Urfi Javed : ଉର୍ଫି ଜାଭେଦ ଅଭିନୟ ପାଇଁ ନୁହେଁ ବୋଲ୍ଡନେସ ପାଇଁ ଅଧିକ ପରିଚିତ । ତାଙ୍କର ବୋଲ୍ଡ ଅନ୍ଦାଜକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରନ୍ତି। ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ,  ଉର୍ଫି ଏକ ବ୍ଲାକ କର୍ଲର ହଟ ପ୍ୟାଣ୍ଟ ପିନ୍ଧି ଥିବା ବେଳେ ଏକ ବ୍ଲୁ କର୍ଲର ସାର୍ଟ ପିନ୍ଧିଛନ୍ତି । ଏହି ସାର୍ଟଟି ବ୍ୟାକଲେସ୍ ଅଛି । ଭିନ୍ନ ଅନ୍ଦାଜରେ ଏକ ଭିଡିଓ ପ୍ରସ୍ତୁତ କରି ସେ ନିଜ ଇନଷ୍ଟାଗ୍ରାମରେ ଏହାକୁ ସେୟାର କରିଛନ୍ତି । ତେବେ, ଉର୍ଫି ଏ ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, ସୋ ୟୁ ଡୋଣ୍ଟ ନିଡ୍ ଟୁ ଉୟର ଏ ସାର୍ଟ ଟୁ ଉୟର ସାର୍ଟ ! ତେବେ ଉର୍ଫିଙ୍କ ଏ ଭିଡିଓରେ କାଫି କମେଣ୍ଟ ମଧ୍ୟ ଆସିଛି । 


COMMERCIAL BREAK
SCROLL TO CONTINUE READING

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଉର୍ଫି ଅସାଧାରଣ ଜିନିଷରେ ତିଆରି ହୋଇଥିବା ପୋଷାକ ପିନ୍ଧିଛନ୍ତି।  ପୂର୍ବରୁ ଘଣ୍ଟାରେ ତିଆରି ସ୍କର୍ଟ, ଭଙ୍ଗା କାଚ, ଅଖା, ସେପଟିପିନ ଓ ବ୍ଲେଟରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଛନ୍ତି। ତେବେ ଗତ କିଛି ଦିନ ତଳେ ,ଉର୍ଫି ନିଜର ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ଡିସକୋ ବଲରେ ନିଜ ମୁହଁରେ ଘୋଡାଇବା ସହ ଛାତିକୁ ଡିସକୋ ବଲରେ ସଜେଇ ଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି । ତେବେ, ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ କରନ୍ତି , ତ ଆଉ କିଛି ଅଭିନେତା ଓ ଅଭିନେତ୍ରୀ ଉର୍ଫିଙ୍କ ଡ୍ରେସିଙ୍ଗ ଷ୍ଟାଇଲକୁ ଖୁବ୍ ପସନ୍ଦ କରିନ୍ତି। ଗତ କିଛି ଦିନ ତଳେ ଉର୍ଫିଙ୍କ ଫ୍ୟାସନକୁ ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର। 


ଏହାବି ପଢନ୍ତୁ : Urvashi Rautela : ଉର୍ବଶୀ କାହାକୁ କହିଲେ I Love You ?


 



 


ଯଦି ଆମେ ଉର୍ଫିଙ୍କ ୱାର୍କଫ୍ରଣ୍ଟ କଥା କହିବା, ତେବେ ଗତ କିଛି ଦିନ ତେଳ ଉର୍ଫି ଜାଭେଦଙ୍କୁ ‘ହାଏ ହାଏ ୟେ ମଜବୁରୀ’ ଗୀତରେ ଦେଖିବାକୁ ମିଳିଥିଲା। ଏହି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।  ନିକଟରେ ଫିଲ୍ମ ନିର୍ଦ୍ଦେଶକ  ସାଜିଦ୍ ଖାନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି। ସାଜିଦ୍ ଖାନ୍ ବିଗବସରେ ଏଣ୍ଟ୍ରି କରିବା ପରେ ସଲମାନ ଖାନଙ୍କୁ ସାଜିଦଙ୍କୁ ଶୋରୁ ବାହାର କରିବା ପାଇଁ ଦାବି କରିଥିଲେ । ସେ ନିଜ  ଇନଷ୍ଟାରେ ଲେଖିଥିଲେ ଯେ, ବିଗବସ ତମେ ଏସବୁ କାହିଁକି କରୁଛ , ଜଣେ ଯୌନ ଶୋଷଣକାରୀଙ୍କୁ ବିଗବସରେ ଏଣ୍ଟ୍ରି କରିବା ଉଚିତ କି   ?  ଏହା ପ୍ରମାଣିତ କରୁଛି, ଏହି ପୁରୁଷମାନେ ଯାହା କରୁଛନ୍ତି ,ତାହାକୁ ଆପଣ ସମର୍ଥନ କରୁଛନ୍ତି '।