Israel Gaza War: ନୂଆଦିଲ୍ଲୀ: ଇସ୍ରାଏଲ (Israel) ଉପରେ ହମାସର (Hamas) ଆକ୍ରମଣ ଓ ଇସ୍ରାଏଲର ଭୟଙ୍କର ପାଲଟା ଉତ୍ତର ପରେ ଦୁନିଆ ଏବେ ବାରୁଦ ଗଦା ଉପରେ ବସିଛି। ପାଲେଷ୍ଟାଇନ୍ (Palestine) ସପକ୍ଷରେ ଯଦି ଇସଲାମିକ୍ (Islamic) ଦୁନିଆ ସହିତ ଋଷ ଓ ଚୀନ୍ ହାତ ମିଳାନ୍ତି ତେବେ ଏହା ତୃତୀୟ ବିଶ୍ୱ ଯୁଦ୍ଧର (Third World War) ରୂପ ନେଇପାରେ। ଇସ୍ରାଏଲ (Israel) ସହିତ ଆରବ ଦୁନିଆର ବିବାଦର ମୂଳରେ ରହିଛି ଧର୍ମୀୟ ବିଶ୍ୱାସ। ଇସ୍ରାଏଲର ଭୂମି ବିଶ୍ୱର ତିନି ପ୍ରମ୍ମୁଖ ଧର୍ମ ଖ୍ରୀଷ୍ଟଧର୍ମ, ଇସଲାମ ଓ ଇହୁଦିଙ୍କ ପାଇଁ ବିଶେଷ ମହତ୍ୱ ରଖେ। ଇହୁଦିଙ୍କ ପାଇଁ ଯଦି ଏହା ଆଦିଭୂମି ତେବେ ବାକି ଦୁଇ ଧର୍ମଙ୍କ ପାଇଁ ଏହାର ମହତ୍ୱ ହେଲା ସେମାନଙ୍କର ଧର୍ମ ସଂସ୍ଥାପକଙ୍କର ଜେରୁଜେଲମ ସହିତ ସମ୍ପର୍କ ରହିଛି। ଜେରୁଜେଲମ ଉପରେ ନିୟନ୍ତ୍ରଣକୁ ନେଇ ହଜାର ହଜାର ବର୍ଷ ଧରି ଇସଲାମିକ ଓ ଖ୍ରୀଷ୍ଟିଆନ ଶକ୍ତିଙ୍କ ମଧ୍ୟରେ ସଂଘର୍ଷ ହୋଇଛି। 


COMMERCIAL BREAK
SCROLL TO CONTINUE READING

ତେବେ ଆଜି ଆମେ ଏମିତି ଏକ ଘଟଣା ବାବାଦରେ କଥା ହେବା ଯାହା ସହିତ ଖ୍ରୀଷ୍ଟ ଧର୍ମର ସମ୍ପର୍କ ରହିଛି। ଏମିତି ଏକ ବିବାଦ ଯେଉଁଥିରେ ଖ୍ରୀଷ୍ଟିଆନ ଧର୍ମର ୬ଟି ପନ୍ଥର ସମ୍ପର୍କ ରହିଛି। ଆଉ ସବୁଠାରୁ ମଜାଦାର କଥା ହେଉଛି  ବିଭିନ୍ନ ଖ୍ରୀଷ୍ଟୀୟାନ୍ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ଗୋଟିଏ ସିଢିକୁ ୨୭୦ ବର୍ଷ ହେଲା ଗୋଟିଏ ଜାଗାରେ ଛିଡା ହେବାକୁ ପଡ଼ିଛି।


