Hera Pheri 3: ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଖିଲାଡି କୁମାର 'ହେରାଫେରି ୩'ରେ ନଜର ଆସିବେ ନାହିଁ ,ତାଙ୍କ ସ୍ଥାନ କାର୍ତ୍ତିକ ଆର୍ଯ୍ୟାନ୍ ନେବେ ବୋଲି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।  ଏହି ଖବର ଖିଲାଡି କୁମାରଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶଂସକ ଫିଲ୍ମ ନିର୍ମାତାଙ୍କୁ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ସମସ୍ତେ ନିଜ 'ରାଜୁ'କୁ ପୁଣି ଥରେ 'ହେରାଫେରି ୩' ର ମଜାଳିଆ ସିନରେ ଦେଖିବାକୁ ଚାହାଁନ୍ତି । ବାସ୍ତବରେ ପରେଶ ରାୱଲ ଟ୍ୱିଟରରେ ପ୍ରଶଂସକଙ୍କୁ ଏହି ଦଃଖଦ ଖବର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପରେଶ ରାୱଲ ସୂଚନା ଦେଇଛନ୍ତି :
ବାସ୍ତବରେ ଜଣେ ପ୍ରଶଂସକ,ପରେଶ ରାୱଲଙ୍କୁ ଟ୍ୱିଟରରେ ପଚାରିଥିଲେ ଯେ, ଶୁଣିବାକୁ ମିଳୁଛି ଯେ କାର୍ତ୍ତିକ ଆର୍ଯ୍ୟାନ୍ 'ହେରାଫେରି ୩' ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏଭଳି ପରିସ୍ଥିତିରେ ପରେଶ ରାୱଲ ଏଥିରେ ହଁ ମାରିଥିଲେ । ଏହା ପରେ କାର୍ତ୍ତିକ୍ ଆର୍ଯ୍ୟାନ, ଅକ୍ଷୟ କୁମାରଙ୍କୁ ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି।


ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ


ଏହାବି ପଢନ୍ତୁ : Tamannaah Bhatia: ହାତକୁ ଦି' ହାତ ହେବେ ତମନ୍ନା ! ସେୟାର କଲେ ଏଭଳି ଭିଡିଓ


ଏହାବି ପଢନ୍ତୁ : Ibrahim Ali Khan: ବଲିଉଡରେ ଏଣ୍ଟ୍ରି କରିବେ ଇବ୍ରାହିମ ଅଲ୍ଲି ଖାନ୍, ଏହି ଫିଲ୍ମରେ କରିବେ ଡେବ୍ୟୁ


ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ


ଅକ୍ଷୟଙ୍କୁ ଏହି ଫିଲ୍ମରେ ବଦଳାଯାଇ ନାହିଁ  :
ଅଭିନେତା ସୁନୀଲ ଶେଟ୍ଟୀ କହିଛନ୍ତି ଯେ, 'ବାରମ୍ବାର କୁହାଯାଉଛି ଯେ ଅକ୍ଷୟ କୁମାରଙ୍କୁ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ଥାନ ଦିଆଯାଇଛି, କିନ୍ତୁ ମୁଁ ଆପଣଙ୍କୁ କହିବି ଅକ୍ଷୟ କୁମାରଙ୍କୁ କେବେ ବଦଳାଯାଇ ପାରିବ ନାହିଁ। ନିର୍ମାତା କାର୍ତ୍ତିକ ଆର୍ଯ୍ୟଙ୍କ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଅନ୍ୟ ଏକ ଚରିତ୍ର ପାଇଁ ,ଏଭଳି ପରିସ୍ଥିତିରେ ବଦଳିକୁ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ମୁଁ ବ୍ୟକ୍ତିଗତ ଭାବରେ ୧୯ ନଭେମ୍ବର ପରେ ଅକ୍ଷୟ କୁମାର ଏବଂ ନିର୍ମାତାମାନଙ୍କ ସହ କଥା ହେବି ।'


ଏହି ଫିଲ୍ମ ପାଇଁ ମନା କରି ଦେଇଥିଲେ ଅକ୍ଷୟ : 
ନିକଟରେ ଅକ୍ଷୟ କୁମାର ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନେଇ ବଡ଼ ଖୁଲାସା କରିଥିଲେ ଯେ, 'ହେରାଫେରି ୩'ରେ  ଅଭିନୟ କରୁ ନାହିଁ। ପୂର୍ବ ଫିଲ୍ମଟି ସଫଳ ହୋଇଥିଲା, କିନ୍ତୁ ଏଥର ସ୍କ୍ରିପ୍ଟ ମୋ ମନକୁ ଛୁଇଁଲା ନାହିଁ । ବର୍ତ୍ତମାନ ମୁଁ ଏପରି କିଛି କରିବାକୁ ଚାହୁଁଛି ଯାହାକୁ ଦର୍ଶକ ପସନ୍ଦ କରିବେ ଏବଂ ଏଭଳି ପରିସ୍ଥିତିରେ, ଯଦି ସ୍କ୍ରିପ୍ଟରେ କୌଣସି ସୃଜନଶୀଳତା ନ ଥାଏ ତେବେ ମୁଁ ପଛକୁ ଫେରିବାକୁ ନିଷ୍ପତ୍ତି ନେଇଛି।'