Nizam Mir Osman Ali Khan: ଅଜବ ଧରଣର କଞ୍ଜୁସ ଥିଲେ ପ୍ରଥମ ଭାରତୀୟ ଅରବପତି, ଆଜି ମଧ୍ୟ ପଡ଼ିରହିଛି ତାଙ୍କର କୋଟି କୋଟି ଟଙ୍କା
Hyderabad Nizam Mir Osman Ali Khan: କ`ଣ ଆପଣ ଭାରତର ପ୍ରଥମ ଅରବପତିଙ୍କ ବିଷୟରେ ଜାଣିଛନ୍ତି। ଯିଏ ନିଜର ଜୀବନ କାଳରେ କଞ୍ଜୁସ ହେବାର ସମସ୍ତ ସୀମା ଅତିକ୍ରମ କରାଯାଇଥିଲା।
Nizam Mir Osman Ali Khan Net Worth: ଆପଣ ଦେଶ ତଥା ବିଦେଶର ଅରବପତିଙ୍କ ବିଷୟରେ ଜାଣିଥିବେ। ହେଲେ କ'ଣ ଆପଣ ସ୍ୱାଧୀନ ଭାରତର ପ୍ରଥମ ଅରବପତିଙ୍କ ବିଷୟରେ ଜାଣିଛନ୍ତି? ହେଲେ କିଏ ଥିଲେ ଏହି ଧନୀକ ଶ୍ରେଣୀର ବ୍ୟକ୍ତି, ଯିଏ ହୀରା ଭଳି ଏକ ଦାମୀ ପଦାର୍ଥକୁ ପେପର ୱେଟ ଭଳି ବ୍ୟବହାର କରୁଥିଲେ। ହେଲେ ଏହି ବ୍ୟକ୍ତି ଜଣଙ୍କ ଅଜବ ଧରଣର କଞ୍ଜୁସ ଥିଲେ। ଏପିରିକି ସେ ନିଜେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଉନଥିଲେ। ଏବେ ଆମେ ଆପଣଙ୍କୁ ଏହି ବ୍ୟକ୍ତିତ୍ୱ ବିଷୟରେ କହୁଛୁ। ସ୍ୱାଧୀନ ଭାରତର ପ୍ରଥମ ଅରବପତି ହେବାର ମାନ୍ୟତା ତତ୍କାଳୀନ ହାଇଦ୍ରାବାଦ ଗଡ଼ଜାତ ରାଜ୍ୟର ଶେଷ ରାଜା ନିଜାମ ମୀର ଓସମାନ ଅଲ୍ଲୀ ଖାନଙ୍କ ନାମରେ ରହିଥିଲା। ଟାଇମ୍ ମାଗାଜିନ୍ ଏହାର ମୁଖ୍ୟ ପୃଷ୍ଠାରେ ୧୯୩୭ ମସିହା ଫେବୃଆରୀ ୨୨ ତାରିଖରେ ପ୍ରକାଶିତ ଲେଖାରେ "ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି" ଶୀର୍ଷକ ସ୍ଥାନିତ କରିଥିଲା। ନିଜାମ ମୀର ଓସମାନ ଅଲ୍ଲୀ ଖାନଙ୍କ ଅମାପ ସମ୍ପତ୍ତି ରହିଥିଲା। ଆଜିର ଦିନରେ ମଧ୍ୟ ନିଜାମର ଉସମାନ ଅଲ୍ଲୀ ୩ ବିଲିୟନ ଡଲାର ଠାରୁ ଅଧିକ ଟଙ୍କା ଅଧିକ ଇଂଲଣ୍ଡର ଏକ ବ୍ୟାଙ୍କ ଠାରେ ଜମା ହୋଇରହିଛି।
