Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ
Advertisement

Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

Pushpa 2 Poster News In Odia: ତିରୁପତିର ଲୋକ ମାନେ ଭିନ୍ନ ଭିନ୍ନ ବେଶଭୂଷା ଧରି ଘରୁ ବାହାରିଲେ। ଏହି ଯାତ୍ରାର ଠିକ୍ ସାତଦିନରେ 'ପଲେଙ୍ଗାଡଲୁ' ଲୁଚିଥିବା ସ୍ଥାନ ଛାଡି ବାହାରକୁ ବାହାରିଥିଲା। ଯେମିତି ସେ ବାହାରକୁ ଆସିଛି ଗଙ୍ଗାମା ତାକୁ ବଦ୍ଧ କଲେ। ସେବେ ଠାରୁ ତିରୁପତିରେ ଏହି ଉତ୍ସବକୁ ଗଙ୍ଗାମା ଯାତ୍ରା ଭାବେ ନାମିତ କରାଯାଇଛି ।

Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

Pushpa 2 Poster News In Odia: ଗତକାଲି ଅର୍ଥାତ୍ ଏପ୍ରିଲ ୭ ତାରିଖ ସନ୍ଧ୍ୟାରେ ରିଲିଜ ହୋଇଛି Allu Arjun ଙ୍କ ଅଭିନୀତ ଫିଲ୍ମ Pushpa 2 ଫିଲ୍ମର ପୋଷ୍ଟର ବି ରିଲିଜ ହୋଇଛି । ଯାହାକୁ ଖୁବ ପସନ୍ଦ କରାଯାଇଛି । ବେକକୁ ବଙ୍କା କରି ଛିଡ଼ା ହୋଇଥିବା ପୁଷ୍ପା, ଶରୀରରେ ଶାଢୀ ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସୁଛନ୍ତି। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ ନେଇ ଫ୍ୟାନ୍ସଙ୍କ ଭିତରେ ଏବେ ବେଶ ଚର୍ଚ୍ଚା ଚାଲିଛି ଯେ, ପ୍ରକୃତରେ ଏହି ପୋଷ୍ଟର ପଛରେ କାରଣ କଣ ରହିଛି । ପୋଷ୍ଟର ରିଲିଜ ହେବା ମାତ୍ରେ ଚାତକ ପରି ଚାହିଁ ରହିଥିବା ଫ୍ୟାନ୍ସ ମାନେ ବେଶି ଚକିତ ହୋଇଥିଲେ ଅଲ୍ଲୁ ଅର୍ଜୁନଙ୍କ ଏପରି ଅବତାର ଦେଖି। 

ଫ୍ୟାନ୍ସ ମାନେ ଆଶା କରିଥିଲେ ଯେ ତାଙ୍କୁ ତାଙ୍କ ସିଗ୍ନେଚର ପୋଜରେ ଦେଖିବାକୁ ମିଳିବ । ହାତରେ ବନ୍ଧୁକ, ଅଣ୍ଟାରେ ଲୁଙ୍ଗୀ ସହ ଶତ୍ରୁମାନଙ୍କ ସହିତ ଲଢୁଥିବା ପୋଜ୍ ଥିବା ଭାବିଥିଲେ ଫ୍ୟାନ୍ସମାନେ । ହେଲେ ଯଦି ଆପଣ'ପୁଷ୍ପା: ଦି ରାଇଜ୍' ଦେଖିଛନ୍ତି, ତେବେ ଆପଣ ଜାଣିବେ ପୁଷ୍ପରାଜର ମହିଳା ଚରିତ୍ର ପ୍ରତି କି ପ୍ରକାର ମନୋଭାବ ରଖିଥିଲେ।  ହେଲେ ମେକର୍ସ ମାନେ ଏହି ଗୋଟିଏ ପୋଷ୍ଟର ସହିତ ଫ୍ୟାନ୍ସଙ୍କ ଧାରଣାକୁ ପୂରା ଓଲଟପାଲଟ କରିଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଲୁକ୍ ରିଲିଜ୍ ହେବା ଦିନଠାରୁ ଫ୍ୟାନ୍ସ ମାନେ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି। 

ଫ୍ୟାନ୍ସ ମାନେ ଏହି ଲୁକର ମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି। ସେହିପରି ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବା ପରେ କିଛି ୟୁଜର୍ସ ଲେଖୁଛନ୍ତି ଫିଲ୍ମ କନ୍ତାରା ର ପ୍ରଭାବ ପଡ଼ିଛି। କାରଣ 'କନ୍ତାରା' କର୍ଣ୍ଣାଟକର ଏକ ପରମ୍ପରା ଉପରେ ଆଧାରିତ ହୋଇଥିଲା। କୁହାଯାଉଛି ଯେ, ଅଲ୍ଲୁ ଅର୍ଜୁନଙ୍କ ଏହି ଲୁକ୍ କୌଣସି ପରମ୍ପରା ସହ ଜଡ଼ିତ ହୋଇଛି। କିଛି ଲୋକ ଏହା ମଧ୍ୟ ଲେଖିଛନ୍ତି ଯେ, ଏହି ଲୁକ୍ ଚିତୁର ଅଞ୍ଚଳର 'ଗଙ୍ଗାମା ଯାତ୍ରା' ଉପରେ ଆଧାରିତ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି 'ଗଙ୍ଗାମା ଯାତ୍ରା' କଣ...ଏହା ବିଷୟରେ ଜାଣନ୍ତୁ କିଛି ରୋଚକ ତଥ୍ୟ...

