Suhana Khan: ବଲିଉଡ ସୁପରଷ୍ଟାର ଶାହରୁକ୍ ଖାନ୍ । କିଙ୍ଗ ଖାନଙ୍କ ଝିଅ ସୁହାନା ସବୁବେଳେ କ୍ୟାମେରା ସାମ୍ନାରେ ନିଜ ହରକତ ପାଇଁ କଏଦ ହୁଅନ୍ତି । ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶାହରୁକ୍ ଖାନଙ୍କ ଝିଅ । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ନିକଟରେ ସୁହାନା ଅନ୍ୟ ଏକ ସହରରୁ ଆସି ମୁମ୍ବାଇ ବିମାନବନ୍ଦର ପହଞ୍ଚିଥିଲେ । ପରେ ବିମାନ ବନ୍ଦରରୁ ସେ ବାହାରକୁ ଆସୁଥିବା ବେଳେ କିଛି ଯୁବକ ତାଙ୍କୁ ଫଲୋ କରିଥିଲେ । ବିମାନ ବନ୍ଦର ଠାରୁ ଆରମ୍ଭ କରି ବିମାନ ବନ୍ଦର ବାହାର ପର୍ଯ୍ୟନ୍ତ ଯୁବକ ମାନେ ତାଙ୍କୁ ଫଲୋ କରିଥିଲ । ଏବଂ ସୁହାନାଙ୍କୁ ଦେଖି କମେଣ୍ଟ ମାରିଥିବା ଅଭିଯୋଗ ହୋଇଛି ।  ସୁହାନା ଏଥିରେ ବିବ୍ରତ ହେବା ସହ ରାଗି ମଧ୍ୟ ଯାଇଥିଲେ। ଯୁବକଙ୍କ ଏପରି ହରକତ୍ ଦେଖି ଫ୍ୟାନ୍ସମାନେ ମଧ୍ୟ ଉତକ୍ଷିପ୍ତ ହୋଇ ଯାଇଥିଲେ। ସୁହାନା ଖାନଙ୍କ ଏହି ଭିଡିଓରେ  ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । 


COMMERCIAL BREAK
SCROLL TO CONTINUE READING

ଯଦି ଆମେ ସୁହାନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ସୁହାନା ଲୋକପ୍ରିୟ କମିକ୍ ସିରିଜ୍ ନେଟଫ୍ଲିକ୍ସ ଫିଲ୍ମ' ଦି ଆର୍ଚିଜ୍'ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯଦି ଆମେ ସୁହାନାଙ୍କ ଡ୍ରେସିଂ ସେନନ୍ସ କଥା କହିବା, ତେବେ, ସୁହାନା ଖାଲି ଜିନ୍ସ, ଟି-ସାର୍ଟ ଏବଂ ଏହା ଉପରେ ଏକ ଜ୍ୟାକେଟ ପିନ୍ଧିଥିଲେ। ଯେଉଁଥିରେ ସେ କୁଲ୍ ଦେଖାଯାଉଥିଲେ । ଏବଂ ସୁହାନାଙ୍କ କେଶ ଖୋଲା ଥିଲା, ମୁହଁ ଏକ ମାସ୍କ ମଧ୍ୟ ପିନ୍ଧିଥିଲେ । 


ଯଦି ଆମେ ଶାହରୁକ ଖାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ପଠାନ୍', 'ଯବାନ' ଓ 'ଦୁଙ୍କି' ଫିଲ୍ମରେ ନିଜର ଆସିବେ କିଙ୍ଗଖାନ୍ । ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ରିଲିଜ୍ ହେବ । ଯେଉଁଥିରେ ଜନ୍ ଆବ୍ରାହମ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟିଜର କିଙ୍ଗ ଖାନଙ୍କ ୫୭ ତମ ଜନ୍ମଦିନରେ ମୁକ୍ତିଲାଭ କରିଥିଲା, ଯାହାକୁ ଫ୍ୟାନ୍ସ ମାନଙ୍କ ଠାରୁ ଭଲ ରେସପନ୍ସ ପାଇଥିଲା। ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ୟଶ ରାଜ ଫିଲ୍ମସ୍ ଅଧୀନରେ ନିର୍ମାଣ ହୋଇଛି । ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । 


ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା


ଏହାବି ପଢନ୍ତୁ : Entertainment News: ରାଜ୍ୟରେ ପଡ଼ିଲା କାନ୍ଦ ବୋବାଳି ମାତ୍ର ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ


ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି