Sikandar Raza: ପାକିସ୍ତାନକୁ ଅନ୍ୟ କେହି ନୁହେଁ, ନିଜ ଲୋକ ହିଁ ପହଞ୍ଚାଇଛନ୍ତି ବଡ଼ କ୍ଷତି! ଜାଣନ୍ତୁ ଏହି ଖେଳାଳୀ କିପରି ପାଲଟିଲେ ପାକିସ୍ତାନୀଙ୍କ ପାଇଁ 'ଭିଲେନ୍'
Advertisement
Article Detail0/zeeodisha/odisha1414102

Sikandar Raza: ପାକିସ୍ତାନକୁ ଅନ୍ୟ କେହି ନୁହେଁ, ନିଜ ଲୋକ ହିଁ ପହଞ୍ଚାଇଛନ୍ତି ବଡ଼ କ୍ଷତି! ଜାଣନ୍ତୁ ଏହି ଖେଳାଳୀ କିପରି ପାଲଟିଲେ ପାକିସ୍ତାନୀଙ୍କ ପାଇଁ 'ଭିଲେନ୍'

Sikandar Raza: ପର୍ଥରେ ଜିମ୍ବାୱେ ଟି-20 ବିଶ୍ୱକପ ମ୍ୟାଚରେ ଶକ୍ତିଶାଳୀ ମନେ କରାଯାଉଥିବା ପାକିସ୍ତାନ ଦଳକୁ ୧ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୮ ୱିକେଟ୍ ହରାଇ ୧୨୯ ରନ୍ ହିଁ କରିପାରିଥିଲା । 

Sikandar Raza: ପାକିସ୍ତାନକୁ ଅନ୍ୟ କେହି ନୁହେଁ, ନିଜ ଲୋକ ହିଁ ପହଞ୍ଚାଇଛନ୍ତି ବଡ଼ କ୍ଷତି! ଜାଣନ୍ତୁ ଏହି ଖେଳାଳୀ କିପରି ପାଲଟିଲେ ପାକିସ୍ତାନୀଙ୍କ ପାଇଁ 'ଭିଲେନ୍'

Sikandar Raza, PAK vs ZIM T20 World Cup 2022 Match: ଚଳିତ ଥର ଟି-20 ବିଶ୍ୱକପ ୨୦୨୨ରେ ବଡ଼ ଧରଣର ଉଲଟଫେର ଦେଖିବାକୁ ମିଳିଛି । ଏହାର ଶିକାର ପାକିସ୍ତାନ ମଧ୍ୟ ହୋଇଛି । ଗୁରୁବାର ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଇଥିବା ଟି-20 ବିଶ୍ୱକପ ୨୦୨୨ର ସୁପର-12 ପର୍ଯ୍ୟାୟର ମ୍ୟାଚରେ ଜିମ୍ବାୱେ ପାକିସ୍ତାନ ଦଳକୁ ପରାସ୍ତ କରିଛି । ଏହି ବିଜୟର 'ସିକନ୍ଦର' ଏପରି ଜଣେ ଖେଳାଳି ରହିଛନ୍ତି, ଯାହାଙ୍କ ଜନ୍ମ ପାକିସ୍ତାନରେ ହୋଇଛି । କିନ୍ତୁ ସେ ପାକିସ୍ତାନକୁ ହିଁ ଆଘାତ ପହଞ୍ଚାଇଛନ୍ତି । ପର୍ଥରେ ଜିମ୍ବାୱେ ଟି-20 ବିଶ୍ୱକପ ମ୍ୟାଚରେ ଶକ୍ତିଶାଳୀ ମନେ କରାଯାଉଥିବା ପାକିସ୍ତାନ ଦଳକୁ ୧ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୮ ୱିକେଟ୍ ହରାଇ ୧୨୯ ରନ୍ ହିଁ କରିପାରିଥିଲା । 

