Vikram Vedha Day Trends : ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ବିକ୍ରମ୍ ବେଧା (Vikram Vedha)  ଆଜି ରିଲିଜ୍ ହୋଇଛି ।  ଫିଲ୍ମକୁ କାଫି ପସନ୍ଦ କରିଛନ୍ତି ଦର୍ଶକ ।  ଫିଲ୍ମ ରିଲିଜ ହେବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଆସିବା ଆରମ୍ଭ କରିଛି। ତେବେ ଆସନ୍ତୁ ଜାଣିବା ବିକ୍ରମ ବେଧା’ର ଟ୍ୱିଟର ସମୀକ୍ଷା କିପରି ଥିଲା । ଜଣେ ପ୍ରଶଂସକ ଫିଲ୍ମକୁ ପ୍ରଶଂସା କରିଛନ୍ତି ଯେ," ହ୍ରିତିକଙ୍କ ସ୍ଵାଗ ଏବଂ ସୈଫ୍‌ଙ୍କ ଆକ୍ସନ ଅତ୍ୟନ୍ତ ସୁନ୍ଦର। ଚଳଚ୍ଚିତ୍ରରେ ଦେଖାଯାଇଥିବା ଟୁଇଷ୍ଟ ଏବଂ ଟର୍ଣ୍ଣ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ କାହାଣୀ ଯୋଡି ରଖିବ'' । ଅନ୍ୟ ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି "ବିକ୍ରମ ବେଧା ଫିଲ୍ମରେ ଦୁଇ ମାଷ୍ଟର ବ୍ଲାଷ୍ଟର ଅଭିନେତାଙ୍କ ଅଭିନୟ ଚମତ୍କାର । ଫିଲ୍ମରେ ହ୍ରିତିକଙ୍କ ଉପସ୍ଥିତି ଏକ ଭିନ୍ନ ରୂପ ଦେଇଛି "। ତେବେ ଏଥିରୁ ଜଣାପଡୁଛି ଏହି ଫିଲ୍ମ ଆଗାମୀ ଦିନରେ ଭଲ କଲେକସନ୍‌ କରିବ। 


COMMERCIAL BREAK
SCROLL TO CONTINUE READING

ଫିଲ୍ମର ଟିଜର, ଟ୍ରେଲର ,ପୋଷ୍ଟର ଏବଂ ଗୀତକୁ ପସନ୍ଦ କରିଥିଲେ ଫ୍ୟାନ୍ସ। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ତିନିଟି ଲୁକରେ ଦେଖିବାକୁ ମିଳିଛି । ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।  ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ । ଯାହା ୨୦୧୭ ତାମିଲ ଭାଷାରେ ରିଲିଜ ହୋଇଥିଲା।  ବିକ୍ରମ ବେଧାର ଫିଲ୍ମର ନିର୍ଦ୍ଦେଶକ ପୁସ୍କର ଗାୟତ୍ରୀ ରହିଛନ୍ତି । ଫିଲ୍ମଟିର ବଜେଟ ରହିଛି ୧.୭୫ ବିଲିୟନ୍ ।  ଯଦି ହ୍ରିତିକ ରୋଶନଙ୍କ କାମର କଥା କହିବା । ତେବେ ଏହି ଅଭିନେତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି।  ବିକ୍ରମ ବେଧା(Vikram Vedha ) ବ୍ୟତିତ ତାଙ୍କ ହାତରେ ଫାଇଟର(Fighter),  କ୍ରିସ ୪(Krrish 4) ଓ  ଓ୍ବାର୍ ୨ (War 2) ଭଳି ଫିଲ୍ମରେ ସେ ନଜର ଆସିବେ। ସେହିପରି, ସୈଫ୍ ଅଲ୍ଲୀଙ୍କ କାମର କଥା ଯଦି କହିବା , ସୈଫଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଦିପୁରୁଷ,  ଗୋ ଗୋଆ ଗନ୍ ସିକ୍ବିଏଲ,ହଣ୍ଟର ଭଳି  ମୁଭିରେ ସେ ନଜର ଆସିବେ । 


 ଏହାବି ପଢନ୍ତୁ : Adipurush : ରାମ ଭୂମିକାରେ ନଜର ଆସିବେ ପ୍ରଭାସ ,ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ



ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।