Nora Fatehi: ବଲିଉଡରେ ଏବେ ହଲଚଲ । କାରଣ ବଲିଉଡର ଜଣେ ଜଣାଶୁଣା ଡ୍ୟାନ୍ସର ଓ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି। ଖବର ଅନୁସାରେ ଆକ୍ରୋଶ ରଖି ଜାକଲିନ୍ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ନୋରା ଫତେହୀ ଜ୍ୟାକଲିନଙ୍କ ନାମରେ ମାନହାନୀ ମାମଲା କରିଛନ୍ତି। ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଓ ଅନେକ ମିଡିଆ କମ୍ପାନୀ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ନୋରା ଅଭିଯୋଗ ଆଣିଛନ୍ତି କି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ମନି ଲଣ୍ଡ୍ରିଂ (Money Laundring) ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ ଏ ବିଷୟରେ କିଛି ଜାଣିନାହାଁନ୍ତି ବୋଲି କହିବା ସହ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଟାର୍ଗେଟ କରିଛନ୍ତି। ନୋରାଙ୍କ ଅଭିଯୋଗ ଅନୁସାରେ, ସେ କହିଛନ୍ତି କି ମୋର ସୁକେଶ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ସେହିପରି ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି ବୋଲି ନୋରା ନିଜ ଷ୍ଟେଟମେଣ୍ଟରେ ଜଣାଇଛନ୍ତି। ସେପଟେ ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟାଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି।


Also Read: Malaika And Arbaaz: ବହୁତ ସୁନ୍ଦର ମଲାଇକା ଓ ଅରବାଜଙ୍କ ଲଭଷ୍ଟୋରୀ, ବିବାହ ବିଚ୍ଛେଦ ପରେ ବି ତୁଟିନି ସମ୍ପର୍କର ଡୋରୀ


ଏଠାରେ କହିରଖୁଛୁ ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟିର ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ସ୍କାନରରେ ରହିଛନ୍ତି ବଲିଉଡର ଦୁଇ ଟପ୍ ହିରୋଇନ୍ ନୋରା ଫତେହୀ (Nora Fatehi) ଓ ଜ୍ୟାକଲିନ ଫର୍ଣ୍ଣାଡିଜ (Jacqueline Fernandez) । ଏନେଇ ଇଡି ତରଫରୁ ଉଭୟଙ୍କୁ ଅନେକଥର ଜେରା କରାଗଲାଣି । ସେହିପରି ଉପହାର ସ୍ୱରୁପ ନୋରା ଫତେହୀ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଅନେକ ଦାମୀ ଉପହାର ନେଇଥିବା ଅଭିଯୋଗ ରହିଛି ।


Also Read: Navya Naveli Nanda: ବିଗ ବିଙ୍କ ନାତୁଣୀଙ୍କୁ ଡେଟ କରୁଛନ୍ତି ବଲିଉଡର ଏହି ଅଭିନେତା, ଭିଡିଓ ଭାଇରାଲ୍


ତେବେ ନୋରା ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜ୍ୟାକଲିନ ତାଙ୍କ ନିଜ ସ୍ୱାର୍ଥ ହାସଲ ପାଇଁ ନୋରାଙ୍କ କ୍ୟାରିୟରକୁ ବିପଦରେ ପକାଇବାକୁ ଚାହୁଁଛନ୍ତି। ପୂର୍ବରୁ ଜ୍ୟାକଲିନ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ମାନହାନୀ (Defamtion) ହେଲା ପରି ଅଭିଯୋଗ ଲଗାଇବା ପରେ ନୋରା ତାଙ୍କ ବିରୋଧରେ ମାମଲା କରିଛନ୍ତି । ନୋରା କହିଛନ୍ତି ଯେ, ଆମେ ଦୁହେଁ ସମାନ ଇଣ୍ଡଷ୍ଟ୍ରିର ଓ ସମାନ ପୃଷ୍ଠଭୂମି ମଧ୍ୟ। ମୋତେ କମ୍ପିଟ ନକରିପାରିବାରୁ ମୋ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି ଜ୍ୟାକଲିନ୍ । ତେବେ ନୋରା କେବଳ ଜ୍ୟାକଲିନ ନୁହଁନ୍ତି ଅଭିନେତ୍ରୀଙ୍କ ସହ କିଛି ଗଣମାଧ୍ୟମ ଉପରେ ମଧ୍ୟ ୨୦୦ କୋଟିର ମାନହାନୀ ମାମଲା ଦାଏର କରିଛନ୍ତି।