Uorfi Javed Called By Mumbai Police: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ । ସେ ନିଜର ଅତରଙ୍ଗୀ ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ଉର୍ଫି ଆଇନର ଜାଲରେ ଫସି ଯାଇଛନ୍ତି। (Chitra Kishore Wagh, President of BJP Maharashtra Mahila Morcha)ବିଜେପି ମହାରାଷ୍ଟ୍ର ମହିଳା ମୋର୍ଚ୍ଚାର ସଭାପତି ଚିତ୍ରା କିଶୋର ୱାଘ ଉର୍ଫିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ମୁମ୍ବାଇ ପୋଲିସ ପକ୍ଷରୁ ଉର୍ଫି ଜାଭେଦଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯିବ ବୋଲି ସୂଚନା ମିଳିଛି ।  ରାସ୍ତାରେ ଅଙ୍ଗ ପ୍ରଦର୍ଶନ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବିଜେପି ନେତ୍ରୀ।  ଏହା ପୂର୍ବରୁ ମଧ୍ୟ ଉର୍ଫିଙ୍କ ଉପରେ ବର୍ଷିଥିଲେ ଚିତ୍ରା । ଉର୍ଫିଙ୍କ କିଛି ଭିଡିଓ ଓ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ସହ ଉର୍ଫିଙ୍କ ବିରୋଧରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟୁଇଟ୍ କରିଥିଲେ।  


COMMERCIAL BREAK
SCROLL TO CONTINUE READING

ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଉର୍ଫିଙ୍କୁ ଡାକିଛି: ନ୍ୟୁଜ୍ ଏଜେନ୍ସି  ଏଏନଆଇ ଅନୁଯାୟୀ ମୁମ୍ବାଇ ପୋଲିସ କହିଛି ଯେ, ବିଜେପି ନେତ୍ରୀଙ୍କ ଅଭିଯୋଗ ପରେ ଶନିବାର ଉର୍ଫି ଜାଭେଦଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଚିତ୍ରା ୱାଘ ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି, "କେହି କଳ୍ପନା କରି ପାରିବେ ନାହିଁ ଯେ ଆଚରଣର ଅଧିକାର, ସମ୍ବିଧାନ ଦ୍ବାରା  ନିଶ୍ଚିତ ହୋଇଥିବା ସ୍ୱାଧୀନତା ଏପରି ବିଦ୍ରୋହୀ ମନୋଭାବରେ ପ୍ରକାଶ ପାଇବ ... ଯଦି ସେ ନିଜ ଶରୀରକୁ ପ୍ରଦର୍ଶନ କରିବାକୁ ଚାହାଁନ୍ତି,ତେବେ ସେ କରିପାରିବେ,କିନ୍ତୁ ଚାରି କାନ୍ଥ ଭିତରେ। କିନ୍ତୁ ଅଭିନେତ୍ରୀ ଜାଣନ୍ତି ନାହିଁ ଯେ ସେ ସମାଜର ବିକୃତ ମନୋଭାବକୁ ସେ ଉତ୍ସାହିତ କରୁଛନ୍ତି।


 



Also Read: 2023 Upcoming Films: ପରଦାରେ ଟଲିଉଡକୁ ଟକ୍କର ଦେବ ବଲିଉଡର ଏହି ସବୁ ଫିଲ୍ମ, ଦେଖନ୍ତୁ ତାଲିକା


Also Read: Amitabh Bachchan First Love: ରେଖା କି ଜୟା ନୁହେଁ, ଏହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଗ୍ ବି


ଉର୍ଫି ଅଭିଯୋଗର ଉତ୍ତର ଦେଇଛନ୍ତି: ସୋସିଆଲ ମିଡିଆରେ ଉର୍ଫି ଏହି ଅଭିଯୋଗର ଜବାବ ଦେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ସଞ୍ଜୟ ରାଥୋଡ (Sanjay Rathod) ଙ୍କୁ ଗିରଫ କରିବା ପାଇଁ ଚିତ୍କାର କରୁଥିବା ବେଳେ ସେ ଏନସିପିରେ ଥିବାବେଳେ ତାଙ୍କ ସ୍ୱାମୀ ଲାଞ୍ଚ ନେଉଥିଲେ। ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଏହା ପରେ ସଞ୍ଜୟ କିମ୍ବା ଚିତ୍ର ବହୁତ ଭଲ ବନ୍ଧୁ ହୋଇଥିଲେ। ମୁଁ ମଧ୍ୟ ବିଜେପିରେ ଯୋଗଦେବାକୁ ଯାଉଛି,ତେଣୁ ଆମେ ଭଲ ବନ୍ଧୁ ହେବୁ ।


ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର ହୋଇଥିବା ଅନ୍ୟ ଏକ ନୋଟରେ ଉର୍ଫି କହିଛନ୍ତି,"ମୁଁ ଜାଣେ ରାଜନେତାଙ୍କ ବିରୋଧରେ ବିଷୟବସ୍ତୁ ଅପଲୋଡ୍ କରିବା ଅତ୍ୟନ୍ତ ବିପଜ୍ଜନକ,କିନ୍ତୁ ତଥାପି ଏହି ଲୋକମାନେ ମୋତେ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ,ତେଣୁ ମୁଁ ନିଜକୁ ହତ୍ୟା କରୁଛି କିମ୍ବା ମୋର ମନ କଥା କହୁଛି । କିନ୍ତୁ ମୁଁ କାହା ସହିତ କିଛି ଭୁଲ କରି ନାହିଁ। ବିନା କାରଣରେ ସେମାନେ ମୋ ବିରୁଦ୍ଧରେ ଆଗକୁ ଆସୁଛନ୍ତି ।  ଏହାସହ ସେମାନଙ୍କୁ ମଧ୍ୟ ଉର୍ଫି ସୋସିଆଲ ମିଡିଆରେ ହୋଇଥିବା ଅଭିଯୋଗ ଉପରେ ଜବରଦସ୍ତ କମେଣ୍ଟ ଦେଇଛନ୍ତୁ । ଉର୍ଫି ଏକ ବିବୃତ୍ତିରେ ଲେଖିଛନ୍ତି, "ଏହି ରାଜନେତାମାନେ, ଓକିଲମାନେ ମୂକ ଅଟନ୍ତି କି? ପ୍ରକୃତରେ ସମ୍ବିଧାନରେ କୌଣସି ଆର୍ଟିକିଲ ନାହିଁ ଯାହା ମୋତେ ଜେଲ ପଠାଇବା ଉପରେ ଲାଗୁ କରାଯାଇପାରିବ।"


ଚିତ୍ରା ୱାଘଙ୍କ ବିରୋଧରେ ଉର୍ଫି ଅଭିଯୋଗ କରିଛନ୍ତି: ସେପଟେ,ବିଜେପି ମହାରାଷ୍ଟ୍ର ମହିଳା ମୋର୍ଚ୍ଚାର ସଭାପତି ଚିତ୍ରା କିଶୋର ୱାଘଙ୍କ ବିରୋଧରେ ମଧ୍ୟ ଉର୍ଫି ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । 'ଅଶ୍ଳୀଳ'ଡ୍ରେସିଂ ସେନସ୍ ଉପରେ ମନ୍ତବ୍ୟ ଦେଇଥିବାରୁ ସେ ଚିତ୍ରାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ସୂଚନା ଉର୍ଫିଙ୍କ ଓକିଲ ନିତିନ ସତପ୍ୟୁଟ୍ ପ୍ରଦାନ କରିଛନ୍ତି।