ଜେରୁଜେଲମର ପୁରୁଣା ସହରରେ ଖ୍ରୀଷ୍ଟିଆନଙ୍କ ‘ଚର୍ଚ୍ଚ ଅଫ୍ ଦ ହୋଲି ସେପଲକର’ ରହିଛି । ଖ୍ରୀଷ୍ଟୀଆନଙ୍କ ବିଶ୍ୱାସ ଯେ,ଏବେ ଚର୍ଚ୍ଚ ଯେଉଁଠାରେ ଅଛି ସେହିଠାରେ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁସବିଦ୍ଧ କରାଯାଇଥିଲା ଓ ସେଠାରେ ସେ ପୁଣି ଜୀବିତ ହୋଇଥିଲେ। ଏହାକୁ ମଧ୍ୟ ‘ଚର୍ଚ୍ଚ ଅଫ୍ ହୋଲି କାଲାଭରି’ ବୋଲି କୁହାଯାଏ। କାରଣ ଗୋଟିଏ ଗୋଷ୍ଠୀର ବିଶ୍ୱାସ ଯେ, ଏଠାରେ ଯୀଶୁଙ୍କୁ କ୍ରୁସବିଦ୍ଧ କରାଯାଇନଥିଲା। ବଂର କ୍ରୁସବିଦ୍ଧ କରିବା ପରେ ତାଙ୍କୁ ଏଠାରେ ଥିବା ଏକ ଗୁମ୍ଫାକୁ ଅଣାଯାଇଥିଲା। ଯେଉଁ ଗୁମ୍ଫାରେ ଯୀଶୁ ପୁଣି ଜୀବିତ ହୋଇଥିଲେ। ଦୁଇଭଳି ମତ ପାଇଁ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ମତଭେଦ ରହିଛି। ଯାହାକୁ ନେଇ କିଏ ଏହି ସ୍ଥାନର ପ୍ରକୃତ ଦାବିଦାର ତାକୁ ନେଇ ଗତ ଶହଶହ ବର୍ଷ ଧରି ବିବାଦ ଚାଲି ଆସୁଛି।


ଚର୍ଚ୍ଚକୁ ନେଇ ବିବାଦ କ’ଣ ?
ଦୁଇଟି କାରଣକୁ ନେଇ ଏହି ବିବାଦ ରହିଛି । ବିବାଦ କ’ଣ ଆପଣ ଜାଣି ସାରିଛନ୍ତି। ତେବେ ବିବାଦରେ ମୋଟ ୬ ଗୋଷ୍ଠୀ ସାମିଲ ଅଛନ୍ତି । ତେଣୁ କୌଣସି ଗୋଟିଏ ଗୋଷ୍ଠୀ ଏହି ଚର୍ଚ୍ଚ ଉପରେ ନିଜ ଅଧିକାର ସିଦ୍ଧ କରି ପାରିନାହାନ୍ତି। ରୋମାନ କ୍ୟାଥୋଲିକ୍,ଗ୍ରୀକ୍ ଅର୍ଥୋଡକ୍ସ,ଆର୍ମିନିଆନ୍ ପେଟ୍ରିୟାକଟ,ଇଥିଓପୀୟ ଏବଂ କପ୍ଟିକ୍ ଖ୍ରୀଷ୍ଟିଆନ ଗୋଷ୍ଠୀ ସମସ୍ତେ ଏହି ଚର୍ଚ୍ଚ ଉପରେ ନିଜ ଦାବି ରଖନ୍ତି। ବର୍ତ୍ତମାନ ୬ ଗୋଷ୍ଠୀର ପାଦ୍ରୀ ଚର୍ଚ୍ଚକୁ ମିଶିକରି ଚଳାଉଛନ୍ତି। ରାତିରେ ଚର୍ଚ୍ଚରେ ତାଲା ପଡି଼ବା ପରେ ଚାବି କୌଣସି ଖ୍ରୀଷ୍ଟିଆନଙ୍କ ପାଖରେ ରୁହେନା। ଚର୍ଚ୍ଚ ପାଖରେ ରହୁଥିବା ଗୋଟିଏ ମୁସଲିମ୍ ପରିବାରକୁ ଚାବି ଦିଆଯାଏ। ଗତ ୭ଶହ ବର୍ଷ ଧରି ସେହି ପରିବାର ଚାବି ରଖି ଆସୁଛନ୍ତି। ସକାଳେ ସେହି ମୁସଲିମ୍ ପରିବାରର ଜଣେ ସଦସ୍ୟ ଆସି ଚର୍ଚ୍ଚର ତାଲା ଖୋଲନ୍ତି।