ଏହି ପରାଜୟ ସହ ଟି-20 ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଏହା ଲଗାତାର ଦ୍ୱିତୀୟ ମ୍ୟାଚ ପରାଜୟ ଥିଲା । ଗତ ମ୍ୟାଚରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିଲା । ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରଜାଙ୍କୁ ଏହି ମ୍ୟାଚର ପ୍ଲେୟର ଅଫ୍ ଦି ମ୍ୟାଚ୍ ଭାବେ ଚୟନ କରାଯାଇଥିଲା । ପର୍ଥ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ପୂର୍ବତନ ଚାମ୍ପିୟନ ପାକିସ୍ତାନର ୩ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଥିଲେ । ୪ ଓଭରରେ ୨୫ ରନ୍ ଦେଇ ସିକନ୍ଦର ରଜା ୩ଟି ୱିକେଟ୍ ନେଇଥିଲେ । ଯାହା ଫଳରେ ସିକନ୍ଦର ରଜା ଗୋଟିଏ ଝଟକାରେ ପାକିସ୍ତାନରେ ରହୁଥିବା ୨୨.୫ କୋଟି ଲୋକଙ୍କ ପାଇଁ 'ଭିଲେନ୍' ପାଲଟି ଯାଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ସିକନ୍ଦର ରଜା ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩୬ ବର୍ଷୀୟ ସିକନ୍ଦର ରଜା ପାକିସ୍ତାନକୁ ବଡ଼ ଆଘାତ ପହଞ୍ଚାଇଛନ୍ତି । ୨୦୦୨ରେ ସିକନ୍ଦରଙ୍କ ପିତାମାତା ଜିମ୍ବାୱେ ଚାଲି ଆସିଥିଲେ । ସେ ୨୦୦୭ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ । ସିକନ୍ଦର ରଜା ତାଙ୍କ ପିଲାଦିନରେ ଯୁଦ୍ଧ ବିମାନ ପାଇଲଟ୍ ହେବାକୁ ଚାହୁଁଥିଲେ । ସେ ୧୧ ବର୍ଷ ବୟସରେ ଏହି ସ୍ୱପ୍ନ ଦେଖି କଠିନ ପରିଶ୍ରମ କରିଥିଲେ । ସେ ବାୟୁସେନା କଲେଜରେ ମଧ୍ୟ ଆଡମିଶନ ନେଇଥିଲେ ।

ଅଧିକ ପଢ଼ନ୍ତୁ:-ନଭେମ୍ବରରେ ଏହି ୭ଟି ରାଶିର ବ୍ୟକ୍ତିମାନେ ହେଉଛନ୍ତି ସବୁଠାରୁ ସୌଭାଗ୍ୟଶାଳୀ! ବର୍ଷିବ ଧନ, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଅଧିକ ପଢ଼ନ୍ତୁ:-ଗୋଟିଏ ପରାଜୟ ଆଉ ଆରମ୍ଭ ହେଲା ଟ୍ୱିଟର ଯୁଦ୍ଧ, ଜିମ୍ବାୱେ ରାଷ୍ଟ୍ରପତିଙ୍କ ଟ୍ୱିଟ୍ ପରେ ଶାହବାଜ ସରିଫଙ୍କ ପାଲଟା ଆକ୍ରମଣ

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ହାଇକୋର୍ଟରେ ମୋଦି ସରକାରଙ୍କ ବିରୋଧରେ ପିଟିସନ ଦାଖଲ କଲେ ବିଜେପି ନେତା, ଜାଣନ୍ତୁ କ'ଣ ରହିଛି ମାମଲା

 

ଖାସ୍ କଥା ହେଉଛି ୬୦ ହଜାର ପ୍ରାର୍ଥୀଙ୍କ ମଧ୍ୟରୁ ମନୋନୀତ ୬୦ ଜଣ ଛାତ୍ରଙ୍କ ମଧ୍ୟରେ ତାଙ୍କ ନାମ ଥିଲା । ପରେ ସେ ଚକ୍ଷୁ ପରୀକ୍ଷାରେ ବିଫଳ ହୋଇଥିଲେ । ତାଙ୍କୁ କୁହାଯାଇଥିଲା ଯେ, ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଏହି ସମସ୍ୟା ହୋଇଯାଏ । କିନ୍ତୁ ରଜା ଏଥିରୁ ନିରାଶ ନ ହୋଇ ପରେ ସେ କ୍ରିକେଟରେ କ୍ୟାରିୟର କରିଥିଲେ । ସିକନ୍ଦର ରଜା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୭ଟି ଟେଷ୍ଟ, ୧୨୩ଟି ଏକ ଦିବସୀୟ ଏବଂ ୬୩ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ଏକ ଶତକ ଓ ୮ଟି ଅର୍ଦ୍ଧଶତକ ସହାୟତାରେ ୧,୧୮୭ ରନ୍, ଏକ ଦିବସୀୟ ମ୍ୟାଚରେ ୬ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ଦମରେ ୩,୬୫୬ ରନ ଏବଂ ଟି-20 ଅନ୍ତର୍ଜାତୀୟ ଫର୍ମାଟରେ ୬ଟି ଅର୍ଦ୍ଧଶତକ ସହ ୧,୧୮୫ ରନ୍ ସ୍କୋର କରିଛନ୍ତି । ସିକନ୍ଦର ରଜା ଟେଷ୍ଟରେ ୩୪ ୱିକେଟ୍, ଏକ ଦିବସୀୟରେ ୭୦ ୱିକେଟ ଏବଂ ଟି-20ରେ ୩୬ ୱିକେଟ୍ ନେଇଛନ୍ତି ।