Tamannaah Bhatia: ସାଉଥ ଇଣ୍ତଷ୍ଟ୍ରିର ଅଭିନେତ୍ରୀ ତମନ୍ନା ଭାଟିଆ । ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତମନ୍ନା କେବେଳ ଅଭିନୟ ପାଇଁ ନୁହେଁ  ବରଂ ସେ ନିଜର ସୁନ୍ଦରତା ପାଇଁ ମଧ୍ୟ ବେଶ ଲୋକପ୍ରିୟ । ନିକଟରେ ତମନ୍ନାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ତମନ୍ନା କୁଆ଼ଡେ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ, ଏ ଖବର କେତେ ସତ କେତେ ମିଛ ସେନେଇ କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳି ନାହିଁ । ତେବେ, ଏହି ଘଟଣା ନେଇ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜବରଦସ୍ତ ଉତ୍ତର ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

 


ବାସ୍ତବରେ ତମନ୍ନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ମଜାଦାର ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ଏକ ସୁନ୍ଦର କଳା ଶାଢୀ ପିନ୍ଧି ଏକ ଘର ଭିତରକୁ ଯାଆନ୍ତି । ଏବଂ ଦ୍ୱିତୀୟ ଭିଡିଓରେ ସେହି ଘରୁ ପୁଅ ହୋଇ ବାହାରୁଛନ୍ତି। ଏହି ଭିଡିଓରେ ତମନ୍ନା ମଧ୍ୟ ଏକ ମୁଦି ପିନ୍ଧିଛନ୍ତି। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, 'ଏହା ମୋର ବ୍ୟବସାୟୀ ସ୍ୱାମୀ।' ଏହା ବ୍ୟତୀତ ଅଭିନେତ୍ରୀ ହ୍ୟାସଟ୍ୟାଗରେ ମଧ୍ୟ ଲେଖିଛନ୍ତି, 'ସମସ୍ତେ ମୋ ଜୀବନର ସ୍କ୍ରିପ୍ଟ ଲେଖୁଛନ୍ତି'। ପ୍ରଶଂସକମାନେ ମଧ୍ୟ ତମନ୍ନାଙ୍କ ଏହି ମଜାଳିଆ ପ୍ରତିକ୍ରିୟାକୁ ବହୁତ ପସନ୍ଦ କରୁଛନ୍ତି।


 



ଏହାବି ପଢନ୍ତୁ : Ibrahim Ali Khan: ବଲିଉଡରେ ଏଣ୍ଟ୍ରି କରିବେ ଇବ୍ରାହିମ ଅଲ୍ଲି ଖାନ୍, ଏହି ଫିଲ୍ମରେ କରିବେ ଡେବ୍ୟୁ


ଏହାବି ପଢନ୍ତୁ : Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ


ଏହାବି ପଢନ୍ତୁ : Amitabh Bachchan: ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଅମିତାଭ, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ


ଯଦି ଆମେ ତମନ୍ନାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା ,ତେବେ, ତାଙ୍କ ହାତରେ ଅନେକ ବଡ଼ ପ୍ରୋଜେକ୍ଟ ରହିଛି ।  ତମନ୍ନା ଭାଟିଆ ଖୁବ ଶୀଘ୍ର ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ 'ଭୋଳା ଶଙ୍କର'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ପ୍ରଶଂସକମାନେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ପାଇବେ । ଫିଲ୍ମଟି ୨୦୨୩ ମସିହା, ଏପ୍ରିଲ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ବ୍ୟତୀତ ତାଙ୍କୁ 'ଗୁରାଗୁଣ୍ଡା ସୀଥା କଲାମ' (Guragunda Seetha Kalam) ଏବଂ ମାଲାୟାଲମ୍ ଚଳଚ୍ଚିତ୍ର 'ବାନ୍ଦ୍ରା' (Malayalam film 'Bandra')ରେ ମଧ୍ୟ ଦେଖିବାକୁ ମିଳିବ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ତାଙ୍କୁ ନିକଟରେ ବଲିଉଡ ଫିଲ୍ମ 'ବାବଲି ବାଉନ୍ସର୍'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ସିଧାସଳଖ  ଓଟିଟିରେ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମଧୁର ଭଣ୍ଡାରକର। ଏହାପୂର୍ବରୁ ମଧୁର ଅନେକ ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।