Varun Dhawan Natasha: ବର୍ତ୍ତମାନ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ ବା ଭିଡ଼ିଓକୁ ଭାଇରାଲ ହେବାରେ ଲାଗୁଛି । ତେବେ ଭାଇରାଲ ହେଉଥିବା ଏହି ଫଟୋ ବା ଭିଡ଼ିଓ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥାଏ। ତେବେ ନିକଟରେ ଏପରି ଏକ ଭାଇରାଲ ଭିଡ଼ିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି  ବରୁଣ ଧାୱନ ଓ ପତ୍ନୀ ନତାଶା ଦଲାଲ । ବରୁଣ ଓ ନତାଶାଙ୍କ ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।


COMMERCIAL BREAK
SCROLL TO CONTINUE READING

ବଲିଉଡ଼ ଅଭିନେତା ବରୁଣ ଧାୱନ(varun dhawan) ସବୁବେଳେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ବରୁଣ ତାଙ୍କ ବାନ୍ଧବୀ ନତାଶା ଦଲାଲ(Natasha dalal) ଙ୍କୁ ବିବାହ କରିବା ପରେ ମଧ୍ଯ ବେଶ ଚର୍ଚ୍ଚାରେ ରହିଥିଲେ। ତେବେ ପୁଣିଥରେ ବରୁଣ ଧାୱନ ଲାଇମଲାଇଟକୁ ଆସିଛନ୍ତି । କୁଆଡ଼େ ଜୁନିୟର ଧାୱନ ବହୁତ ଜଲଦି ବାପା(varun dhawan baby) ହେବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା(Varun Dhawan Natasha viral video) ଜୋର ଧରିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବରୁଣ ଧାୱନ ଓ ପତ୍ନୀ ନତାଶା ଦଲାଲ (Natasha dalal) ଏକ କ୍ଲିନିକ ବାହାରେ ନଜର ଆସିଛନ୍ତି ।


 



ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିଥିବାବେଳେ ଫ୍ୟାନ୍ସ ନତାଶା ଗର୍ଭବତୀ (Natasha pregnant) ଥିବା ନେଇ ଚର୍ଚ୍ଚା କରୁଛନ୍ତି । ସୂଚନା ଅନୁଯାୟୀ, ନିକଟରେ ବଲିଉଡ଼ର ଏହି ଦମ୍ପତିଙ୍କୁ ଏକ ପ୍ରଜନନ ଚିକିତ୍ସାଳୟ (Fertility clinic) ବାହାରେ ସ୍ପଟ୍ କରାଯାଇଥିଲା । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓର ସତ୍ୟସତ୍ୟ ଏବେ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ବରୁଣ ଧାୱନ ଓ ନତାଶା ପ୍ରଜନନ ଚିକିତ୍ସାଳୟକୁ(Fertility clinic) ଯାଇ ନାହାଁନ୍ତି ବରଂ ଚର୍ମ ରୋଗ ବିଶେଷଜ୍ଞଙ୍କ (skin doctor) ନିକଟକୁ ଯାଇଥିଲେ। ଏନେଇ ବରୁଣଙ୍କ ଜଣେ ନିକଟ ସହଯୋଗୀ କହିଛନ୍ତି, କ’ଣ ଟାଇମ ପାସ ଚାଲିଛି । ଲୋକେ କିଛି ବି ଲେଖୁଛନ୍ତି, କିଛି ବି କହୁଛନ୍ତି । ଏହି କଥାରେ ଆଦୌ ସତ୍ୟତା ନାହିଁ । ଏହା ସଂମୂର୍ଣ୍ଣ ଭୁଲ ଅଟେ ।


ଅଭିନେତା ବରୁଣ ଧାୱନ ତାଙ୍କ ପିଲାଦିନର ବାନ୍ଧବୀ ନତାଶା ଦଲାଲଙ୍କୁ(Natasha dalal) ୨୦୨୧ ମସିହାରେ ବିବାହ(varun natasha marriage) କରିଥିଲେ । ବରୁଣ ଧାୱନଙ୍କୁ କ୍ରିତି ସାନନଙ୍କ ସହ ଫିଲ୍ମ 'ଭେଡିଆଁ'ରେ (Bhediya) ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ, ବହୁତ ଜଲଦି ବରୁଣ ଧାୱନ ଜାନଭି କପୁରଙ୍କ (Janhvi kapoor) ସହିତ 'ବାୱାଲ'ରେ (Bawaal) ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ।


ଏହା ବି ପଢନ୍ତୁ- Allu Arjun Birthday: ଅଲ୍ଲୁ ଅର୍ଜୁନଙ୍କ ସହ ବିବାହ ପାଇଁ ରାଜି ନଥିଲେ ସ୍ନେହାଙ୍କ ପରିବାର ଲୋକେ,ଏମିତି ହୋଇଥିଲା ବାହାଘର


ଏହା ବି ପଢନ୍ତୁ- Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ


ଏହା ବି ପଢନ୍ତୁ-Pushpa 2: ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’!


ଏହା ବି ପଢନ୍ତୁ-Sonali bendre: ବଲିଉଡ଼ ସୁନ୍ଦରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଏହି ପାକିସ୍ତନୀ କ୍ରିକେଟର, ମନିପର୍ସରେ ରଖିଥିଲେ ନାୟିକାଙ୍କ ଫଟୋ


ଏହା ବି ପଢନ୍ତୁ-Swara Bhasker Pregnant: ବିବାହ ପୂର୍ବରୁ ଗର୍ଭବତୀ ଥିଲେ ସ୍ବରା! ସୋସିଆଲ ମିଡ଼ିଆରେ ବେବି ବମ୍ପକୁ ନେଇ ଚର୍ଚ୍ଚା