Urvashi Rautela Birthday Cake: ବଲିଉଡର ବିୟୁଟି କ୍ୱିନ୍ ଉର୍ବଶୀ ରୌତେଲା ତାଙ୍କର ୩୦ ତମ ଜନ୍ମଦିନ ଗତକାଲି ଅର୍ଥାତ୍ ୨୫ ଫେବୃଆରୀରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ଉର୍ବଶୀଙ୍କର ଫଟୋ ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୟୋ ୟୋ ହନି ସିଂଙ୍କ ସହିତ ଏକ ଗୋଲ୍ଡ କେକ୍ କାଟିଥିବାର ନଜର ଆସିଛନ୍ତି । ଖବର ଅନୁଯାୟୀ, ଉର୍ବଶୀଙ୍କ ପାଇଁ ଏହି କେକ୍ ୨୪ କ୍ୟାରେଟ୍ ସୁନାରେ ନିର୍ମିତ ହୋଇଥିଲା ଯାହାର ମୂଲ୍ୟ ସୋସିଆଲ ମିଡିଆରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏହି କେକ୍ କାଟିଲା ବେଳେ ଉର୍ବଶୀ ରୌତେଲା ଏକ ନାଲି ରଙ୍ଗର ଲେଗ୍ କଟ୍ ୱାନ ପିସ୍ ପିନ୍ଧିଥିବାର ନଜର ଆସିଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଇଣ୍ଟରନେଟରେ ଉର୍ବଶୀ ରୌତେଲାଙ୍କ (Urvashi Rautela) ଅପେକ୍ଷା ତାଙ୍କ ସୁନାର କେକ୍ ଅଧିକ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଏହି ୨୪ କ୍ୟାରେଟ୍ ସୁନା କେକ୍ କୁ ୟୋ ୟୋ ହନି ସିଂ ଉର୍ବଶୀଙ୍କୁ ଉପହାର ଦେଇଛନ୍ତି। ଅନେକ ଲୋକ କହୁଛନ୍ତି ଯେ କେକ୍ ଉପରେ କେବଳ ଏକ ସୁନା କୋଟେଡ ଲଗାଯାଇଛି, କିନ୍ତୁ ହନି ସିଂ (Yo Yo Honey Singh) ନିଜେ ଦାବି କରିଛନ୍ତି ଯେ ସେ ଉର୍ବଶୀଙ୍କ ଜନ୍ମଦିନ ପାଇଁ  ଏହି କେକ୍ ଟି ଅର୍ଡର କରିବାକୁ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 


ଫ୍ରି ପ୍ରେସ ଜର୍ଣ୍ଣାଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ହନି ସିଂ(Honey Singh)  କହିଛନ୍ତିଯେ, 'ମୁଁ ଅଭିନେତ୍ରୀ ଉର୍ବଶୀଙ୍କୁ ତିନି କୋଟି ଟଙ୍କା ମୂଲ୍ୟର କେକ୍ ଉପହାର ଦେଇ ସ୍ମରଣୀୟ ଦିନ କରିବାକୁ ନିଷ୍ପତ୍ତି ନେଇଥିଲି।  ମୁଁ ଚାହୁଁଛି ଏହି କେକ୍ କାଟିବାର ଏହି ମୁହୂର୍ତ୍ତ ଇତିହାସର ପୃଷ୍ଠାରେ ରେକର୍ଡ କରାଯାଉ । ଯେକୌଣସି ବ୍ୟକ୍ତି ତାଙ୍କ ସହ-ଷ୍ଟାର ପାଇଁ ଏହା କରିପାରିବେ । ସେ ନିଜ କାର୍ଯ୍ୟରେ ଉଜ୍ଜ୍ୱଳ ଏବଂ ପ୍ରତ୍ୟେକ ପ୍ରକାରରେ ଏହି ପ୍ରକାରର ପ୍ରେମ ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ହନି ସିଂ। 


କେକ୍ ର ଖବର ନିଆଁ ପରି ବ୍ୟାପିବା ମାତ୍ରେ ୟୁଜର୍ସ (Social User)ମାନେ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। 'ଆପଣ ଏହାକୁ ଖାଇବାକୁ କିମ୍ବା ରଖିବାକୁ ଚାହାଁନ୍ତି କି?' ଅନ୍ୟ ଜଣେ ଉପଭୋକ୍ତା ପଚାରିଥିଲେ, 'ଆପଣ ଏପରି କେକ୍ କେଉଁଠୁ ପାଇଲେ?' କେକ୍ କାଟିବାବେଳେ ହନି ସିଂ କହିଛନ୍ତି,ଯେ ୩ କୋଟି ମୂଲ୍ୟର କେକ୍ ର ମର୍ଡର!' ଅନ୍ୟ ଅନେକ ଲୋକ ଜନ୍ମଦିନର କେକ୍ ରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରଶ୍ନ ଉଠାଇଥିଲେ।


ଜଣେ ୟୁଜର୍ସ ଲେଖିଛନ୍ତି, ତିନି କୋଟି ଟଙ୍କା ମୂଲ୍ୟର କେକ୍ ର ବ୍ୟବହାର କ’ଣ ... ଟଙ୍କା ବରବାଦ।' ଏଠାରେ କହି ରଖୁଛୁ ଯେ ହନି ସିଂ ଏବଂ ଉର୍ବଶୀ ସେମାନଙ୍କ ହିଟ୍ ମ୍ୟୁଜିକ୍ ଭିଡିଓ 'ଲଭଡୋସ୍'ର ସିକ୍ୱେଲ ପାଇଁ ପୁଣି ଏକାଠି ହେଉଛନ୍ତି। ବର୍ତ୍ତମାନ ଉର୍ବଶୀ ଏବଂ ତାଙ୍କ ଗୋଲଡେନ କେକ୍  ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 


Also Read: 


Bill Gates: ୨୮ରେ ଓଡ଼ିଶା ଆସିବେ ବିଲ୍‍ ଗେଟ୍ସ