Shammi Kapoor Birth Anniversary: ସମ୍ମି ବିବାହକୁ ନେଇ ଥିଲେ ଏତେ ବ୍ୟଗ୍ର, ସିନ୍ଦୁର ବଦଳରେ ସିନ୍ଥିରେ ଦେଇଥିଲେ ଲିପଷ୍ଟିକ୍
Advertisement
Article Detail0/zeeodisha/odisha1404751

Shammi Kapoor Birth Anniversary: ସମ୍ମି ବିବାହକୁ ନେଇ ଥିଲେ ଏତେ ବ୍ୟଗ୍ର, ସିନ୍ଦୁର ବଦଳରେ ସିନ୍ଥିରେ ଦେଇଥିଲେ ଲିପଷ୍ଟିକ୍

Shammi Kapoor Birth Anniversary: ବଲିଉଡର ଭେଟେରାନ ଅଭିନେତା ସମ୍ମି କପୁର । ୬୦ ଦଶକର ଜଣେ ଜଣାଶୁଣା ଅଭିନେତା । ଆଜି ତାଙ୍କର ଜନ୍ମ ଜୟନ୍ତୀ (Shammi Kapoor birth anniversary)। ସେ ୧୯୩୧ ମସିହା ଅକ୍ଟୋବର ୨୧ରେ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ ।  ସେ ନିଜର ଚମକ୍କାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।  

ସୌଜନ୍ୟ : ସୋସିଆଲ ମିଡିଆ

Shammi Kapoor Birth Anniversary: ବଲିଉଡର ଭେଟେରାନ ଅଭିନେତା ସମ୍ମି କପୁର । ୬୦ ଦଶକର ଜଣେ ଜଣାଶୁଣା ଅଭିନେତା । ଆଜି ତାଙ୍କର ଜନ୍ମ ଜୟନ୍ତୀ (Shammi Kapoor birth anniversary)। ସେ ୧୯୩୧ ମସିହା ଅକ୍ଟୋବର ୨୧ରେ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ ।  ସେ ନିଜର ଚମକ୍କାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।  ସମ୍ମି କପୁରଙ୍କ ପୁରା ନାଁ ସମସେର ରାଜ କପୁର (Shamsher Raj Kapoor) କିନ୍ତୁ ସେ ଷ୍ଟେଜ୍ ନାଁରେ ଅଧିକ ଜଣାଶୁଣା । ଏପରିକି ସେ କାଶ୍ମୀରର ବ୍ରାଣ୍ତ ଆମ୍ବାସେଡର ଥିଲେ ।  

ସମ୍ମି କପୁର ୧୯୫୮ରେ ଫିଲ୍ମ ଯଓ୍ବାନ ଜ୍ୟାତି(Jeewan Jyoti) ରେ ଡେବ୍ୟୁ କରିଥିଲେ। ସେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । 'ଡିଲ୍ ଦେ କେଖୋ', 'ଅନଦାଜ୍', 'ପ୍ରଫେସର', 'ତ୍ରିସରି ମନଜିଲ୍', 'ଚାଇନା ଟାଉନ୍', 'ଆନ ଇଭନିଙ୍ଗ ଇନ୍ ପ୍ୟାରିସ୍', 'ବ୍ରହ୍ମଚାରୀ', 'ଯଓ୍ବାନ ମହୋବତ୍', 'ପ୍ରିନ୍ସ' ଓ 'ରାଜକୁମାର ' ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି  । 'ଜଙ୍ଗଲି' ସମ୍ମି କପୁରଙ୍କ ପ୍ରଥମ କଲର ଫିଲ୍ମ ଥିଲା। ଏହା ପରେ ସେ ପ୍ରଫେସର, ରାଜକୁମାର, ବ୍ରହ୍ମଚାରି, ପ୍ରିନ୍ସ ଏବଂ ଅନ୍ଦାଜ ଭଳି ଅନେକ କଲର ଫିଲ୍ମରେ କାମ କରିଥିଲେ । ସମ୍ମି କପୁରଙ୍କୁ ଅଭିନେତା ରଣବୀର କପୁରଙ୍କ ରକଷ୍ଟାରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ୨୦୧୧ରେ ରିଲିଜ୍‌ ହୋଇଥିଲା । ସେ ଲୈଲା ମଜନୁ, ନାକାବ, ତୁମସା ନେହି ଦେଖା, ରାତ କି ରାନୀ ଏବଂ ବସନ୍ତ ପରି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ  । ଯାହା ତାଙ୍କୁ ଦେଇଥିଲା ଅନେକ ସଫଳତା ।  ଏହା ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ।  ସେ ତାଙ୍କ ପ୍ରଥମ ବିବାହ ୫୦-୬୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଗୀତା ବାଲିଙ୍କ ସହ ହୋଇଥିଲା ଉଭୟ ପରିବାର ସଦସ୍ୟଙ୍କୁ ନ ଜଣାଇ ଏହି ବିବାହ କରିଥିଲେ। କାହିଁକି ନା ଗୀତା ତାଙ୍କ ଠାରୁ ଏକ ବର୍ଷ ବଡ ଥିଲେ ତେଣୁ ସେ ବିବାହ କରିବାକୁ ଡରୁଥିଲେ। ଗୀତା ଚାହୁଁ ନଥିଲେ ଯେ ସମ୍ମିଙ୍କ ପରିବାର କୌଣସି ପ୍ରକାରେ ଆଘାତ ପାଉ। ତେଣୁ ଦୁହେଁ ମଧ୍ୟରାତ୍ରିରେ ଘରୁ ପଳାଇ ବିବାହ କରିଥିଲେ।  ମନ୍ଦିରକୁ ଯାଇ ବିବାହ କରିଥିଲେ । ହେଲେ ସିନ୍ଦୁର ଆଣିବାକୁ ଭୁଲି ଯାଇଥିଲେ ସମ୍ମି। କିନ୍ତୁ ଶେଷରେ ଗୀତାଙ୍କ ପାଖରେ ଥିବା ଲିପଷ୍ଟିକକୁ ସମ୍ମି ଗୀତାଙ୍କ ମଥାରେ ସିନ୍ଦୁର ଭାବେ ଲଗାଇଥିଲେ। 

