Thalapathy Vijay: 2024 ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥଲାପତି ବିଜୟ (Vijay Thalapathy) । ଶୁକ୍ରବାର ଅଭିନେତା ନିଜର ନୂଆ ପାର୍ଟିର ନାଁ ଘୋଷଣା କରିଛନ୍ତି। ଏନେଇ ବିଜୟ କହିଛନ୍ତି,’ଆସନ୍ତା ଲୋକସଭା ନିର୍ବାଚନରେ ​​ତାଙ୍କ ଦଳ କୌଣସି ଦଳକୁ ସମର୍ଥନ କରିବ ନାହିଁ। ସେ ଦଳର ସଭାପତି ଭାବେ ଦାୟିତ୍ବ ନେବେ । ତାଙ୍କର ଏହି ଦଳ 2026 ବିଧାନସଭା ନିର୍ବାଚନରେ ​​ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ’।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଅଭିନେତା ଥଲାପତି ତାଙ୍କ ପାର୍ଟିର ନାଁ ‘ତାମିଲାଙ୍ଗା ଭେତ୍ରି କଜଗମ୍’ (Tamilaga Vettri Kazhagam) ରଖିଛନ୍ତି।  ସରକାରୀ ବିବୃତ୍ତିରେ ଅଭିନେତା କହିଛନ୍ତି, ‘ତାଙ୍କ ଦଳ ECIରେ ପଞ୍ଜୀକୃତ ହୋଇଛି । ସେ ଆଉ ମଧ୍ୟ କହିଛନ୍ତି, ଦଳର ସାଧାରଣ ପରିଷଦ ଏବଂ କାର୍ଯ୍ୟନିର୍ବାହୀ କମିଟି 2024 ଲୋକସଭା ନିର୍ବାଚନରେ କୌଣସି ଦଳକୁ ପ୍ରତିଦ୍ବନ୍ଦ୍ବିତା କରିବାକୁ କିମ୍ବା ସମର୍ଥନ କରିବାକୁ ନିଷ୍ପତ୍ତି ନେଇ ନାହାନ୍ତିଁ’ । ଏନେଇ ବିଜୟ ଆଉ ମଧ୍ଯ କହିଛନ୍ତି, ‘ରାଜନୀତି ମୋ ପାଇଁ ଅନ୍ୟ ଏକ କ୍ୟାରିୟର ନୁହେଁ, ବରଂ ଏହା ଜନସେବା ପାଇଁ ଏକ ପବିତ୍ର କାର୍ଯ୍ୟ ଅଟେ । ଆଉ ଏହି କାର୍ଯ୍ୟ ପାଇଁ ଦୀର୍ଘ ସମୟରୁ ମୁଁ ନିଜକୁ ପ୍ରସ୍ତୁତ କରୁଥିଲି । ରାଜନୀତି କରିବା ମୋ ପାଇଁ ସଉକ ନୁହେଁ, ଏହା ମୋ ଅନ୍ତରାତ୍ମାର ଇଚ୍ଛା’ । ଅଭିନେତା ଆହୁରି କହିଛନ୍ତି, 'ଆପଣ ବର୍ତ୍ତମାନର ରାଜନୈତିକ ପରିବେଶ ଦେଖୁଛନ୍ତି। ଗୋଟେ ପଟେ ପ୍ରଶାସନିକ ଅନିୟମିତତା ବଢୁଥିବା ବେଳେ ଅନ୍ୟପଟେ ଦୁର୍ନୀତିଗ୍ରସ୍ତ ରାଜନୈତିକ ସଂସ୍କୃତି ବିକଶିତ ହୋଇଛି। ବିଭାଜନକାରୀ ରାଜନୈତିକ ସଂସ୍କୃତି ଜାତି ଏବଂ ଧର୍ମ ଆଧାରରେ ଆମ ଲୋକଙ୍କୁ ଭାଗ କରିବାକୁ ଚେଷ୍ଟା କରେ। ଏହାକୁ ପରିବର୍ତ୍ତନ କରିବାକୁ ପଡିବ ।



ବିଜୟ, 1992 ମସିହାରେ ‘ନାଲୟା ଥେରପୁ’ ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିଥିଲେ । ଏହାପରେ  ‘ପୋଭ ଉନାକାଗା’ ଓ ‘କାଦାଲୁକକୁ ମାରିଆଡାଇ’ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା ।  ଏହାପରେ ଚଳଚ୍ଚିତ୍ର ‘କୁଶୀ’ ଓ ‘ପ୍ରିୟାମନାଭାଲେ’ ତାଙ୍କ କ୍ୟାରିୟରର ଟର୍ଣ୍ଣି ପଏଣ୍ଟି ସାବ୍ୟସ୍ତ ହୋଇଥିଲା । ସେହିପରି 2003ରେ ରିଲିଜ ହୋଇଥିବା ‘ମସାଲା ଥିରୁମାଲାଇ’ ତାଙ୍କୁ ଆକ୍ସନ୍ ହିରୋର ଆଖ୍ୟା ଦେଇଥିବା ବେଳେ 2004ରେ ଆସିଥିବା ଫିଲ୍ମ ‘ଗିଲହି ଚାଷ୍ଟବଷ୍ଟର’ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥଲା। ଏହି ଫିଲ୍ମଟି ବକ୍ସରେ ମଧ୍ଯ ଦମଦାର କଲେକ୍ସନ୍ କରିଥିଲା ।