ୍ପର୍କରେ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

Also Read- ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ

Also Read- ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