୨୭୦ ବର୍ଷ ହେଲା ଇଞ୍ଚେ ଘୁଞ୍ଚିନି ସିଢି
ଖ୍ରୀଷ୍ଟିଆନ୍ ସଂପ୍ରଦାୟଙ୍କ ମଧ୍ୟରେ ବିବାଦ ଅଷ୍ଟାଦଶ ଶତାବ୍ଦୀରେ ଉଗ୍ରରୂପ ଧରିଥିଲା। ସେହି ସମୟରେ ଜେରୁଜେଲମ ଓଟୋମାନ ସାମ୍ରାଜ୍ୟ ଅଧିନରେ ଥିଲା। ବିବାଦ ତୁର୍କିର ସୁଲତାନଙ୍କ ପାଖରେ ପହଂଚିଥିଲା। ସୁଲତାନ ରାୟ ଦେଲେ ଯଥାସ୍ଥିତି କାଏମ ରଖିବାକୁ ଅର୍ଥାତ ଯାହା ଯେମିତି ଅଛି ସେମିତ ରହିବ। ସୁଲତାନଙ୍କ ଆଦେଶ କାଳରେ ଚର୍ଚ୍ଚରେ ମରାମତି ଚାଲୁଥିଲା। ଇଏ ହେଉଛି ୧୭୫୦ ମସିହାର ଘଟଣା। ସୁଲତାନ ଯେତେବେଳେ ଆଦେଶ ଦେଲେ ସେତେବେଳେ ଚର୍ଚ୍ଚରେ ମରାମତି ଚାଲୁଥିଲା। ଚର୍ଚ୍ଚର ଗୋଟିଏ ଝରକା ତଳେ ସୀଢିଟିଏ ଥିଲା। ସୁଲତାନଙ୍କ ଆଦେଶ ଯେହେତୁ ଥିଲା ଯଥାସ୍ଥିତି କାଏମ ରହିବ ତେଣୁ କେହି ସୀଢିକୁ ଘୁଂଚାଇବାକୁ ସାହସ କଲେ ନାହିଁ। ସେହିଦିନଠାରୁ ସୀଢି ସେଇଠାରେ ଅଛି। ଇଂଚେ ମଧ୍ୟ ଘୁଂଚିନାହିଁ । ଚର୍ଚ୍ଚର ଦସ୍ତାବିଜ ମଧ୍ୟ ଏହି କଥାକୁ ସମର୍ଥନ କରୁଛି ଯେ, ୧୭୫୦କୁ ସୀଢି ସେଇଠାରେ ସେମିତି ଅଛି । ଏଥିରୁ ଅନୁମାନ କରନ୍ତୁ ଇସ୍ରାଏଲ କେତେବଡ ଜିଓ ପଲିଟିକାଲ ସମସ୍ୟା । ଯେଉଁଠି ଗୋଟିଏ ସୀଢି ଗତ ୨୭୦ ବର୍ଷ ହେଲା ଗୋଟିଏ ସ୍ଥାନରେ ଅଛି ସେଠି ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ କେମିତି ସହଜରେ ସମାଧାନ ହେବ।


Also Read: 69th National Award: ବାହାଘର ଶାଢୀ ପିନ୍ଧି ଜାତୀୟ ପୁରସ୍କାର ନେବାକୁ ପହଁଞ୍ଚିଲେ ଆଲିଆ, ଦେଖନ୍ତୁ ଭିଡ଼ିଓ


Also Read: Miss Universe 2023: ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ହେବେ ଦୁଇ କିନ୍ନର...