Urvashi Rautela: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଙ୍କ 'ମିଷ୍ଟର ଆରପି'ର ଖୁଲାସା ହୋଇଯାଇଛି । ପ୍ରକୃତରେ, ଏକ ସାକ୍ଷାତକାର ସମୟରେ ଉର୍ବଶୀ ରୌତେଲା ଆରପି ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିଥିଲେ । କେବଳ ଏତିକି ନୁହେଁ, ସେ 'ମିଷ୍ଟର ଆରପି (RP)' ସହିତ ସମ୍ପର୍କ ଭାଙ୍ଗିବାର ପୂରା କାହାଣୀ ମଧ୍ୟ କହିଥିଲେ । ତେବେ ସେ ଆରପିଙ୍କ ସମ୍ପୂର୍ଣ୍ଣ ନାମର ଖୁଲାସା କରି ନଥିଲେ । ଏହି କାରଣରୁ ସାକ୍ଷାତକାରର କ୍ଲିପ୍ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରିବାକୁ ଲାଗିଲେ ଯେ ଉର୍ବଶୀ ରୌତେଲା ଟିମ୍ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ ବିଷୟରେ କହୁଛନ୍ତି । ଏହାର ଠିକ୍ ପରେ ଅଭିନେତ୍ରୀଙ୍କ ସମସ୍ତ ପୋଷ୍ଟକୁ ଋଷଭ ପନ୍ତ ସହ ଯୋଡ଼ି ଦେଖାଯିବାକୁ ଲାଗିଲା । ତେବେ ବର୍ତ୍ତମାନ ଉର୍ବଶୀ ଏହି ସବୁ ଗୁଜବକୁ ଶେଷ କରି ନିଜର ମିଷ୍ଟର ଆରପିର ଖୁଲାସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ତାଙ୍କ ସହ ଏକ ବ୍ୟକ୍ତି ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ 'ରାମ ପୋଥିନେନି' (Ram Pothineni) ଙ୍କୁ ଟ୍ୟାଗ୍ କରି ଗୋଲାପ ତିଆରି କରିଛନ୍ତି । କେବଳ ଏତିକି ନୁହେଁ, କ୍ୟାପସନରେ ଅଭିନେତ୍ରୀ ଲଭ୍ ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି । ଏହା ଦେଖି ୟୁଜର୍ସମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେବାରେ ନିଜକୁ ଅଟକାଇବା ପାରୁ ନାହାଁନ୍ତି ଓ ମିଷ୍ଟର ଆରପିଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ।



ଉର୍ବଶୀ ରୌତେଲାଙ୍କ ପୋଷ୍ଟ ଉପରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି ଯେ, 'ଆଚ୍ଛା, ତାହାଲେ ଏ ହେଉଛନ୍ତି ଆରପି'। ଆଉ ଜଣେ ୟୁଜର ଲେଖିଛନ୍ତି ଯେ, 'ଦେଖୁଛନ୍ତି ଋଷଭ ଭାଇ' । ଅନ୍ୟ ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି ଯେ, 'ବର୍ତ୍ତମାନ ଋଷଭ ଭାଇ ମନେ ପଡ଼ନ୍ତିନି?' ସେହିରି ଆଉ ଜଣେ ଲେଖିଛନ୍ତି ଯେ, 'ବର୍ତ୍ତମାନ ଋଷଭ ଭାଇଙ୍କ ସହିତ କ’ଣ ହେବ?' ସେପଟେ କିଛି ୟୁଜର୍ସ ଉର୍ବଶୀ ରୌତେଲାଙ୍କୁ ପ୍ରଶଂସା କରୁଛନ୍ତି ।


ଅଧିକ ପଢ଼ନ୍ତୁ:-ପାକିସ୍ତାନକୁ ଅନ୍ୟ କେହି ନୁହେଁ, ନିଜ ଲୋକ ହିଁ ପହଞ୍ଚାଇଛନ୍ତି ବଡ଼ କ୍ଷତି! ଜାଣନ୍ତୁ ଏହି ଖେଳାଳୀ କିପରି ପାଲଟିଲେ ପାକିସ୍ତାନୀଙ୍କ ପାଇଁ 'ଭିଲେନ୍'


ଅଧିକ ପଢ଼ନ୍ତୁ:-ନଭେମ୍ବରରେ ଏହି ୭ଟି ରାଶିର ବ୍ୟକ୍ତିମାନେ ହେଉଛନ୍ତି ସବୁଠାରୁ ସୌଭାଗ୍ୟଶାଳୀ! ବର୍ଷିବ ଧନ, କ୍ୟାରିୟରରେ ମିଳିବ ବଡ଼ ସଫଳତା


ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ୨୦୧୮ ମସିହାରେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା ରିଲେଶନଶିପରେ ଅଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ଉଭୟଙ୍କୁ ପ୍ରାୟତଃ ଲଞ୍ଚ-ଡେଟରେ ଦେଖାଯାଉଥିଲା । ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା । ତେବେ କିଛି ସମୟ ପରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ପନ୍ତ ଉର୍ବଶୀଙ୍କୁ ହ୍ୱାଟସଆପରେ ବ୍ଲକ୍ କରିଦେଇଛନ୍ତି । ତେବେ ଏହା ପରେ ଜଣାପଡିଥିଲା ​​ଯେ ଉଭୟ ପରସ୍ପରର ସହମତିରେ ପରସ୍ପରକୁ ବ୍ଲକ୍ କରିଥିଲେ ।