'ଗଙ୍ଗାମା ଯାତ୍ରା' ହେଉଛି ଏକ ଫୋକ୍ ଫେଷ୍ଟିଭାଲ । ଯାହାକୁ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ପାଳନ କରାଯାଏ । ସାତ ଦିନ ଧରି ଚାଲିବାକୁ ଥିବା 'ଗଙ୍ଗାମା ଯାତ୍ରା' ପ୍ରତିବର୍ଷ ମେ ମାସରେ ପାଳନ କରାଯାଏ। ଏହି ସମୟରେ ଭବ୍ୟ ପୂଜାର୍ଚ୍ଚନା କରାଯାଏ। କିଛି କିଛି ସ୍ଥାନରେ ଦେବୀଙ୍କୁ ପ୍ରସାଦ ଆକାରରେ ଆଇଁଷ ଭୋଗ ମଧ୍ୟ ଚଢାଯାଇଥାଏ। ସାତଦିନ ମଧ୍ୟରୁ ମଝି ଦୁଇଦିନ ମା ଙ୍କର ଯାତ୍ରା ବାହାରିଥାଏ। ଯେଉଁଥିରେ ପୁରୁଷ ମାନେ ନିଜ ବେଶ ବଦଳାଇଥାନ୍ତି।  ମହିଳାଙ୍କ ପରି ବେଶଭୂଷା ହୋଇ ମହିଳାଙ୍କ ପରି ସାତଶୃଙ୍ଗାର ହୋଇ ଏହି ଯାତ୍ରାରେ ଭାଗ ନେଇଥାନ୍ତି। ତେବେ କୁହାଯାଉଛି ଯେ ‘ପୁଷ୍ପା-2’ ରେ ବି ଅଭିନେତା ଅଲ୍ଲୁ ଅର୍ଜୁନ ଏହିପରି କୌଣସି ଚରିତ୍ର ରେ ଅଭିନୟ କରିଛନ୍ତି। 

ଭଗବାନଙ୍କ ସହ ଜଡିତ ପରମ୍ପରାର ମୂଳ ଗୋଟିଏ ବା ଅନ୍ୟ ବିଶ୍ୱାସରେ ଲୁଚି ରହିଛି । ଯଦିଓ ସେହି ପରମ୍ପରା ଦେଶର କୌଣସି ରାଜ୍ୟରୁ ହୋଇଥାଉ ନା କାହିଁକି। ଚିତୁର ଏବଂ ତିରୁପତିରେ 'ଗଙ୍ଗାମା ଯାତ୍ରା'କୁ ନେଇ  ଭିନ୍ ଭିନ୍ନ ବିଶ୍ୱାସ ରହିଛି। କୁହାଯାଏ ଯେ ବହୁ ବର୍ଷ ପୂର୍ବେ ଚିତୁରରେ ଏକ ମାରାତ୍ମକ ମହାମାରୀ ବ୍ୟାପି ଥିଲା। ଲୋକମାନେ କ’ଣ କରିବେ କିଛି ବୁଝିପାରୁନଥିଲେ। ଏଭଳି ପରିସ୍ଥିତିରେ ଗାଁ ମୁଖିଆ ଏହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଯେ ସମଗ୍ର ଗାଁକୁ ହଳଦୀ ପାଣି ଏବଂ ନିମ୍ ଦ୍ୱାରା ପବିତ୍ର କରାଯିବା ଉଚିତ୍ । ଚିତୁରରେ ଆୟୋଜିତ ହେଉଥିବା 'ଗଙ୍ଗାମା ଯାତ୍ରା' ଏହିପରି ଭାବରେ ଜନ୍ମ ନେଇଥିଲା । 

