Urfi Javed News: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦ । ଅଡ ଫ୍ୟାଶନ ପାଇଁ ସେ ବେଶ ଜଣାଶୁଣା। ଉର୍ଫି ଜାଭେଦ ଯାହା କରନ୍ତି ତାହା ସମସ୍ତଙ୍କ ଠାରୁ ଭିନ୍ନ ଥାଏ । ନିଜ ଡ୍ରେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଉର୍ଫି ପୁଣି ଥରେ ଅର୍ଦ୍ଧ ନଗ୍ନ ହୋଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଏପରି କିଛି ପିନ୍ଧିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।


COMMERCIAL BREAK
SCROLL TO CONTINUE READING

ଏକ ଫଟୋସୁଟ୍ ପାଇଁ ଉର୍ଫି ଜାଭେଦ ପୁଣି ହେଲେ ଟପଲେସ୍ :


ଅନେକ ଟିଭି ଶୋ’ର ଉର୍ଫି ଜାଭେଦ ଭାଗ ନେଇଛନ୍ତି ସତ ,ହେଲେ କୌଣସି ଥିଲେ ଲୋକପ୍ରିୟତା ହାସଲ କରି ନାହାଁନ୍ତି। ଅଭିନେତ୍ରୀଙ୍କ କ୍ରିଏଟିଭ ଅଡ ଫ୍ୟାଶନ ତାଙ୍କୁ ଅଧିକ ପରିଚିତ କରାଇଛି ।  ବର୍ତ୍ତମାନ ତାଙ୍କର ଏକ ଲାର୍ଟେଷ୍ଟ ଭିଡିଓ ବେଶ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ପୁଣି ଥରେ ଟପଲେସ ହୋଇଛନ୍ତି । ଆଉ ବକ୍ଷଜ ଦ୍ବୟକୁ ଏକ ହାତରେ ଲୁଚାଇଛନ୍ତି । ତେବେ ଉର୍ଫିଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଲଗାଇଛି । 


 



ଏହାବି ପଢନ୍ତୁ : Kantara Film: 'କାନ୍ତାରା' ଅଭିନେତାଙ୍କୁ ଭେଟିଲେ ରଜନୀକାନ୍ତ, ଜାଣନ୍ତୁ କାହିଁକି ?


ଉର୍ଫି ଜାଭେଦ କେବଳ ସ୍ଲିଭ ପିନ୍ଧିଥିବାର ନଜର ଆସିଛନ୍ତି :


ଉର୍ଫି ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ବ୍ଲାକ୍ କର୍ଲର ହେବି କ୍ରମ ବେଲୁନ୍ ଷ୍ଟାଇଲ୍ ସ୍ଲିଭ୍ ପିନ୍ଧିଛନ୍ତି । ଏଥି ସହିତ ସେ ଶରୀରକୁ ନିଜ ହାତରେ ଆଚ୍ଛାଦିତ କରିଛନ୍ତି। ଏବଂ କ୍ୟାମେରା ଆଗରେ ବୋଲ୍ଡ ଅନ୍ଦାଜରେ ଲୁକ୍ ଦେଇ ବିଭିନ୍ନ ପୋଜ୍ ମଧ୍ୟ ଦେଉଛନ୍ତି। ଉର୍ଫିଙ୍କ ଏ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 


ବୋଲ୍ଡନେସର ସୀମା ପାର କଲେ ଉର୍ଫି :


ଉର୍ଫିଙ୍କ ଏହି ନୂଆ ଭିଡଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗୁଛି । ଉର୍ଫିଙ୍କ ଏହି ନୂଆ ଲୁକ୍ ରେ ସେ ବହୁତ ହଟ୍ ଦିଶୁଛନ୍ତି । ହାଲକା ମେକଅପ ନେବା ସହିତ ସେ ଏକ ବ୍ଲକ୍ କର୍ଲର ୟଅର ରିଙ୍ଗ ମଧ୍ୟ ପିନ୍ଧିଛନ୍ତି । ଏଥିସହିତ ସେ ଡିଫରେଣ୍ଟ ଷ୍ଟାଇଲରେ ନିଜ କେଶକୁ ବାନ୍ଧିଛନ୍ତି ।


ଟ୍ରୋଲର୍ସମାନଙ୍କୁ ଉର୍ଫି ଦେଲେ କଡା ଜବାବ :


ଉର୍ଫି ନିଜର ଏହି ବୋଲ୍ଡନେସ ଭିଡିଓକୁ ଇନଷ୍ଟାରେ ସେୟାର କରିବା ଏକ ଟ୍ରୋଲର୍ସଙ୍କ ପାଇଁ ଏକ କଡା କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ନିଜ କ୍ୟାପସନରେ ଲେଖିଛନ୍ତି ଯେ 'ଯେ ପର୍ଯ୍ୟନ୍ତ ତୁମେ ଟ୍ୱିଟର, ଇନଷ୍ଟାଗ୍ରାମ, ଫେସବୁକ୍ କିଣିବା ପାଇଁ ଧନୀ ନ ହୋଇଛ, ତୁମକୁ ମୋର ଏହି ଭୟଙ୍କର ଭିଡିଓ ଗୁଡ଼ିକୁ ଦେଖିବାକୁ ପଡିବ। ଯାହା ଆପଣଙ୍କ ପାଇଁ ଏକ ଶିକ୍ଷା । ଆପଣ ଜଗତକୁ ନିୟନ୍ତ୍ରଣ କରନ୍ତି ନାହିଁ । ତୁମେ କେବଳ ଜଣେ ସାଧାରଣ ବ୍ୟକ୍ତି , ଯେଉଁମାନେ ଭାବନ୍ତି ଯେ ,କୌଣସି ଝିଅ ତାହା ଦେହରେ ଯାହା ବି ରଖେ, ତାହା ହେଉଛି ସେମାନଙ୍କର ବ୍ୟବସାୟ '।