Bollywood: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଗତ କିଛି ଦିନ ତଳେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ ସେ ଚର୍ଚ୍ଚାରେ ଥିଲେ  । ସେ ମନି ଲାଣ୍ତରିଂ ମାମଲାରେ ଛନ୍ଦି ହୋଇ ବିବାଦ ଘେରକୁ ଆସିଥିଲେ। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜ୍ୟାକଲିନଙ୍କ ନୂଆ ଚଳଚ୍ଚିତ୍ର 'କ୍ରାକ' ( Crakk) ଘୋଷଣା ହୋଇଛି । ଏହି ଫିଲ୍ମରେ ସିଂହଳ ସୁନ୍ଦରୀଙ୍କ ବ୍ୟତିତ ହ୍ୟାଣ୍ତସମ୍ ହଙ୍କ୍ ଅର୍ଜୁନ ରାମପାଲ , ବିଦ୍ୟୁତ୍‌ ଜାମୱାଲ ନଜର ଆସିବେ। ପ୍ରଥମ ଥର ପାଇଁ ବିଦ୍ୟୁତ, ଅର୍ଜୁନ ଓ ଜ୍ୟାକଲିନଙ୍କୁ ଏକାଠି ପ୍ରଥମ ଥର ସ୍କ୍ରିନ ସେୟାର କରିବେ। ଏନେଇ (Vidyut Jammwal) ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯେଉଁଥିରେ ଦେଖିବାକୁ ମିଳିଛି  ଯେ, ସେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି । ଫିଲ୍ମର ନାମ ଲେଖାଯାଇଛି। ଏବଂ ସେ କ୍ୟାପସନରେ କ୍ୟାପସନରେ ଲେଖିଛନ୍ତି ଯେ, 'ସୁପର ଏକ୍ସସାଇଟେଡ ଫର ଦିସ୍ #କ୍ରାକିଙ୍ଗ ଜର୍ଣ୍ଣି ' । ଫିଲ୍ମ ‘କ୍ରାକ’ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଏକ ବର୍ଷ ପୂର୍ବରୁ ଘୋଷଣା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଫିଲ୍ମର ନାମ ସ୍ଥିର କରାଯାଇଛି । ଯାହା ପୂର୍ବରୁ ହୋଇନଥିଲା। ତାରକାମାନେ ସେମାନଙ୍କର ପୋଷ୍ଟ ମାଧ୍ୟମରେ ସେମାନଙ୍କର ଫିଲ୍ମ ‘କ୍ରାକ’ର ନାମ ପ୍ରକାଶ କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହା ଏକ ଆକ୍ସନ୍ ଫିଲ୍ମ ହେବ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏହି ଫିଲ୍ମ ୨୦୨୩ରେ ମୁକ୍ତିଲାଭ କରିବ। ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା ରଖିଛନ୍ତି ପୁରାଷ୍ଟାରକାଷ୍ଟ । 


ଏହାବି ପଢନ୍ତୁ : Shammi Kapoor Birth Anniversary: ସମ୍ମି ବିବାହକୁ ନେଇ ଥିଲେ ଏତେ ବ୍ୟଗ୍ର, ସିନ୍ଦୁର ବଦଳରେ ସିନ୍ଥିରେ ଦେଇଥିଲେ ଲିପଷ୍ଟିକ୍


 



ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଠକ ସୁକେଶ ପାଇଁ ଗତ କିଛି ଦିନ ତେଳେ ଅଧିକ ଚର୍ଚ୍ଚାକୁ ଆସିଥିଲେ। ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କୁ ଜେରା କରିଥିଲା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (Economic Offenses Wing of Delhi Police) । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ସେ ଛନ୍ଦି ହୋଇ ଯାଇଛନ୍ତି । ଜ୍ୟାକଲିନ କୁଆଡେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାହ କରିବାକୁ ଯୋଜନା କରୁଥିଲେ। ହେଲେ ସୁକେଶଙ୍କ ସହ ବିବାହ କରିବାକୁ ଜ୍ୟାକଲିନଙ୍କୁ ବାରଣ କରୁଥିଲେ ତାଙ୍କ ସହ କଳାକାର । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନଙ୍କୁ ଜେରା କରାଯାଇଥିଲା । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ କ’ଣ? ତାଙ୍କଠାରୁ କ’ଣ ସବୁ ଦାମୀ ଗିଫ୍ଟ ନେଇଥିଲେ? କେତେଥର ସୁକେଶଙ୍କୁ ଭେଟିଥିଲେ ଜ୍ୟାକଲିନ ? ଫୋନରେ କେତେଥର କଥା ହୋଇଛନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ମାଗିଥିଲା ଇଓଡବ୍ଲୁ । କେବଳ ଜ୍ୟାକଲିନ ନୁହେଁ, ଏହି ଘଟଣାରେ ମଧ୍ୟ ଅଭିନେତ୍ରୀ ନୋରା ଫତେଇଙ୍କୁ ମଧ୍ୟ EOW ଜେରା କରିଥିଲା।