Entertainment News: ରାଜ୍ୟରେ ପଡ଼ିଲା କାନ୍ଦ ବୋବାଳି ମାତ୍ର ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ
Advertisement

Entertainment News: ରାଜ୍ୟରେ ପଡ଼ିଲା କାନ୍ଦ ବୋବାଳି ମାତ୍ର ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ

Entertainment News: ପୁଣି ଦୁଃଖରେ ବୁଡିଲା କଳା ଜଗତ । ଅକାଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Entertainment News: ପୁଣି ଦୁଃଖରେ ବୁଡିଲା କଳା ଜଗତ । ଅକାଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରେନ ଷ୍ଟ୍ରୋକ୍ ଯୋଗୁଁ ଅଭିନେତ୍ରୀଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧିନ ଅବସ୍ଥାରେ ଏଣ୍ଡ୍ରିଲା ଶର୍ମାର ମୃତ୍ୟୁ ହୋଇଥିଲା।

କର୍କଟ ରୋଗକୁ ହରାଇଥିଲେ ଅଭିନେତ୍ରୀ:

ଗତ କିଛି ଦିନ ତଳେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ଦୀର୍ଘ ସମୟ କୋମାରେ ଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ଏଣ୍ଡ୍ରିଲାଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ, ଏଠାରେ ଆମେ ଆସନ୍ତୁ ଆପଣଙ୍କୁ କହିବୁ ଯେ, ଏଣ୍ଡ୍ରିଲାଙ୍କ ମୃତ୍ୟୁ ବେଳକୁ ମାତ୍ର ୨୪ ବର୍ଷ ହୋଇଥିଲା। ସେ କର୍କଟ ଭଳି ଏକ ଘାତକ ରୋଗ ସହ ଲଢିଥିଲେ । ଉପଯୁକ୍ତ ଚିକିତ୍ସା ପରେ ସେ ଆରୋଗ୍ୟ ଲାଭ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ନଭେମ୍ବର ୧ ରେ ତାଙ୍କର ବ୍ରେନ୍ ଷ୍ଟୋକ ହୋଇଥିଲା । ପରେ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏଣ୍ଡ୍ରିଲା ଅନେକ ଦିନ କୋମାରେ ଥିଲେ :

ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୪ ରେ, ଏଣ୍ଡ୍ରିଲା ଡାକ୍ତରଖାନାରେ (several cardiac arrests simultaneously) ଏକାସାଙ୍ଗରେ ଅନେକ ହୃଦ୍‌ଘାତର ଶିକାର ହୋଇଥିଲେ। ଏହି କାରଣରୁ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ, ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଲା। ତା’ପରେ ନଭେମ୍ବର ୨୦ ରେ, ଅଭିନେତ୍ରୀ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଏଣ୍ଡ୍ରିଲା ଶର୍ମା 'ଝୋମାର'  ସିରିଏଲ ସହିତ ଟିଭିରେ ଡେବ୍ୟୁ କରିଥିଲେ। ଏଣ୍ଡ୍ରିଲା ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି। ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ।

ଏହାବି ପଢନ୍ତୁ : GodFather OTT: ଓଟିଟିରେ ରିଲିଜ୍ ହେଲା ମଲ୍ଟିଷ୍ଟାର୍ ଫିଲ୍ମ 'ଗଦ ଫାଦର'

ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି

ଏହାବି ପଢନ୍ତୁ : Happy Birthday Tusshar Kapoor: ପାଟିରୁ ବାହାରିଲାନି ଶଦ୍ଧ ତଥାପି ଲୋକଙ୍କ ହୃଦୟରେ ଥିଲେ ତୁଷାର

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

ଏହାବି ପଢନ୍ତୁ : Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ଏହାବି ପଢନ୍ତୁ : Sonu Sood: ରାସ୍ତାକଡରେ ଗୀତ ଗାଉଥିଲ ଦିବ୍ୟାଙ୍ଗ, କୂଳରେ ଲଗାଇଲେ ସୋନୁସୁଦ