Vijay Deverakonda: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା (South Superstar Vijay Deverakonda) । ସାଉଥ ଇଣ୍ତଷ୍ଟ୍ରି ବ୍ୟତିତ ବଲିଉଡରେ ରହିଛି ତାଙ୍କର କ୍ରେଜ୍ । ଫ୍ୟାନ୍ସ ଫଲୋଇିଂ ମଧ୍ୟ କିଛି କମ ନୁହଁନ୍ତି।  'ଅର୍ଜୁନ ରେଡ୍ଡି' ଓ 'ଗୀତ ଗୋବିନ୍ଦମ' ମୁଭିରେ ସେ ଅଧିକ ସଫଳତା ଲାଭ କରିଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ବିଜୟ ଦେବରକୋଣ୍ତା ଯବାନଙ୍କ ସହ କିଛି ମୁହୂର୍ତ୍ତ ବିତାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ବିଜୟ, ଉରି ଯବାନଙ୍କ ସହ ବିତାଇ ଥିବା କିଛି ମୁହୂର୍ତ୍ତକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ,ବିଜୟ ରାଇଫଲ ଧରି ଗ୍ରାଉଣ୍ତରେ ଗୁଳି ଚଳାଉଛନ୍ତି, ଏବଂ ବୋଟିଂ କରିବା ସହ ଯବାନଙ୍କ ସହ ଗ୍ରାଉଣ୍ତରେ ଖେଳୁଥିବାର ନଜର ଆସିଛନ୍ତି । ଏହାସହ ଯବାନଙ୍କ ସହ ଦିର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଛନ୍ତି। ଏବଂ ଇନଷ୍ଟାରେ ସେୟାର କରିଥିବା ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, ସମସ୍ତ ଯବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସମସ୍ତେ 'ଖୁଦା କା ବନ୍ଧେ ' । ସେ ସମସ୍ତ ଯବାନଙ୍କ ଦିର୍ଘାୟୁ କାମନା କରିବା ସହ ଜୟ ହିନ୍ଦ ! " ବୋଲି ଲେଖିଛନ୍ତି । କେବେଳ ସେତିକି ନୁହେଁ,  ସେ ଆହୁରୀ କହିଛନ୍ତି, "ମୁଁ ଆଶା କରେ ଆମକୁ କେବେ ଯୁଦ୍ଧକୁ ଯିବାକୁ ପଡ଼ିବ ନାହିଁ। ମୁଁ ଆଶା କରୁଛି ତୁମ ମଧ୍ୟରୁ କେହି କେବେ ଜୀବନ ପ୍ରତି ବିପଦପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସମସ୍ତେ ଆପଣଙ୍କ ପରିବାର ସହିତ ଅଛନ୍ତି, ଆପଣମାନେ ୧୦୦ ବର୍ଷ ବଞ୍ଚିବା ଉଚିତ୍ । ଆମେ ଆପଣଙ୍କ ପାଇଁ ଅଧିକ ଗର୍ବିତ ଏବଂ ଆପଣଙ୍କ ସେବା ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ ।"


 



ଏହାବି ପଢନ୍ତୁ :Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି


ଗତ କିଛି ଦିନ ତଳେ,  ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା (Rashmika Mandanna ) ଓ ବିଜୟ ଦେବରକୋଣ୍ଡା (Vijay Deverakonda) ପରପ୍ପରକୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି କଥିତ ଲବବାର୍ଡ ନିକଟରେ ମାଲଦ୍ବୀପରେ ଛୁଟି କାଟି ଫେରିଛନ୍ତି । ଏନେଇ ରଶ୍ମିକା ମାଲଦ୍ବୀପ ଭ୍ୟାକେସନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ରଶ୍ମିକା ଓ ବିଜୟ ଯେତେବେଳେ ଉଭୟେ ୨୦୧୮ରେ ତେଲୁଗୁ ଚଳଚ୍ଚିତ୍ର  'ଗୀତା ଗୋବିନ୍ଦମ'ରେ କାମ କରୁଥିଲେ । ସେତେବେଳ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ଫିଲ୍ମରେ ଉଭୟେ ଲିଡ୍ ରୋଲରେ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।  ରଶ୍ମିକା ପରବର୍ତ୍ତୀ ସମୟରେ ଫିଲ୍ମ ଆନିମଲରେ ନଜର ଆସିବେ। ସେହି ଫିଲ୍ମରେ ସେ ଅଭିନେତା ରଣବୀର କପୁରଙ୍କ ସହ ଅଭିନୟ କରିଛନ୍ତି । ସେ 'ମିଶନ ମଜନୁ' ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ ଲିଡ୍ ରୋଲରେ ନଜର ଆସିବେ ସିଦ୍ଧାର୍ଥ ମାଲହୋତ୍ରା ।