Elephant died : ଖବର ପାଇଁ ଡିଏଫଓ ଓ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଠାଇଥିଲେ। ରେଳ ଧାରଣା କଡ଼କୁ ହାତୀ ମୃତଦେହ ସ୍ଥାନାନ୍ତର କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ। ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଅଭିଯୋଗ ହୋଇଛି।
Trending Photos
ଢେଙ୍କାନାଳ: ଦନ୍ତା ହାତୀ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ମେରାମଣ୍ଡଳୀ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ହାତୀଟି ୧୪ରୁ ୧୫ ବର୍ଷ ହେବା ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନଟି ସେହି ଟ୍ରାକ ଦେଇ ଯିବା ବେଳେ ହାତୀଟିକୁ ଧକ୍କା ଦେଇଥିଲା। ହାତୀଟି ଛିଟିକି ତଳେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା।
ଖବର ପାଇଁ ଡିଏଫଓ ଓ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଠାଇଥିଲେ। ରେଳ ଧାରଣା କଡ଼କୁ ହାତୀ ମୃତଦେହ ସ୍ଥାନାନ୍ତର କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ। ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଅଭିଯୋଗ ହୋଇଛି।