Urfi Javed New Look: ଉର୍ଫି ଜାଭେଦ ଅଭିନୟ ପାଇଁ ନୁହେଁ ବୋଲ୍ଡ ଫ୍ୟାଶନ ପାଇଁ ବେଶ ଜଣାଶୁଣ। ବିଗ୍ ବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ପୋଷାକର ଡିଜାଇନ ଏବଂ ବୋଲ୍ଡନେସ ହେତୁ ସର୍ବଦା ଆଲୋଚନା ଘେରକୁ ଆସନ୍ତି। ତେବେ, ଉର୍ଫିଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି ।  ଏଥିରେ ଦେଖିବାକୁ ମିଳିଛି ଯେ,ଉର୍ଫି ପ୍ରଥମେ କ୍ୟାସେଟ୍ ରେକର୍ଡରରେ ଗୀତ ଶୁଣନ୍ତି ଏବଂ ହଠାତ ତାଙ୍କୁ  ଏକ ଧାରଣା ଆସେ,  ଯେ ଏଥିରେ ମଧ୍ୟ ଡ୍ରେସ୍ ତିଆରି କରିହେବ । ପରେ ସେ କ୍ୟାସେଟର ରିଲ୍ ବାହାର କରିବା ଆରମ୍ଭ କରନ୍ତି ଆଖି ପିଛୁଳାକେ ସେ କ୍ୟାସେଟ୍ ରିଲରୁ ପୋଷାକ ତିଆରି କରନ୍ତି  । ଆଉ ତାହାକୁ ପିନ୍ଧିକି ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି । ଏହି ଭିଡିଓଟିକୁ ସେ ନିଜ ଇନଷ୍ଟାରେ ମଧ୍ୟ ସେୟାର କରିଛନ୍ତି। ୟୁଜର୍ସମାନେ ଉର୍ଫିଙ୍କ ଏହି ଲୁକକୁ ପ୍ରଶଂସା କରିଛନ୍ତି, କିଛି ଫ୍ୟାନ୍ସ କହିଛନ୍ତି ଯେ ରିଲ୍ସରେ ପୋଷାକ ମଧ୍ୟ ତିଆରି ହୋଇପାରିବ ବୋଲି ସେମାନେ ଭାବି ନଥିଲେ।


COMMERCIAL BREAK
SCROLL TO CONTINUE READING


ଦୀପାବଳିରେ ଟପଲେସ ହୋଇ ଜଣାଇଥିଲେ ଶୁଭେଚ୍ଛା :


ଏହା ପୂର୍ବରୁ ଉର୍ଫି ଦୀପାବଳିରେ ଅବସରରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଉର୍ଫି କୌଣସି ଟପ୍ସ ପିନ୍ଧି ନ ଥିଲେ ବରଂ ନିଜ ଗୋଟିଏ ହାତରେ ବକ୍ଷଜ ଦ୍ବୟକୁ ଲୁଚାଇଥିବା ଦେଖିବାକୁ ମିଳିଥିଲେ । ଯଦିଓ ଉର୍ଫି ଏକ ଲମ୍ବା ସ୍କର୍ଟ ପିନ୍ଧି ଏକ ଲାଲ୍ ସୋଫାରେ ବସିଥିଲେ, କିନ୍ତୁ ସେ କୌଣସି ଟପସ ପିନ୍ଧି ନ ଥିଲେ। ଉର୍ଫି ଟପଲେସ୍ ହୋଇ ଦୀପାବଳୀର ଶୁଭେଚ୍ଛା ଜଣାଇବା ସହ ଗୋଟିଏ ହାତରେ ଲଡୁ ମଧ୍ୟ ଖାଉଥିଲେ । ଏଭଳି ଅର୍ଦ୍ଦନଗ୍ନ ହୋଇ ଦୀପାବଳୀର ଶୁଭେଚ୍ଛା ଜଣାଇଥିବରୁ ଅଧିକାଂଶ ୟୁଜର୍ସ ଉର୍ଫିଙ୍କୁ ଟ୍ରୋଲ କରିଥିଲା । ଏବଂ ଆଉ କିଛି ତାଙ୍କୁ କଡା ସମାଲୋଚନା କରିଥିଲେ , କହିଥିଲେ ଯେ,ତୁମେ ଦୀପାବଳୀରେ ଏଭଳି ଶୁଭେଚ୍ଛା ଜଣାଅନି ବରଂ ଇଦରେ ଏଭଳି ଶୁଭେଚ୍ଛା ଜଣାଆ । 


 




ବୋଲ୍ଡନେସ ପାଇଁ ଆଇନର ଜାଲରେ ଉର୍ଫି ଜାଭେଦ୍ :


ଉର୍ଫିଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତାହା ଫୁଣି ତାଙ୍କ ମ୍ୟୁଜିକ ଭିଡିଓ ' ହାଏ ହାଏ ୟେ ମଜବୁରୀ' (Haaye Haaye Ye Majboori) କୁ ନେଇ ।  ଉର୍ଫିଙ୍କ ନାଁରେ ଦିଲ୍ଲୀ ପୋଲିସ ଷ୍ଟେସନରେ ଏକ ଏତଲା ହୋଇଛି । ତେବେ ଏହି ମାମଲା ଉର୍ଫିଙ୍କ ନାଁରେ କିଏ ଦେଇଛି ତାହା ସ୍ପଷ୍ଟ ହୋଇନି । ଅଶ୍ଲିଳତାକୁ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କ ନାଁରେ ଏତଲା ହୋଇଛି । ସେପଟେ ଏହି ଘଟଣା ନେଇ ଉର୍ଫିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଉର୍ଫିଙ୍କ ଏହି ମ୍ୟୁଜିକ ଭିଡିଓଟି ୧୧ ଅକ୍ଟୋବରରେ ୟୁଟ୍ବୁବରେ ରିଲିଜ ହୋଇଛି । ଗୀତଟି ରିଲିଜ୍ ହେବା ଦିନଠାରୁ ଟ୍ରେଣ୍ଡିଂ କରୁଛି । ଏହି ଗୀତଟି ଗୋଟିଏ ଦିନରେ ପ୍ରାୟ ୮ ମିଲିୟନ୍ ଭ୍ୟୁ କରିଛି । ପୁଣିଥରେ ଏହି ଗୀତରେ ଉର୍ଫି ତାଙ୍କ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି। ଏହି ଗୀତରେ ଉର୍ଫି ଏକ ରେଡ କର୍ଲରର ଶାଢୀ ପିନ୍ଧି ଥିବା ଦେଖିବାକୁ ମିଳିଛି । ତେବେ ଏହି ମାମଲା ଉର୍ଫିଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।