Yami Gautam: ବଲିଉଡ୍ ଇଣ୍ତଷ୍ଟ୍ରିର ଚୁଲବୁଲି ନାୟିକା ୟାମି ଗୌତମ । ୟାମିଙ୍କ ଗୌତମଙ୍କ ଅଭିନୀତ ଫିଲ୍ମ 'ଏ ଥର୍ସ ଡେ' । ଏହି ଫିଲ୍ମରେ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହି ଥ୍ରୀଲର ମୁଭିରେ ନେହା ଧୁପିଆ, ଡିମ୍ପଲ୍ କାପାଡିଆ ଏବଂ କରଣଭୀର ଶର୍ମା ମଧ୍ୟ ୟାମିଙ୍କ ସହ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ୟାମିଙ୍କ ଭୂମିକାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ସିନେ ସମାଲୋଚକମାନେ ମଧ୍ୟ ତାଙ୍କର ଏହି ଜବରଦସ୍ତ ଅଭିନୟକୁ ତାରିଫ କରିଛନ୍ତି । ନିକଟରେ ଅଭିନେତ୍ରୀ ଜଣକ ଏକ ସାକ୍ଷାତକାରରେ କହିଥିଲେ ଯେ, 'ଏ ଥର୍ସ ଡେ' ଫିଲ୍ମ ଦେଖିବା ପରେ ତାଙ୍କ ଘରେ କାମ କରୁଥିବା ମହିଳା (ଚାକରାଣୀ) ମଧ୍ୟ ତାଙ୍କୁ ଦେଖି ଡରୁଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ଚଳଚ୍ଚିତ୍ରରେ ଜଣେ ଶିକ୍ଷୟତ୍ରୀ ଭୂମିକାରେ ଅଭିନୟ କରିଥିଲେ ୟାମି :
'ଏ ଥର୍ସ ଡେ'ରେ ୟାମି ଏକ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିଛନ୍ତି । ସେ ଏପରି ଜଣେ ଶିକ୍ଷୟତ୍ରୀ ହୋଇଛନ୍ତି ଯିଏ କିଛି ଟଙ୍କା ଲୋଭରେ ଆସି ମାନସିକ ଭାରସ୍ୟାମ ହରାଇ ବିଦ୍ୟାଳୟର  ୧୬ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖିଥିଲେ। ଫିଲ୍ମରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ସେ କିପରି ନିଜ ଘରେ କାମ କରିଥିବା ମହିଳା(ଚାକରାଣୀ) ଏବଂ ଡ୍ରାଇଭରକୁ ବନ୍ଦୀ କରି ନିର୍ଯ୍ୟାତନା ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ୟାମି ଏପରି ରୋମାଞ୍ଚକର ଭୂମିକାରେ ଅଭିନୟ କରିଥିଲେ । ୟାମି କହିଥିଲେ ଯେ, ଏହି ଫିଲ୍ମ ତାଙ୍କ ଘରେ କାମ କରୁଥିବା ମହିଳା (ଚାକରାଣୀ) ଜଣକ ଦେଖିବା ପରେ ସେ ୟାମିଙ୍କୁ ଭୟ କରିବାକୁ ଲାଗିଥିଲା। 


ଏହାବି ପଢନ୍ତୁ: Ibrahim Ali Khan Debut In Bollywood: ମାଆ ବୟସର ହିରୋଇନ୍ ସହ ରୋମାନ୍ସ କରିବେ ଇବ୍ରାହିମ୍ !


ୟାମି କହିଛନ୍ତି ଯେ, ତାଙ୍କ ପତି ଆଦିତ୍ୟ ଧର ତାଙ୍କ ଘରେ କାମ କରୁଥିବା ମହିଳାଙ୍କୁ ମଜା କରି ଚେତାବନୀ ଦେଇଥିଲେ ଯେ, 'ଚଳଚ୍ଚିତ୍ରରେ ଯେପରି ଅଭିନୟ କରିଛି, ସେପରି ଘରେ ମଧ୍ୟ ତମକୁ ବନ୍ଧକ ରଖିପାରେ' । ଏହା ଶୁଣି ଘରେ କାମ କରୁଥିବା ମହିଳା ମଧ୍ୟ ଡରି ଯାଇଥିଲେ। ଆଉ ଭୟରେ ଥରି ଥରି ଯାଇ ୟାମିଙ୍କ ନିକଟକୁ ଯାଇଥିଲେ। ତାଙ୍କୁ କହିଥିଲେ ଯେ ସେ, କିଛି ଦିନ ତଳେ ସେ ଘରର କାଚ ଭାଙ୍ଗି ଦେଇଥିଲେ। ଏବଂ ଆଶା କରୁଛି ଯେ, ଆପଣ ଫିଲ୍ମରେ ଯେପରି ନିଜ ଘରେ କାମ କରୁଥିବା ମହିଳା ସହ କରିଛନ୍ତି , ସେପରି ମୋ ପ୍ରତି ଯେପରି ବ୍ୟବହାର କରିବେ ନାହିଁ। ଏହା ଶୁଣି ୟାମି ଓ ତାଙ୍କ ସ୍ବାମୀ ଉଭୟ ହସିବାକୁ ଲାଗିଥିଲେ। 


ଅଭିନେତ୍ରୀ ୟାମି ଗୌତମ୍ ବଲିଉଡ୍ ଇଣ୍ତଷ୍ଟ୍ରିରେ ୧୦ ବର୍ଷ ପୁରଣ କରିଛନ୍ତି । 'ଭିକି ଡୋନର'ରୁ କ୍ୟାରିୟର ଆରମ୍ଭ କରିଛନ୍ତି ୟାମି ।  ୟାମିଙ୍କୁ ଶେଷଥର ପାଇଁ ଫିଲ୍ମ 'ଦଶଭି' , 'ଏ ଥର୍ସ ଡେ' ଏବଂ 'ବାଲା'ରେ ଦେଖିବାକୁ ମିଳିଥିଲା। ଫିଲ୍ମ 'OMG 2' ରେ ନଜର ଆସିବେ ୟାମି । ତେବେ ଆଜି ହେଉଛି ୟାମିଙ୍କ ଜନ୍ମଦିନ, ଏ ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭ କାମନାର ସୁଅ । ୧୯୮୮ ମସିହା ଆଜିର ଦିନରେ ହିମାଚଳ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ୟାମି ।