ଧନୀ ହେବା ସହିତ ତାଙ୍କର କଞ୍ଜୁସ ସ୍ୱଭାବ ଅନେକ ସମୟରେ ଆଲୋଚନାର ବିଷୟ ପାଲଟିଛି। ନିଜାମ ମୀର ଓସମାନ ଅଲ୍ଲୀ ଖାନ ବହୁତ ସରଳ ପୋଷାକ ପିନ୍ଧୁଥିଲେ। ହେଲେ ସେ ବହୁତ ଅପରିଷ୍କାର ଜୀବନଯାପନ କରୁଥିଲେ। ତାଙ୍କ ଶୟନ କକ୍ଷ ବର୍ଷକୁ ଥରେ ସଫା କରାଯାଉଥିଲା। ତାଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଖାଇବାକୁ ଦେବାରେ ମଧ୍ୟ ସେ ତାଙ୍କର କଞ୍ଜୁସ ମନୋଭାବ ଛାଡି଼ ପାରୁନଥିଲେ। ତାଙ୍କୁ ଭେଟିବାକୁ ଆସିଥିବା ଅତିଥିଙ୍କୁ ଏକ କପ୍ ଚା ସହିତ କେବଳ ଗୋଟିଏ ବିସ୍କୁଟ ଦିଆଯାଉଥିଲା। ଦେୱାନ ଜର୍ମାନୀ ଦାସଙ୍କ ଲିଖିତ 'ମହାରାଜା' ନାମକ ପୁସ୍ତକରେ ଲେଖିଛନ୍ତି ଯେ, ଯେତେବେଳେ ଆମେରିକୀୟ, ବ୍ରିଟିଶ କିମ୍ବା ତୁର୍କୀ ଠାରୁ ଆସୁଥିବା ପରିଚିତ ଲୋକ ଯେତେବେଳେ ହାଇଦ୍ରବାଦ ନିଜାମଙ୍କୁ ସିଗାରେଟ ଟାଣିବାକୁ ଦେଉଥିଲେ, ସେତେବେଳେ ସେ ଗୋଟିଏ ବଦଳରେ ସିଗାରେଟ ପ୍ୟାକେଟ ମଧ୍ୟରୁ ୪-୫ ସିଗାରେଟ ବାହାର କରି ନେଉଥଲେ। ନିଜାମ ଉସମାନ ଅଲୀ ଏତେ କଞ୍ଜୁସ ଥିଲେ ଯେ ସେ ତାଙ୍କ ସମୟରେ ମିଳୁଥିବା ଶସ୍ତା ଚାରମୀନାର ସିଗାରେଟ୍ ଟାଣୁଥିଲେ। ଯାହାର ମୂଲ୍ୟ ସେତେବେଳେ ପ୍ୟାକେଟ୍ ପିଛା ୧୨ ପଇସା ରହିଥିଲା।
ତାଙ୍କ ପାଖରେ ଥିଲା କେତେ ପରିମାଣର ସମ୍ପତ୍ତି?
୧୯୧୧ ମସିହାରେ ମୀର ଓସମାନ ଅଲ୍ଲୀ ଖାନ ସେତେବେଳର ହାଇଦ୍ରାବାଦ ରାଜ୍ୟର ନିଜାମ ହୋଇଥିଲେ। ଯେତେବେଳେ ଦେଶ ସ୍ୱାଧୀନ ହେଲା ଏବଂ ହାଇଦ୍ରାବାଦ ରାଜ୍ୟ ଭାରତୀୟ ସଂଘ ସହିତ ବିସୟ ହେଲା, ସେତେବେଳ ପର୍ଯ୍ୟନ୍ତ ସେ ଏହି ପଦରେ ରହିଲେ। ନିଜାମ ଓସମାନ ଅଲୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୨୩୦ ବିଲିୟନ ଆମେରିକୀୟ ଡ଼ଲାର୍। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୧୭.୪୭ ଲକ୍ଷ କୋଟି ଟଙ୍କା। ୧୯୪୭ ମସିହା ବେଳେକୁ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଆମେରିକାର ମୋଟ ଜିଡିପି ଅଂଶର ୨ ପ୍ରତିଶତ ସହିତ ସମାନ ଥିଲା। ନିଜାମଙ୍କ ନିଜସ୍ୱ ମୁଦ୍ରା ଏବଂ ବିମାନ ସେବା ଥିଲା। ତାଙ୍କ ପାଖରେ ୧୦୦ ମିଲିୟନ ପାଉଣ୍ଡ ମୂଲ୍ୟର ସୁନା ଏବଂ ୪୦୦ ମିଲିୟନ ପାଉଣ୍ଡ ମୂଲ୍ୟର ଅଳଙ୍କାର ରହିଥିଲା। ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ବିବାହରେ ହାଇଦ୍ରାବାଦ ନିଜାମ ତାଙ୍କୁ ୩୦୦ ହୀରା ରହିଥିବା ହାର ଉପହାରରେ ଦେଇଥିଲେ।
ହୀରା ଖଣି ଥିଲା ନିଜାମ ଓସମାନ ଅଲୀଙ୍କ ଆୟର ମୁଖ୍ୟ ଉତ୍ସ
ହାଇଦ୍ରବାଦ ରାଜ୍ୟ ଅଧିନସ୍ଥ ଗୋଲକୋଣ୍ଡା ଖଣି ନିଜାମ ଓସମାନ ଅଲୀଙ୍କ ଆୟର ସବୁଠାରୁ ବଡ ଉତ୍ସ ଥିଲା। ସେତେବେଳେ ଏହି ଖଣି ବିଶ୍ୱରେ ହୀରା ଯୋଗାଣର ଏକମାତ୍ର ଉତ୍ସ ଥିଲା। ହାଇଦ୍ରବାଦଜ ନିଜାମଙ୍କ ପାଖରେ ଜ୍ୟାକବ ଡାଇମଣ୍ଡ ରହିଥିଲା। ଯାହା ସେହି ସମୟରେ ଦୁନିଆର ସାତୋଟି ମହଙ୍ଗା ହୀରା ଭାବରେ ଗଣାଯାଇଥିଲା। ଏହି ଲେମ୍ବୁ ଆକୃତିର ହୀରାକୁ ନିଜାମ ପେପରୱେଟ ଭାବରେ ବ୍ୟବହାର କରୁଥିଲେ। ହାଇଦ୍ରାବାଦ ଗଡ଼ଜାତ ରାଜ୍ୟର ମୋଟ କ୍ଷେତ୍ରଫଳ ୮୦ ହଜାର ବର୍ଗ କିଲୋମିଟର ଠାରୁ ଅଧିକ ରହିଥିଲା। ଯାହା ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଆୟତନ ଠାରୁ ବହୁତ ବଡ଼। ସେ ମଧ୍ୟ ଟ୍ୟାକ୍ସ ଆକାରରେ ବହୁତ ଟଙ୍କା ପାଉଥିଲେ।
ଆଜି ମଧ୍ୟ ପଡ଼ିରହିଛି ତାଙ୍କର କୋଟି କୋଟି ଟଙ୍କା
ନିଜର ଶାସନ କାଳରେ ନିଜାମ ମୀର ଓସମାନ ଅଲି ଖାନ ତାଙ୍କର ବହୁ ଟଙ୍କା ବିଦେଶୀ ବ୍ୟାଙ୍କ ଠାରେ ଜମା କରିଥିଲେ। ଇଂଲଣ୍ଡ ଠାରେ ଅବସ୍ଥିତ ରହିଥିବା ଏକ ବ୍ୟାଙ୍କ ଠାରେ ତାଙ୍କର ୩୫ ମିଲିୟନ ପାଉଣ୍ଡ ଅର୍ଥାତ୍ ୩ ଆରବ ଠାରୁ ଅଧିକ ଟଙ୍କା ଜମା ହୋଇରହିଛି। ଉଭୟ ପାକିସ୍ତାନ ଏବଂ ଭାରତ ଏହି ନିଜାମଙ୍କ ଜମା ଟଙ୍କା ଉପରେ ଅଧିକାର ପାଇବା ପାଇଁ ଆଇନଗତ ଲଢେଇ ଲଢୁଛନ୍ତି। ନିଜାମଙ୍କ ପରିବାରର ୪୦୦ ଲୋକ ମଧ୍ୟ ତାଙ୍କର ଜମା ଟଙ୍କା ଉପରେ ଦାବି କରୁଛନ୍ତି। କୁହାଯାଏ ଯେ ଏହା ବ୍ୟତୀତ ନିଜାମଙ୍କ ଟଙ୍କା ଅନ୍ୟ ଅନେକ ବିଦେଶୀ ବ୍ୟାଙ୍କ ଠାରେ ମଧ୍ୟ ଜମା ରହିଛି।