ସେହିପରି ତିରୁପତି ପାଳିତ ହେଉଥିବା 'ଗଙ୍ଗାମା ଯାତ୍ରା'ର କାହାଣୀ ପୂରା ବିପରୀତ ଅଟେ। ଲୋକମାନେ କିଛି ଯୁଗ ପୂର୍ବେ ଏହା ମାନୁଥିଲେ ଯେ ତିରୁପତି ଓ ଏହାର ଆଖପାଖ ଇଲାକାରେ 'ପଲେଙ୍ଗାଡଲୁ' ନାମକ ଲୋକ ଶାସନ କରୁଥିଲା। ସେହି ଲୋକଟି ଅତ୍ୟନ୍ତ କ୍ରୁର ଓ ଦୂରାଚାରୀ ପ୍ରକୃତିର ଥିଲା। ବିଶେଷ କରି ମହିଳାଙ୍କୁ ଅତ୍ୟାଚାର ସହ ଦୁର୍ବବ୍ୟବହାର କରୁଥିଲା। ଏହି ସମୟରେ 'ଅବିଲଲ୍'ନାମ୍ନୀ ଜଣେ ଦେବୀଙ୍କ ଜନ୍ମ ହୋଇଥିଲା । ଇଣ୍ଟରନେଟ ୱେବସାଇଟ କୁହେ ଯ, ସେହି ଦେବୀ ବଡ଼ ହେବା ପରେ ବହୁତ ସୁନ୍ଦର ଦିଶୁଥିଲେ। ପରେ ସେହି 'ପଲେଙ୍ଗାଡଲୁ' ରାଜାର ନଜର ତାଙ୍କ ଉପରେ ପଡ଼ିଥିଲା। ସେହିସମୟରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା ଫଳରେ ଦେବୀ ରାଗିଯାଇ ତା ଉପରେ ଆକ୍ରମଣ କରିଥିଲେ ହେଲେ ସେତେବେଳେ ସେ ହାତରୁ ଖସିଯାଇ କୌଣସି ସ୍ଥାନରେ ଲୁଚିଯାଇଥିଲା । 

ତାକୁ ସେହି ସ୍ଥାନରୁ ବାହାର କରିବାକୁ ଦେବୀ ଏକ ଯାତ୍ରାର ଆୟୋଜନ କରିଲେ। ତିରୁପତିର ଲୋକ ମାନେ ଭିନ୍ନ ଭିନ୍ନ ବେଶଭୂଷା ଧରି ଘରୁ ବାହାରିଲେ। ଏହି ଯାତ୍ରାର ଠିକ୍ ସାତଦିନରେ 'ପଲେଙ୍ଗାଡଲୁ' ଲୁଚିଥିବା ସ୍ଥାନ ଛାଡି ବାହାରକୁ ବାହାରିଥିଲା। ଯେମିତି ସେ ବାହାରକୁ ଆସିଛି ଗଙ୍ଗାମା ତାକୁ ବଦ୍ଧ କଲେ। ସେବେ ଠାରୁ ତିରୁପତିରେ ଏହି ଉତ୍ସବକୁ ଗଙ୍ଗାମା ଯାତ୍ରା ଭାବେ ନାମିତ କରାଯାଇଛି । ତେବେ କୁହାଯାଉଛି ଯଦି ଫିଲ୍ମର କୌଣସି ସିନ୍ ରେ କୌଣସି ଶତ୍ରୁକୁ ମାରିବାକୁ ଥିବ ସେଥିପାଇଁ ଅଲ୍ଲୁ ଅର୍ଜୁନ ଏହି ବେଶରେ ଶତ୍ରକୁ ନିପାତ କରିଥିବେ । 

ଏହାବାଦ୍ ପୁଷ୍ପା ଦ ରୁଲ Pushpa The Rule ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହେବା ପରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା। ଯେଉଁଠାରେ ଦେଖାଯାଏ ପୁଷ୍ପା ନିଖୋଜ ଅଛି। ପୋଲିସ ତାଙ୍କୁ ହତ୍ୟା କରିଥିବା ଦାବି କରାଯାଇଛି। କିନ୍ତୁ ଶେଷରେ ଏହା ଜଣା ପଡିଛି ଯେ ସେ ଜୀବିତ ଅଛନ୍ତି। ଏଠାରେ କହିରଖୁଛୁ ଯେ, 'ପୁଷ୍ପା ୨'ର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି ମେକର୍ସ। ଯଦିଓ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଫିଲ୍ମ ୨୦୨୩ ଶେଷ କିମ୍ବା ୨୦୨୪ ର ପ୍ରାରମ୍ଭ ମାସରେ ଆସିପାରେ । 

ତେବେ ଆଜି ଏହି ଆଇକନ ଷ୍ଟାରଙ୍କ ଜନ୍ମଦିନ । ଏପ୍ରିଲ ୮ ତାରିଖ ୧୯୮୨ ମସିହାରେ ମାଡ୍ରାସର ଏକ ତାମିଲ ପରିବାରରେ(Tamil family) ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୩ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁରେ ଅଭିନୟ କରିଥିଲେ । ସେ 'ବିଜେତା'(vijetha) ଓ 'ଡାଡି଼'ରେ ଶିଶୁ କଳାକାର ଭାବରେ କାମ କରିଥିଲେ। ଫିଲ୍ମ 'ଗାଙ୍ଗୋତ୍ରି'ରେ(Gangotri) ଅଲ୍ଲୁ ତାଙ୍କ କ୍ୟାରିୟରର ପ୍ରଥମ ବଡ଼ ବ୍ରେକ୍ ପାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ହିରୋ ଭାବେ ଡେବ୍ୟୁ କରିଥିଲେ । ୨୦୦୪କୁ ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବେ ଗଣାଯାଇଥାଏ । 

Also Read: HBD Allu Arjun: ଏତିକି କୋଟିର ମାଲିକ ଅଲ୍ଲୁ ଅର୍ଜୁନ, ତାଲିକାରେ ପଛରେ ପଡ଼ିଯିବେ କ୍ରିକେଟର