ଏହାବି ପଢନ୍ତୁ : Kantara film : ସାଉଥ ଫିଲ୍ମ 'କାନ୍ତାରା'କୁ ନେଇ କଣ୍ଟ୍ରୋଭର୍ସି କୁଇନଙ୍କ ତାରିଫ୍, ବଲିଉଡକୁ କହିଲେ...

ବିବାହର ଦଶ ବର୍ଷ ପରେ ଗୀତା ବାଲି ୧୯୬୫ରେ ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି , ଆଦିତ୍ୟ ରାଜ କପୁର ଏବଂ କଞ୍ଚନ। ଗୀତା ବାଲିଙ୍କ ମୃତ୍ୟୁ ପରେ ସେ ୧୯୬୯ ମସିହାରେ ନୀଲା ଦେବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।  ସମ୍ମି କପୁର ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହୁଥିଲେ ଅଭିନୟ ପାଇଁ ବି ସେତିକି ଚର୍ଚ୍ଚାରେ ରୁହନ୍ତି ।  ଦମଦାର ଅଭିନୟ ପାଇଁ ସମ୍ନି ୧୯୬୮ରେ ଫିଲ୍ମ ବ୍ରହ୍ମଚାରୀ ପାଇଁ ବେକ୍ଟ ଆକ୍ଟର ଭାବେ ସମ୍ମାନୀତ ହୋଇଥିଲେ । ସେହିପରି ଫିଲ୍ମ ବିଧାତା ପାଇଁ ସେ ୧୯୮୨ରେ ବେଷ୍ଟ ସପୋଟିଙ୍ଗ ଆକ୍ଟର ଭାବେ ସମ୍ମାନୀତ ହୋଇଥିଲେ। ୧୯୯୫ରେ ସେ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଥିଲେ। ପରେ ସେ ୨୦୧୧ ,  ଅଗଷ୍ଟ ୭ ରେ ସେ  କିଡନୀ ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇ ପଡିଥିଲେ। ସେହିଦିନ ତାଙ୍କୁ ବମ୍ବେର ଏକ ଘରୋଇ ମେଡିକାଲେ ଭର୍ତ୍ତି ହୋଇଥିଲା । ଦିର୍ଘଦିନ ଧରି ସେ ଭେଣ୍ଚିଲେଟରରେ ମଧ୍ୟ ଥିଲେ।  କହିବାକୁ ଗଲେ ସମ୍ମି ୨୦୧୧ ଅଗଷ୍ଟ ୧୪ରେ ଚିରନିଦ୍ରା ଯାଇଥିଲେ ।