Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି
Advertisement

Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି

Drishyam 2 Box Office Collection Day 2: ଅଜୟ ଦେବଗନ୍ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ ୨' ନଭେମ୍ବର ୧୭ରେ ରିଲିଜ୍ ହୋଇଛି । ଫିଲ୍ମଟି ରିଲିଜ୍ ହେବା ପରଠାରୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Drishyam 2 Box Office Collection Day 2: ଅଜୟ ଦେବଗନ୍ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ ୨' ନଭେମ୍ବର ୧୭ରେ ରିଲିଜ୍ ହୋଇଛି । ଫିଲ୍ମଟି ରିଲିଜ୍ ହେବା ପରଠାରୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି । ଫିଲ୍ମଟି ଦ୍ବିତୀୟ ଦିନରେ ବକ୍ସ ଅଫିସରେ ମଧ୍ୟ ଭଲ କଲେକସନ୍ କରିଛି। ଏହି ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ । 

ବକ୍ସ ଅଫିସ ରିପୋର୍ଟ :

ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ଦିନରେ 'ଦୃଶ୍ୟମ୍ ୨' ର କ୍ରେଜ୍ ବଢିଛି । ୪୦ % ରୁ ଅଧିକ ଅଭିବୃଦ୍ଧି ସହିତ ଫିଲ୍ମ ରିଲିଜ ହେବାର ଦ୍ୱିତୀୟ ଦିନରେ ପାଖାପାଖି ୨୦ କୋଟି ଟଙ୍କା ରୋଜଗାର କରିଛି ବୋଲି ଆଶା କରାଯାଉଛି । 'ଦୃଶ୍ୟମ୍ ୨ 'ନିଶ୍ଚିତ ଭାବରେ ଏକ ହିଟ୍ ହେବାକୁ ଯାଉଛି, କାରଣ ଏହା ପ୍ରାୟ ୨୦.୫-୨୧ କୋଟି ନେଟ୍ ସଂଗ୍ରହ କରିଛି । ଏହି ଫିଲ୍ମର ଦୁଇ ଦିନିଆ କଲେକସନ୍ ୩୬ କୋଟି ନେଟ୍ କଲେକସନ କରିଥିବା ବେଳେ ବର୍ତ୍ତମାନ ଏହା ଆଗାମୀ ସପ୍ତାହ ମଧ୍ୟରେ ୬୦ କୋଟି ସଂଗ୍ରହ କରିବ ବୋଲି ଆଶା କରାଯାଉଛି ।  ଯାହା କେବଳ ବ୍ରହ୍ମାସ୍ତ୍ର ଏବଂ ସୂର୍ଯ୍ୟବଶୀଂ କଲେକସନ କରିବାରେ ସଫଳ ହୋଇଥିଲା । 

ଏହାବି ପଢନ୍ତୁ : Urvashi Rautela: ଉର୍ବଶୀ ଋଷଭଙ୍କ ମଧ୍ୟରେ କଣ ରହିଛି ଗୁପ୍ତ ସମ୍ପର୍କ, ବଡ ଖୁଲାସା କଲେ ଏହି କ୍ରିକେଟର

ଏହାବି ପଢନ୍ତୁ : Kaun Banega Crorepati: କେବିସି ମଞ୍ଚରେ କାର୍ତ୍ତିକ ଆର୍ଯ୍ୟାନ! ଏହି ପ୍ରତିଯୋଗୀଙ୍କ ଚେହେରା ଦେଖି ବିଗ୍ ବି ହୋଇଗଲେ ଆଶ୍ଚର୍ଯ୍ୟ

ଏହାବି ପଢନ୍ତୁ : Happy Birthday Tusshar Kapoor: ପାଟିରୁ ବାହାରିଲାନି ଶଦ୍ଧ ତଥାପି ଲୋକଙ୍କ ହୃଦୟରେ ଥିଲେ ତୁଷାର

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

ଏହାବି ପଢନ୍ତୁ : Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ଫିଲ୍ମ 'ଦୃଶ୍ୟମ୍ ୨ '

ଏହି ଚଳଚ୍ଚିତ୍ରଟି ଦେବଗନଙ୍କ ୨୦୧୫ କ୍ରାଇମ୍ ଥ୍ରୀଲର "ଦୃଶ୍ୟମ୍" ର ଏକ ସିକ୍ୱେଲ୍ ଅଟେ, ଯାହା ସମାନ ନାମର ମୋହନଲାଲ୍-ତାରକା ମାଲାୟାଲମ୍ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ଥିଲା । ଗତ ବର୍ଷ ଫେବୃଆରୀରେ ମାଲାୟାଲମ୍ ଚଳଚ୍ଚିତ୍ରର ସିକ୍ୱେଲ୍ ମୁକ୍ତିଲାଭ କରିଥିଲା।

କାହାଣୀଟି ଗୋଟିଏ ପରିବାର ଉପରେ ଆଧାରିତ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଯେ, ଘରର ବଡ ଝିଅ ସହିତ କିଛି ଖରାପ ଘଟଣା ଘଟିଛି। ଯାହା ଏକ ଦୁର୍ଭାଗ୍ୟଜନକ ଘଟଣା ,ପରେ ସେମାନଙ୍କ ଜୀବନ ଓଲଟପାଲଟ ହୋଇଯାଏ । "ଦୃଶ୍ୟମ୍ ୨" ରେ ଦେବଗନ୍ ବିଜୟ ସାଲଗାଓଁକରଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖାନ୍ନାଙ୍କ ବ୍ୟତୀତ ଶ୍ରେୟା ସରନ, ରଜତ କପୁର ଏବଂ ଇଶିତା ଦତ୍ତା ମଧ୍ୟ ଅଭିନୟ କରିଛନ୍ତି।