Swara Bhasker Pregnant: ବିବାହ ପୂର୍ବରୁ ଗର୍ଭବତୀ ଥିଲେ ସ୍ବରା! ସୋସିଆଲ ମିଡ଼ିଆରେ ବେବି ବମ୍ପକୁ ନେଇ ଚର୍ଚ୍ଚା
Advertisement

Swara Bhasker Pregnant: ବିବାହ ପୂର୍ବରୁ ଗର୍ଭବତୀ ଥିଲେ ସ୍ବରା! ସୋସିଆଲ ମିଡ଼ିଆରେ ବେବି ବମ୍ପକୁ ନେଇ ଚର୍ଚ୍ଚା

Swara Bhasker Pregnant: ବଲିଉଡ଼ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ହୁଅନ୍ତୁ ବା ଦିଆ ମିର୍ଜା ବଲିଉଡ଼ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପୂର୍ବରୁ ହିଁ ଗର୍ଭବତୀ ହୋଇଥି୍ବା ନଜିର ରହିଛି । ତେବେ ଏହି ଲିଷ୍ଟରେ ଆଉ ଏକ ଅଭିନେତ୍ରୀଙ୍କ ନାମ ଯୋଡ଼ି ହେବାକୁ ଯାଉଛି। ନିକଟରେ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ବଲିଉଡ଼ ଏହି ଅଭିନେତ୍ରୀ । ବିବାହକୁ କେଇଟା ଦିନ ନ ବିତୁଣୁ ସୋସିଆଲ ମିଡ଼ିଆରେ ସ୍ବରା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୌ(ସୋସିଆଲ ମିଡିଆ)

Swara Bhasker Pregnant: ବଲିଉଡ଼ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ହୁଅନ୍ତୁ ବା ଦିଆ ମିର୍ଜା ବଲିଉଡ଼ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପୂର୍ବରୁ ହିଁ ଗର୍ଭବତୀ ହୋଇଥି୍ବା ନଜିର ରହିଛି । ତେବେ ଏହି ଲିଷ୍ଟରେ ଆଉ ଏକ ଅଭିନେତ୍ରୀଙ୍କ ନାମ ଯୋଡ଼ି ହେବାକୁ ଯାଉଛି। ନିକଟରେ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ବଲିଉଡ଼ ଏହି ଅଭିନେତ୍ରୀ । ଆଜ୍ଞା ହିଁ ଆମେ ଏଠି ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସ୍ବରା ଭାସ୍କରଙ୍କ କଥା କହୁଛୁ । ବିବାହକୁ କେଇଟା ଦିନ ନ ବିତୁଣୁ ସୋସିଆଲ ମିଡ଼ିଆରେ ସ୍ବରା ଗର୍ଭବତୀ(Swara Bhasker Pregnant) ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘ ସମୟ ଧରି ସ୍ବରା- ଫହାଦଙ୍କ ବିବାହକୁ(Swara Bhasker Wedding) ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡି଼ଆରେ ଦୁହେଁଙ୍କ ଫଟୋ ଭାଇରାଲ ହୋଇଥିଲା ।  ଫେବୃଆରୀ ୧୬ରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କ (Fahad ahmad) ସହ କୋର୍ଟ ମ୍ୟାରେଜ କରିଥିଲେ ସ୍ବରା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।  ବିବାହ ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। କୋର୍ଟ ମ୍ୟାରେଜ ପରେ ଦୁହେଁ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିଥିଲେ ।ଏହାପରେ ସ୍ବରା ହଳଦୀ ଓ ମେହେନ୍ଦୀ ଫଙ୍କସନର ସମସ୍ତ ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ବିବାହ ଫଙ୍କସନ ବେଳର ଏହି ଫଟୋ ସାମ୍ନାକୁ ଆସିବା ପରେ ସ୍ବରା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ପଛରେ ରହିଛି ସ୍ବରାଙ୍କ କମଳା ରଙ୍ଗର ଡ୍ରେସ । ସ୍ବରା ସେୟାର କରିଥିବା ଫଟୋରେ ସେ ଏକ କମଳା ରଙ୍ଗର ଡ୍ରେସ ପନ୍ଧିଥିବା ଦେଖିବାକୁ ମିଳିଛି । ଯାହା ତାଙ୍କ ବିବାହ ଫଙ୍କସନ ବେଳର ଅଟେ । ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସ୍ବରାଙ୍କ ଗର୍ଭଧାରଣ ନେଇ କଳ୍ପନା ଆରମ୍ଭ କରିଦେଇଥିଲେ । କାରଣ ଏହି ଫଟୋରେ ସ୍ବରାଙ୍କ ବେବି ବମ୍ପ ସାମାନ୍ୟ ଜଣାପଡୁଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଫ୍ୟାନ୍ସ କମେଣ୍ଟ କରି ସ୍ବରାଙ୍କୁ ଗର୍ଭବତୀ ହେବା ନେଇ ପ୍ରଶ୍ନ ପଚାରିଛନ୍ତି । ନିକଟରେ ସ୍ବରା ଦିଲ୍ଲୀସ୍ଥିତ ନିଜ ଅଜା -ଆଇଙ୍କ ଫାର୍ମହାଉସରେ ହିନ୍ଦୁ ରିତିନୀତି ଅନୁଯାୟୀ ବିବାହ କରିଥିଲେ । ଏହି ବିବାହରେ ସ୍ବରାଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ସାମିଲ ଥିଲେ । ଏଥିରେ ସ୍ବରା ତେଲଙ୍ଗୁ ଗେଟଅପରେ ନଜର ଆସିଥିଲେ । ପ୍ରକାଶଥାଉ କି, ସ୍ବରା ଓ ଫହାଦ ପାରମ୍ପାରିକ ଢଙ୍ଗରେ ବିବାହ କରିବାକୁ ଚାହୁଁନଥିଲେ । ଏହି କାରଣରୁ ଉଭୟଙ୍କ ବିବାହରେ ସାତ ଫେରା ହୋଇନଥିଲା କି ନିକା ମଧ୍ଯ ପଢାଯାଇନଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by Swara Bhasker (@reallyswara)

ସ୍ବରା ଜଣେ ବଲିଉଡ଼ ଅଭିନେତ୍ରୀ ହୋଇଥିବା ବେଳେ ଫହାଦ ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଯୁବ ପରିଷଦର ସଭାପତି ଅଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପ୍ରେମରେ ପରିଣତ ହୋଇଥିଲା। ସ୍ବରାଙ୍କ ଲେଖକ ହିମାଂଶୁ ଶର୍ମାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ୨୦୧୯ରେ ଉଭୟ ଅଲଗା ହୋଇଯାଇଥିଲେ। ପରେ ସ୍ବରା  ଫହାଦଙ୍କ ପ୍ରେମରେ ପଡିଥିଲେ। 

Also Read- Sonali Kulkarni: 'ଅନେକ ଭାରତୀୟ ମହିଳା ଅଳସୁଆ, ସେମାନେ ଅଧିକ ଦରମା ପାଉଥିବା ଚାକିରିଆ ସ୍ୱାମୀ ଚାହାଁନ୍ତି'